ବ୍ରହ୍ମପୁର ଅସ୍ଥିଶଲ୍ୟ ମଞ୍ଚର ରୌପ୍ୟ ଜୟନ୍ତୀ ସମ୍ମିଳନୀ
ଗଞାମ, ୩ ନଭେମ୍ବର (ହି.ସ.)- ବ୍ରହ୍ମପୁର ଅସ୍ଥିଶଲ୍ୟ ମଞ୍ଚର ଦୁଇଦିନିଆ ରୌପ୍ୟ ଜୁବୁଲି ସମ୍ମିଳନୀ ରେଶମ ସହରର ପୁରୁଣା ବସଷ୍ଟାଣ୍ଡ ନିକଟସ୍ଥ ହୋଟେଲ ସ୍ପେକ୍ଟ୍ରାମର ସମ୍ମିଳନୀ କକ୍ଷରେ ଆୟୋଜିତ ହୋଇଯାଇଛି | ଏହି ସମ୍ମିଳନୀରେ ମେରୁଦଣ୍ଡର ବିଭିନ୍ନ ରୋଗ ଓ ଆଘାତ ବିଷୟରେ ପୁଙ୍ଖାନୁପୁଙ୍ଖ ଆଲୋଚନା ସହ କୁତ
ବ୍ରହ୍ମପୁର ଅସ୍ଥି ଶଲ୍ୟ


ଗଞାମ, ୩ ନଭେମ୍ବର (ହି.ସ.)- ବ୍ରହ୍ମପୁର ଅସ୍ଥିଶଲ୍ୟ ମଞ୍ଚର ଦୁଇଦିନିଆ ରୌପ୍ୟ ଜୁବୁଲି ସମ୍ମିଳନୀ ରେଶମ ସହରର ପୁରୁଣା ବସଷ୍ଟାଣ୍ଡ ନିକଟସ୍ଥ ହୋଟେଲ ସ୍ପେକ୍ଟ୍ରାମର ସମ୍ମିଳନୀ କକ୍ଷରେ ଆୟୋଜିତ ହୋଇଯାଇଛି | ଏହି ସମ୍ମିଳନୀରେ ମେରୁଦଣ୍ଡର ବିଭିନ୍ନ ରୋଗ ଓ ଆଘାତ ବିଷୟରେ ପୁଙ୍ଖାନୁପୁଙ୍ଖ ଆଲୋଚନା ସହ କୁତ୍ରିମ ଅସ୍ଥି ଉପରେ ବିଭିନ୍ନ କୌଶଳର ପ୍ରଶିକ୍ଷଣ ଦିଆଯାଇଥିଲା | ମହାରାଜା କୃଷ୍ଣ ଚନ୍ଦ୍ର ଭେଷଜ ମହାବିଦ୍ୟାଳୟର ଶରୀର ଗଠନ ବିଭାଗରେ ସରଂକ୍ଷିତ ଶବବ୍ୟବଛେଦ କରି ବିଭିନ୍ନ ଯନ୍ତ୍ରାଂଶ ରୋପଣ ପଦ୍ଧତି ବିଷୟରେ କର୍ମଶାଳା ଆୟୋଜିତ ହୋଇଥିଲା | ପଦ୍ମଶ୍ରୀ ଡାକ୍ତର କୃଷ୍ଣ ମୋହନ ପାଠୀ ଏହି ଦୁଇ ଦିନିଆ ସମ୍ମିଳନୀକୁ ଉଦଘାଟନ କରିଥିଲେ | ଉଦ୍ଘାଟନୀ ଉତ୍ସବରେ ମଞ୍ଚର ସଭାପତି ଡାକ୍ତର ଅବନୀ କାନ୍ତ ମିଶ୍ର, ସମ୍ପାଦକ ଡାକ୍ତର ସଙ୍କର୍ଷଣ ପତ୍ର, ମୁଖ୍ୟ ଅତିଥି ଦିଲ୍ଲୀ ମେରୁଦଣ୍ଡ ଆଘାତ କେନ୍ଦ୍ରର ନିର୍ଦେଶକ ଡାକ୍ତର କାଳୀ ଦତ୍ତ ଦାସ, ସମ୍ମାନିତ ଅତିଥି ଓଡିଶା ମେରୁଦଣ୍ଡ ସଂଘର ନିର୍ଦେଶକ ଡାକ୍ତର ସନାତନ ବେହେରା ଓ ମୁଖ୍ୟ ବକ୍ତା ଫୁଲବାଣୀ ଭେଷଜ ମହାବିଦ୍ୟାଳୟର ବିଭାଗୀୟ ମୁଖ୍ୟ ଡାକ୍ତର ମଦନ ମୋହନ ସାହୁ, ସାଙ୍ଗଠନିକ ଅଧ୍ୟକ୍ଷ ଡକ୍ଟର ସୁଧୀର କୁମାର ମହାପାତ୍ର, ସାଙ୍ଗଠନିକ ସମ୍ପାଦକ ଡାକ୍ତର ଲଳିତ କୁମାର ଦାସ ଓ ଓଡିଶା ଅସ୍ଥିଶଲ୍ୟ ସଂଘର ସଭାପତି ଡାକ୍ତର କହ୍ନେଇ ରାମ ମହାପାତ୍ର ପ୍ରମୁଖ ମଂଚାସୀନ ଥିଲେ ଓ ନିଜ ନିଜର ବକ୍ତବ୍ୟ ରଖିଥିଲେ।

ପ୍ରଥମ ଥର ପାଇଁ ଆରମ୍ଭ କରାଯାଇଥିବା ପଦ୍ମଶ୍ରୀ କୃଷ୍ଣ ମୋହନ ପାଠୀ ଅଭିଭାଷଣ କାର୍ଯ୍ୟକ୍ରମ ରେ ଅନ୍ତର୍ଜାତୀୟ ଖ୍ୟାତିସମ୍ପର୍ଣ ଡାକ୍ତର କାଳୀଦତ୍ତ ଦାସ ଅସ୍ଥି ସନ୍ଧ୍ରାତା ବିଷୟରେ ଉପସ୍ଥାପନ କରିଥିଲେ |

ଅନ୍ୟ ପ୍ରଶିକ୍ଷଣଦାତା ରୂପେ ଡାକ୍ତର ମଦନ ମୋହନ ସାହୁ, ଡାକ୍ତର ସନାତନ ବେହେରା, ଡା. ଆନନ୍ଦ ବେହେରା, ଡା. ଭବାନି ମହାପାତ୍ର, ଡା. ସନ୍ତୋଷ ସାହୁ, ଡା. ସ୍ୱରୂପ ଦାସ, ଡା. ଅଭିଷେକ ମିଶ୍ର ପ୍ରମୁଖ ବିଶିଷ୍ଟ ବିଶେଷଜ୍ଞ ବୃନ୍ଦ ଯୋଗଦେଇଥିଲେ | ଏହା ଏକ ଅତି ସଫଳ ଓ ଉପଯୋଗୀ କାର୍ଯ୍ୟକ୍ରମ ରୂପେ ବ୍ରହ୍ମପୁର ଅସ୍ଥିଶଲ୍ୟ ମଞ୍ଚ ଇତିହାସର ଏକ ମାଇଲଖୁଣ୍ଟ ରୂପେ ସ୍ମରଣୀୟ ରହିବ |

ହିନ୍ଦୁସ୍ଥାନ ସମାଚାର / ହୃଷୀକେଶ


 rajesh pande