ଶିକ୍ଷକ ନେତାଙ୍କ ବିୟୋଗରେ ଶୋକ
ଭଦ୍ରକ, ୩ ନଭେମ୍ବର (ହି.ସ.) - ଭଦ୍ରକ ଜିଲ୍ଲା ଓଷ୍ଟା ର ପ୍ରାକ୍ତନ ସମ୍ପାଦକ ଜଣେ ଆଦର୍ଶ ଶିକ୍ଷକ ସଂଗ୍ରାମୀ ଶିକ୍ଷକ ନେତା ସାଧୁ ଚରଣ ଷଡ଼ଙ୍ଗୀ ଗତ କାଲି ରାତି ୧୦ ଘଂଟା ୨୦ ମିନିଟ୍ ସମୟ ରେ ଭୁବନେଶ୍ୱର ସ୍ଥିତ ସମ୍ ଅଲ୍ଟିମାଟ ରେ ଚିକିତ୍ସିତ ଅବସ୍ଥା ରେ୭୦ ବର୍ଷ ବୟସ ରେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍
SIKHYAKA NETANKA BIYOG RE SOKA


ଭଦ୍ରକ, ୩ ନଭେମ୍ବର (ହି.ସ.) - ଭଦ୍ରକ ଜିଲ୍ଲା ଓଷ୍ଟା ର ପ୍ରାକ୍ତନ ସମ୍ପାଦକ ଜଣେ ଆଦର୍ଶ ଶିକ୍ଷକ ସଂଗ୍ରାମୀ ଶିକ୍ଷକ ନେତା ସାଧୁ ଚରଣ ଷଡ଼ଙ୍ଗୀ ଗତ କାଲି ରାତି ୧୦ ଘଂଟା ୨୦ ମିନିଟ୍ ସମୟ ରେ ଭୁବନେଶ୍ୱର ସ୍ଥିତ ସମ୍ ଅଲ୍ଟିମାଟ ରେ ଚିକିତ୍ସିତ ଅବସ୍ଥା ରେ୭୦ ବର୍ଷ ବୟସ ରେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି। ମୃତ୍ୟୁସମୟ ରେ ତାଙ୍କ ନିକଟରେ ତାଙ୍କ ର ଦୁଇ ପୁଅ ଦୁଇ ବହୁ ଦୁଇ ଝିଅ ତାଙ୍କ ସହଧର୍ମିଣୀ ଓ ଆତ୍ମୀୟ ସ୍ୱୋଜନ ଉପସ୍ଥିତ ଥିଲେ। ତାଙ୍କ ଗ୍ରାମ ଅର୍ଦା ଉଳିଆ ରେ ତାଙ୍କର ଶେଷ କୃତ୍ୟ ସଂପନ୍ନ କରାଯାଇଥିଲା। ଶେଷକୃତ୍ୟ ସମୟରେ ତାଙ୍କ ଶେଷ ଦର୍ଶନ କରିଥିଲେ କମ୍ୟୁନିଷ୍ଟ ନେତା ସନ୍ତୋଷ ଦାସ, ଦିବ୍ୟସିଂହ ନାୟକ, ଧାମନଗର ପଂଚାୟତ ସମିତିର ପ୍ରାକ୍ତନ ଅଧ୍ୟକ୍ଷ ଅଶୋକ ନାୟକ ନାରୀନେତ୍ରୀ ସୁରଜିତ। ନାୟକ, ଓଷ୍ଟା ର ରାଜ୍ୟ ନେତୃତ୍ୱ ଅକ୍ଷୟ କୁମାର ହୋତା, ପ୍ରଦୀପ୍ତ ଦାସ, ପର୍ଶୁରାମ ପାତ୍ର, ପ୍ରଶାନ୍ତ ମିଶ୍ର, ରମାକାନ୍ତ ପରିଡ଼ା, ହେମନ୍ତ ସୁତାର, ଗଙ୍ଗାଧର ବେହେରା, ସମେତ ଶତାଧିକ ଶିକ୍ଷକ ଗ୍ରାମବାସୀ ମାନେ। କନିଷ୍ଠ ପୁତ୍ର ଦେବ ଦୁର୍ଲଭ ଷଡ଼ଙ୍ଗୀ ମୁଖାଗ୍ନି ଦେଇଛନ୍ତି।ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ

ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ


 rajesh pande