ଶ୍ରୀରାମ ନର୍ସିଂ କଲେଜ ଉଦ୍‌ଘାଟିତ
ଭଦ୍ରକ, ୩ ନଭେମ୍ବର (ହି.ସ.) - ଭଦ୍ରକ ସହର ମହତାବ ଛକ ନିକଟରେ ଶ୍ରୀରାମ ସ୍କୁଲ ଆଣ୍ଡ କଲେଜ ଅଫ ନସିଂ ଉଦ୍‌ଘାଟିତ ହୋଇଛି। ଜିଲ୍ଲାପାଳ ଦିଲ୍ଲୀପ ରାଉତରାୟ ଏହି ଶିକ୍ଷାନୁଷ୍ଠାନକୁ ଉଦଘାଟନ କରିଛନ୍ତି। ଜିଲ୍ଲାପାଳ ତାଙ୍କ ବକ୍ତବ୍ୟରେ କହିଛନ୍ତି, ଏବେ ବୈଷୟିକ କ୍ଷେତ୍ରରେ ଦକ୍ଷ ମାନବ ସମ୍ବଳ ସୃଷ୍ଟି କରି
SRIRAM NURSING COLLEGE INAUGURATION


ଭଦ୍ରକ, ୩ ନଭେମ୍ବର (ହି.ସ.) - ଭଦ୍ରକ ସହର ମହତାବ ଛକ ନିକଟରେ ଶ୍ରୀରାମ ସ୍କୁଲ ଆଣ୍ଡ କଲେଜ ଅଫ ନସିଂ ଉଦ୍‌ଘାଟିତ ହୋଇଛି। ଜିଲ୍ଲାପାଳ ଦିଲ୍ଲୀପ ରାଉତରାୟ ଏହି ଶିକ୍ଷାନୁଷ୍ଠାନକୁ ଉଦଘାଟନ କରିଛନ୍ତି। ଜିଲ୍ଲାପାଳ ତାଙ୍କ ବକ୍ତବ୍ୟରେ କହିଛନ୍ତି, ଏବେ ବୈଷୟିକ କ୍ଷେତ୍ରରେ ଦକ୍ଷ ମାନବ ସମ୍ବଳ ସୃଷ୍ଟି କରିବାକୁ ଉଦ୍ୟୋଗର ଆବଶ୍ୟକତା ରହିଛି। ସେ ଦୃଷ୍ଟିରୁ ଶ୍ରୀରାମ ନସିଂ କଲେଜ ନିଜର ଅଭିଜ୍ଞତାକୁ ନେଇ ଦକ୍ଷତା ସମ୍ପର୍ଶ ଛାତ୍ରଛାତ୍ରୀ ତିଆରି କରିବାକୁ ସେ ଆହ୍ୱାନ ଦେଇଥିଲେ। ନୂତନ ଭାବେ ପାଠ ପଢୁଥିବା ଛାତ୍ରଛାତ୍ରୀ ନିଷ୍ଠା ଓ ଏକାଗ୍ରତା ରଖି ପଢିଲେ ନିଶ୍ଚୟ ନିଜର ଉନ୍ନତି ସହ ଅନୁଷ୍ଠାନର ବିକାଶ ହୋଇପାରିବ ବୋଲି ସେ ପ୍ରକାଶ କରିଥିଲେ । ଅନ୍ୟତମ ଅତିଥି ଭାବେ ଭଦ୍ରକ ଏସପି ମନୋଜ ରାଉତ, ଭଦ୍ରକ ମେଡିକାଲର ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ସୁଧୀର ରଞ୍ଜନ ନାୟକ, ଡାକ୍ତର ନୀଳମାଧବ ପୁଷ୍ଟି, ନିର୍ଦ୍ଦେଶକ ସୀତାଲତା ଜେନା ଯୋଗଦେଇ ଥିଲେ । କାର୍ଯ୍ୟକ୍ରମକୁ ଶଙ୍କର୍ଷଣ ଦାସ ସଂଯୋଜନା କରିଥିବା ବେଳେ ଇଂ ଚକ୍ରଧର ଜେନା ଏଥିରେ ସହଯୋଗ କରିଥିଲେ।ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ

ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ


 rajesh pande