କେନ୍ଦ୍ରାପଡ଼ାରେ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର, ତ୍ୱରିତ ଫଇସଲା ପାଇଁ ନିର୍ଦ୍ଦେଶ
କେନ୍ଦ୍ରାପଡ଼ା, ୦୩ ନଭେମ୍ବର(ହି.ସ.) – କେନ୍ଦ୍ରାପଡା ଜିଲ୍ଲାପାଳ ରଘୁରାମ୍‌.ଆର୍‌.ଆଇ.ଆର୍ ଓ ଆରକ୍ଷୀ ଅଧିକ୍ଷକ ସିଦ୍ଧାର୍ଥ କଟ୍ଟାରିଆଙ୍କ ମିଳିତ ଅଭିଯୋଗ ଶୁଣାଣି ଶିବିର ପୈାରସଂସ୍ଥା ଟାଉନହଲ୍‌ଠାରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ପ୍ରାୟ ଦୁଇଶହ ଏକଟି ଅଭିଯୋଗ ପଞ୍ଜିକୃତ ହୋଇଥିଲା। ଏଥିରେ ଅନେକ ସମସ୍ୟ
କେନ୍ଦ୍ରାପଡାରେ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର, ତ୍ୱରିତ ଫଇସଲା ପାଇଁ ନିର୍ଦ୍ଦେଶ


କେନ୍ଦ୍ରାପଡ଼ା, ୦୩ ନଭେମ୍ବର(ହି.ସ.) – କେନ୍ଦ୍ରାପଡା ଜିଲ୍ଲାପାଳ ରଘୁରାମ୍‌.ଆର୍‌.ଆଇ.ଆର୍ ଓ ଆରକ୍ଷୀ ଅଧିକ୍ଷକ ସିଦ୍ଧାର୍ଥ କଟ୍ଟାରିଆଙ୍କ ମିଳିତ ଅଭିଯୋଗ ଶୁଣାଣି ଶିବିର ପୈାରସଂସ୍ଥା ଟାଉନହଲ୍‌ଠାରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ପ୍ରାୟ ଦୁଇଶହ ଏକଟି ଅଭିଯୋଗ ପଞ୍ଜିକୃତ ହୋଇଥିଲା। ଏଥିରେ ଅନେକ ସମସ୍ୟାର ସମାଧାନ ତ୍ୱରିତ ହୋଇଥିବାବେଳେ ଅନ୍ୟ ଅଭିଯୋଗଗୁଡିକ ଯଥା ସାମାଜିକ ସୁରକ୍ଷା, ସାମାଜିକ କଲ୍ୟାଣ, ଶିକ୍ଷା ବିଦ୍ୟୁତ୍‌, ପାନୀୟ ଜଳ, ଗ୍ରାମ୍ୟ ଉନ୍ନୟନ, ରାସ୍ତା କୋଠାବାଡି, ଅବକାରୀ ଯୋଗାଣ, କ୍ରିଡାସ୍ୱାସ୍ଥ୍ୟ ଆଦି ବିଭାଗକୁ ଫଇସଲା କରିବା ପାଇଁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି। ଏଥିସହିତ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିରୁ ୧୭ ହଜାର ଏବଂ ରେଡକ୍ରସରୁ ୫ ହଜାର ଟଙ୍କା ଆର୍ଥିକ ସହାୟତା ହିତାଧିକାରୀଙ୍କୁ ପ୍ରଦାନ କରାଯାଇଛି। ଆୟୋଜିତ ଏହି ଅଭିଯୋଗ ଶୁଣାଣି ଶିବିରରେ ଜିଲ୍ଲାସ୍ତରର ସମସ୍ତ ଅଧିକାରୀ ଉପସ୍ଥିତ ଥିଲେ।

ହିନ୍ଦୁସ୍ଥାନ ସମାଚାର/ରବି/ବୀଣାପାଣି

.......................................

ହିନ୍ଦୁସ୍ଥାନ ସମାଚାର / ରବି


 rajesh pande