
କଟକ, ୩ ନଭେମ୍ବର (ହି.ସ.)- କଟକ ଜିଲ୍ଲାର ଆଠଗଡ଼ ସ୍ଥିତ ବାବା ଧବଳେଶ୍ଵରଙ୍କ ପୀଠରେ ଆଜି ପାଳିତ ହେଉଛି ପଂଚୁକର ତୃତିୟ ଦିବସ । ଆଜି ମଧ୍ୟ ରାତ୍ରର ତ୍ରୟୋଦଶୀ ଓ ଚତୁର୍ଦ୍ଦଶୀର ସନ୍ଦିକ୍ଷଣରେ ବାବା ଧବଳେଶ୍ୱରଙ୍କ ପୀଠରେ ପାଳିତ ହେବ ପ୍ରସିଦ୍ଧ ପର୍ବ ବଡଓଷା । ରାତି ୪ଟାରୁ ପହଡ଼ ଖୋଲାଯାଇ ୧୦୮ ଗରା ସୁବାଷିତ ଜଳରେ ବାବାଙ୍କୁ ମାର୍ଜନା ସ୍ନାନ କରାଯାଇଥିଲା । ଏହାପରେ ମଙ୍ଗଳଆଳତୀରେ ଖେଚୁଡ଼ି ଭୋଗ ଲାଗି କରାଯାଇଥିଲା । ବଡସିଂହାର ବେଶରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି ବାବା ଧବଳେଶ୍ୱର । ସୁରକ୍ଷା ବ୍ୟବସ୍ଥାକୁ ଦୃଷ୍ଟିରେ ରଖି ଏଠାରେ ୩ ଜଣ ଅତିରିକ୍ତ ଏସପି, ୮ ଜଣ ଡିଏସପି, ୨୦ ଜଣ ଆଇଆଇସିଙ୍କ ସହିତ ୧୫ ପ୍ଲାଟୁନ୍ ଫୋର୍ସ ମୁତୟନ ରହିଛନ୍ତି । ଏଥିସହ ସିସିଟିଭି ବ୍ୟବସ୍ଥା କରାଯାଇଛି ।
ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ