ନୂତନ ବୁଦେଲକାନି ପଂଚାୟତ ଗଠନ ପାଇଁ ଗୁଣ୍ଡୁରୁଚୁଆଁ ପଂଚାୟତକୁ ବିଭାଜନ ଦାବି
ସମ୍ବଲପୁର, ୦୩ ନଭେମ୍ବର(ହି.ସ.) – ସମ୍ବଲପୁର ଜିଲ୍ଲା ଜମନକିରା ବ୍ଲକ୍ ଅନ୍ତର୍ଗତ ଗୁଣ୍ଡୁରୁଚୁଆଁ ପଂଚାୟତକୁ ୨ ଭାଗ କରି ନୂତନ ଭାବେ ବୁଦେଲକାନି ପଂଚାୟତ ଗଠନ ପାଇଁ ସ୍ଥାନୀୟ ଅଂଚଳବାସୀ ଦୃଢ ଦାବି ଉଠାଇଛନ୍ତି। ଆଜି ବୁଦେଲକାନି ଗାଁରେ ପଂଚାୟତ ପ୍ରମୁଖ ସଂଯୁକ୍ତ ପଟେଲ୍‌ଙ୍କ ଅଧ୍ୟକ୍ଷତାରେ ଏକ ସଭା ଅନୁ
ନୂତନ ବୁଦେଲକାନି ପଞ୍ଚାୟତ ଗଠନ ପାଇଁ ଗୁଣ୍ଡୁରୁଚୁଆଁ ପଞ୍ଚାୟତକୁ ବିଭାଜନ ଦାବି


ସମ୍ବଲପୁର, ୦୩ ନଭେମ୍ବର(ହି.ସ.) – ସମ୍ବଲପୁର ଜିଲ୍ଲା ଜମନକିରା ବ୍ଲକ୍ ଅନ୍ତର୍ଗତ ଗୁଣ୍ଡୁରୁଚୁଆଁ ପଂଚାୟତକୁ ୨ ଭାଗ କରି ନୂତନ ଭାବେ ବୁଦେଲକାନି ପଂଚାୟତ ଗଠନ ପାଇଁ ସ୍ଥାନୀୟ ଅଂଚଳବାସୀ ଦୃଢ ଦାବି ଉଠାଇଛନ୍ତି। ଆଜି ବୁଦେଲକାନି ଗାଁରେ ପଂଚାୟତ ପ୍ରମୁଖ ସଂଯୁକ୍ତ ପଟେଲ୍‌ଙ୍କ ଅଧ୍ୟକ୍ଷତାରେ ଏକ ସଭା ଅନୁଷ୍ଠିତ ହୋଇଥିଲା। ଏଥିରେ ବିଜେପିର ପୂର୍ବତନ ମଣ୍ଡଳ ସଭାପତି ଦୁଷ୍ମନ୍ତ ନାୟକ ମୁଖିଆ ଭାବରେ ଯୋଗ ଦେଇଥିଲେ। ଗାଁ'ର ଭଦ୍ରବ୍ୟକ୍ତି ମାନଙ୍କ ଉପସ୍ଥିତିରେ ନୂଆ ପଂଚାୟତ ଗଠନ କରାଯିବାକୁ କେଉଁ କେଉଁ ସମସ୍ୟାକୁ ନେଇ ଲୋକେ ଦାବି ଉଠାଉଛନ୍ତି ସେ ସମ୍ପର୍କରେ ବିସ୍ତୃତ ଆଲୋଚନା କରାଯାଇଥିଲା। ମୋଟ୍ ୧୨ ଗୋଟି ରାଜସ୍ୱ ଗାଁ'କୁ ନେଇ ଗଠିତ ଗୁଣ୍ଡୁରୁଚୁଆଁ ପଂଚାୟତର ଭୋଟର ସଂଖ୍ୟା ୨୦୧୧ ଜନଗଣନା ଅନୁଯାୟୀ ୬ ହଜାରରୁ ଉର୍ଦ୍ଧ୍ୱ ରହିଛି। ଉଭୟ ପ୍ରଶାସନିକ ଓ ଜନ ସାଧାରଣଙ୍କ ସେବା ଓ ସୁବିଧା ଦୃଷ୍ଟିରୁ ଗୁଣ୍ଡୁରୁଚୁଆଁ ପଂଚାୟତକୁ ଦୁଇ ଭାଗ କରି ଅନ୍ୟ ଏକ ନୂଆ ବୁଦେଲକାନି ପଂଚାୟତ ଗଠନ କରାଯିବାର ଆବଶ୍ୟକତା ରହିଛି। ଆହୂତ ବୈଠକରେ ଆଲୋଚନା ପରେ ପଂଚାୟତିରାଜ ଓ ପାନୀୟ ଜଳ ଯୋଗାଣ ମନ୍ତ୍ରୀଙ୍କୁ ଏକ ଦାବିପତ୍ର ଦିଆଯିବ ବୋଲି ଆଜିର ସଭାରେ ନିଷ୍ପତି ନିଆଗଲା। ଆସନ୍ତା ୧୪ ତାରିଖରେ ରାଜ୍ୟ ପଂଚାୟତିରାଜ ଓ ପାନୀୟ ଜଳ ଯୋଗାଣ ମନ୍ତ୍ରୀ ଗୁଣ୍ଡୁରୁଚୁଆଁ ପଂଚାୟତ ଗସ୍ତରେ ଆସୁଥିବାରୁ ତାଙ୍କର ଦୃଷ୍ଟି ଆକର୍ଷଣ କରାଯିବା ସହ ଏହି ଦାବିପତ୍ର ଦେବାପାଇଁ ସ୍ଥିରୀକୃତ ହୋଇଥିଲା। ଏହି ଆଲୋଚନା ବେଳେ ବିନୋଦ ପଟେଲ୍‌, ସୁଶାନ୍ତ ପଟେଲ୍‌, ଗୋପୀନାଥ କାଲୋ, ଭୁଲେଶ୍ୱର୍ ମୁଣ୍ଡା, ଆଶୋକ ନାୟକଙ୍କ ସମେତ ବହୁ ବୁଦ୍ଧିଜୀବୀ, ବରିଷ୍ଠ ନାଗରିକ ଓ ସ୍ଥାନୀୟ ଗ୍ରାମବାସୀବୃନ୍ଦ ଉପସ୍ଥିତ ଥିଲେ।

ହିନ୍ଦୁସ୍ଥାନ ସମାଚାର/ଶୈଳେଶ/ବୀଣାପାଣି

.......................................

ହିନ୍ଦୁସ୍ଥାନ ସମାଚାର / ଶୈଳେଶ


 rajesh pande