




ସମ୍ବଲପୁର, ୦୩ ନଭେମ୍ବର (ହି.ସ.) ସମ୍ବଲପୁରର ଅଗ୍ରଣୀ ଗୋବିନ୍ଦତୋଳା ଦୁର୍ଗାପୂଜା କମିଟି ପକ୍ଷରୁ ପ୍ରତିବର୍ଷ ପରି ଚଳିତ ବର୍ଷ ମଧ୍ୟ ପବିତ୍ର କାର୍ତ୍ତିକ ମାସରେ ଭଜନ ସମାରୋହ ଆୟୋଜିତ ହୋଊଛି l ଏହି କ୍ରମରେ ଚଳିତ ବର୍ଷ ମଧ୍ୟ ଧୁମଧାମରେ ଦୁର୍ଗାପୂଜାର ଆୟୋଜନ କରାଯାଇଥିଲା l ଚଳିତ ବର୍ଷ ଗୋବିନ୍ଦତୋଳା ମଣ୍ଡପରେ 'ଭଜନ ସନ୍ଧ୍ୟା' ଏକ ଭକ୍ତିମୟ ପରିବେଶରେ ଆୟୋଜିତ ହୋଇଯାଇଛି l ପୂର୍ବାହ୍ନରେ ଶ୍ରୀଶ୍ରୀ ସତ୍ୟନାରାୟଣ ପୂଜା ପଣ୍ଡିତ ଜଗଦୀଶ ଦାସଙ୍କ ଦ୍ୱାରା ସମ୍ପାଦିତ ହୋଇଯାଇଥିବା ବେଳେ ସନ୍ଧ୍ୟାରେ ଦୁର୍ଗାପୂଜା କମିଟି ତତ୍ୱାବଧାନରେ ଭଜନ ସମାରୋହ ଅନୁଷ୍ଠିତ ହୋଇଛି l କଣ୍ଠଶିଳ୍ପୀ ଶିବାନନ୍ଦ ତ୍ରିପାଠୀ, ତ୍ରିଲୋଚନ ପରିଡା, ଇପ୍ସିତା ପଣ୍ଡା, ତପସ୍ୱିନୀ ଦାସ ପ୍ରମୁଖ ସୁମଧୁର ଅନେକ ଭକ୍ତି ସଙ୍ଗୀତ ତଥା ବହୁ ଶ୍ରୃତିମଧୁର ଭଜନ ପରିବେଷଣ କରିଥିଲେ l ବାଦ୍ୟଯନ୍ତ୍ରରେ ସହଯୋଗୀତା କରିଥିଲେ ମୁରଲୀଧର, ସନ୍ତୋଷ, ସୁରେନ୍ଦ୍ର, ଗଣେଶ, ଦିୱାନ ଓ ଅନୀଲ l ଏହି ଅବସରରେ ବିଶିଷ୍ଟ ସଙ୍ଗଠକ ତଥା ବିଜେପି ନେତା ସୂର୍ଯ୍ୟ ପାଣିଗ୍ରାହୀଙ୍କ ସଂଯୋଜନାରେ ଏକ ସମ୍ବର୍ଦ୍ଧନା ଉତ୍ସବ ମଧ୍ୟ ଅନୁଷ୍ଠିତ ହୋଇଯାଇଛି l ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବରେ ବରିଷ୍ଠ ଶିକ୍ଷାବିତ୍ ବିପିନ ବିହାରୀ ନନ୍ଦ ଯୋଗ ଦେଇଥିଲେ l ଅନ୍ୟ ମାନଙ୍କ ମଧ୍ୟରେ ଦୁର୍ଗାପୂଜା କମିଟି ସଭାପତି ପ୍ରଦୀପ ପାଢ଼ୀ, ସମ୍ପାଦକ ଅଜୟ ସାହୁ, କୋଷାଧ୍ୟକ୍ଷ ଇ. ରମାକାନ୍ତ ବେରିହା ପ୍ରମୁଖ ମଞ୍ଚାସୀନ ଥିଲେ l ଏହି ଅବସରରେ ସମାଜର ପ୍ରତ୍ୟେକ ବର୍ଗ ତଥା ଗରିବ ଗୁରୁବାଙ୍କ ପାଇଁ ଭଗବାନ ଭାବେ ପରିଚିତ ଉତ୍କୃଷ୍ଟ ସ୍ୱାସ୍ଥ୍ୟ ସେବା ଯୋଗାଉଥିବା ତଥା ବୁର୍ଲାରେ ଟଙ୍କାକିଆ କ୍ଲିନିକ୍ ସମ୍ପର୍କରେ ଆଲୋଚନା କରାଯାଇଥିଲା । ସମାଜର ଅବହେଳିତ, ନିଷ୍ପେସିତ ଏବଂ ଅସହାୟ ରୋଗୀଙ୍କୁ ନିସର୍ତ୍ତ ସେବା ଦେଇ ଆସୁଥୁବା ବୁର୍ଲା ଭୀମସାର ଭେଷଜ ବିଭାଗର ସହକାରୀ ପ୍ରଫେସର ଡାକ୍ତର ଶଙ୍କର ରାମ ଚନ୍ଦାନିଙ୍କୁ ଦୁର୍ଗାପୂଜା କମିଟି ପକ୍ଷରୁ ପୁଷ୍ପଗୁଛ ମାନପତ୍ର ପ୍ରଦାନ ପୂର୍ବକ ଉପଢୌକନ ଦେଇ କମିଟି ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା l ପରେ ପରେ ଦୁର୍ଗାପୂଜା କମିଟି ପକ୍ଷରୁ ପ୍ରକାଶିତ ସ୍ମରଣିକା ଆରାଧ୍ୟା ଉନ୍ମୋଚନ କରଯାଇଥିଲା l ଏହି କାର୍ଯ୍ୟକ୍ରମରେ ସମ୍ପାଦନା ମଣ୍ଡଳୀ ସଦସ୍ୟ ଡ଼. ବସନ୍ତ ଦାସ, ଅଧ୍ୟାପକ ଜୟ ନାରାୟଣ ଶତପଥି, ପ୍ରଶାନ୍ତ ମାଝୀ, ରଂଜିତ ରଥ ପ୍ରମୁଖ ଉପସ୍ଥିତ ଥିଲେ l ଅନ୍ୟମାନଙ୍କ ମଧ୍ୟରେ ବରିଷ୍ଠ ସଭ୍ୟ ଦାମୋଦର କର, ଡାକ୍ତର ବସନ୍ତ ବିଷୋୟୀ, ଦୀପକ ପଣ୍ଡା, ଗୌରୀଦାସ ପଣ୍ଡା, ବଳରାମ ହୋତା, ଦିଲୀପ ଠାକୁର, ତର୍ପଣ ପ୍ରଧାନ, ଶ୍ରୀକାନ୍ତ ପଣ୍ଡା, ରାଜକିଶୋର ପୁରୋହିତ ପ୍ରମୁଖ ଉପସ୍ଥିତ ଥିଲେ l
---------------
ହିନ୍ଦୁସ୍ଥାନ ସମାଚାର / ଶୈଳେଶ