ଧରଣୀଧର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ସ୍କିଲ ଉତ୍ସବ
କେନ୍ଦୁଝର, ୦୩ ନଭେମ୍ବର(ହି.ସ.) – ଧରଣୀଧର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ କେନ୍ଦୁଝର ରେ ଆଜି ଏକ ନିଆରା ଉତ୍ସବ ''ବାର୍ଷିକ କୌଶଳ ପ୍ରଦର୍ଶନ ଉତ୍ସବ'' ପାଳନ କରାଯାଇଛି। ଧରଣୀଧର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର କୁଳସଚିବ ସୁଶ୍ରୀ ପ୍ରଭାତୀ ପୃଷ୍ଟି ଙ୍କ ସହ ଅଧକ୍ଷ ଡକ୍ଟର ପ୍ରକାଶ ଚନ୍ଦ୍ର ପାଲ ଏହି କାର୍ଯ୍
ଧରଣୀଧର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ସ୍କିଲ ଉତ୍ସବ


କେନ୍ଦୁଝର, ୦୩ ନଭେମ୍ବର(ହି.ସ.) – ଧରଣୀଧର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ କେନ୍ଦୁଝର ରେ ଆଜି ଏକ ନିଆରା ଉତ୍ସବ 'ବାର୍ଷିକ କୌଶଳ ପ୍ରଦର୍ଶନ ଉତ୍ସବ' ପାଳନ କରାଯାଇଛି। ଧରଣୀଧର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର କୁଳସଚିବ ସୁଶ୍ରୀ ପ୍ରଭାତୀ ପୃଷ୍ଟି ଙ୍କ ସହ ଅଧକ୍ଷ ଡକ୍ଟର ପ୍ରକାଶ ଚନ୍ଦ୍ର ପାଲ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଥିଲେ। ନିଆରା ରୂପରେ ପିଲାମାନେ ସମସ୍ତେ ସମସ୍ତଙ୍କର ପ୍ରୋଜେକ୍ଟ ଗୁଡ଼ିକ କୁ ପ୍ରଦର୍ଶିତ କରିଥିଲେ। ଧନ୍ଦାମୂଳକ ଶିକ୍ଷା ବିଭାଗର ମୂଖ୍ୟ ମୋହନ କୁମାର୍ ନାୟକ ଓ କନଷ୍ଟ୍ରକସନ ଶିକ୍ଷକ ରାଜୀବ ଲୋଚନ ଜେନା ଏହି ପ୍ରତିଯୋଗିତାର ଆୟୋଜନ କରିଥିଲେ। ଆଦିତି ସାହୁ ଅଟୋମୋଟିଭିରେ ପ୍ରଥମ ଓ ଶତାବ୍ଦୀ କନଷ୍ଟ୍ରକସନର ପ୍ରଥମ ପୁରସ୍କାର ଲାଭକରିଲେ। ଧରଣୀଧର ବିଶ୍ୱ ବିଦ୍ୟାଳୟର ଅଧ୍ୟାପକ ରାଜେନ୍ଦ୍ର କର, ଅନୁପମା ଦାସ, ସଲ୍ଲା କିନ୍ତୁ, ଭାରତୀ ମୁଣ୍ଡା, ସୁଲଗ୍ନା ସାହୁ, ରଶ୍ମିତା ନାୟକ ଅତିଥି ଭାବେ ଯୋଗଦେଇ ସଭାକୁ ସଫଳ କରିଥିଲେ। ପିଲାମାନେ ଏହି ଉତ୍ସବରେ ଅନେକ ନୂତନ ଶିକ୍ଷ୍ୟା ପ୍ରାପ୍ତ କରିଥିଲେ ଯାହା ଭବିଷ୍ୟତରେ ତାଙ୍କର କାମରେ ଆସିବ ବୋଲି ଉତ୍ସବର ଆୟୋଜକ ପ୍ରକାଶ କରିଛନ୍ତି।

ହିନ୍ଦୁସ୍ଥାନ ସମାଚାର/ସନ୍ତୋଷ/ବୀଣାପାଣି

.......................................

ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA


 rajesh pande