
ନୂଆପଡ଼ା /ଭୁବନେଶ୍ୱର,୦୩ ନଭେମ୍ବର (ହି.ସ.) - ନୂଆପଡ଼ା ଜିଲ୍ଲା କୋମନା ବ୍ଲକ୍ ର ଲଖନା ପଞ୍ଚାୟତ ହାଇ ସ୍କୁଲ ପଡ଼ିଆ ଠାରେ ଆୟୋଜିତ ଏକ ବିଶାଳ ଜନସଭାରେ ଦଳୀୟ ପ୍ରାର୍ଥୀ ଜୟ ଢୋଲକିଆଙ୍କ ପାଇଁ ଭୋଟ ଭିକ୍ଷା କରିଥିଲେ ରାଜ୍ୟ ଯୁବ, କ୍ରୀଡ଼ା ତଥା ଉଚ୍ଚଶିକ୍ଷା ମନ୍ତ୍ରୀ ସୂରଜ ସୂର୍ଯ୍ୟବଂଶୀ । ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଙ୍କ ଶକ୍ତି ବୃଦ୍ଧି କରିବା ପାଇଁ ନୂଆପଡ଼ାବାସୀ ପଦ୍ମଫୁଲର ବଟମ ଦବାଇ ବିକାଶ ପଥରେ ଚାଲିବାକୁ ଆହ୍ୱାନ ଦେଇଥିଲେ ।
ଏହି ଅବସରେ ସାଂସଦ ଶ୍ରୀମତୀ ସଙ୍ଗୀତା କୁମାରୀ ସିଂହଦେଓ , ରବୀନ୍ଦ୍ର ନାରାୟଣ ବେହେରା, ଚଳଚ୍ଚିତ୍ର ଅଭିନେତା ତଥା ବିଧାୟକ ସିଦ୍ଧାନ୍ତ ମହାପାତ୍ର , ଟଙ୍କଧର ତ୍ରିପାଠୀ, ରାଜ୍ୟ ଉପସଭାପତି ରମେଶ ସାହୁ ,ବରିଷ୍ଠ ନେତା ପ୍ରସନ୍ନ ପଢି ଙ୍କ ସମେତ ପଞ୍ଚାୟତ ପ୍ରମୁଖ ନରେନ୍ ଭାଇ,ପୁର୍ବତନ ସରପଞ୍ଚ ଗିଡୁ ଭାଇ ଆଦି ଉପସ୍ଥିତ ଥିଲେ । ଏହି ଜନସଭାରେ ସମସ୍ତ ଜନସାଧାରଣଙ୍କୁ ବିକାଶର ଚିହ୍ନ ପଦ୍ମଚିହ୍ନକୁ ବିପୁଳ ସଂଖ୍ୟାରେ ଭୋଟ ଦେଇ ଜୟଯୁକ୍ତ କରିବା ପାଇଁ ଉପସ୍ଥିତ ସମସ୍ତ ନେତୃତ୍ୱ ଅନୁରୋଧ କରିଥିଲେ ।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା