ନୂଆପଡ଼ାରେ ବିଜେପି ପ୍ରାର୍ଥୀ ଜୟ ଙ୍କ ବିଜୟ ପାଇଁ ପ୍ରଚାର କଲେ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ
ନୂଆପଡ଼ା/ଭୁବନେଶ୍ୱର,୦୩ ନଭେମ୍ବର (ହି.ସ.) - ନୂଆପଡ଼ା ବିଧାନସଭା ଉପନିର୍ବାଚନରେ ଓଡ଼ିଶା ସରକାରଙ୍କ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ବିଭିନ୍ନ ସ୍ଥାନରେ ନିର୍ବାଚନୀ ମାରାଥନ ନିର୍ବାଚନ ପ୍ରଚାର କରିଛନ୍ତି । ପ୍ରଥମେ କୁରେଶ୍ୱର ଗ୍ରାମପଞ୍ଚାୟତର ରେଞ୍ଜ ଗ୍ରାମରେ ଏକ ସାଧାରଣ ସଭା
ନୂଆପଡ଼ାରେ ବିଜେପି ପ୍ରାର୍ଥୀ ଜୟ ଙ୍କ ବିଜୟ ପାଇଁ ପ୍ରଚାର କଲେ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ


ନୂଆପଡ଼ା/ଭୁବନେଶ୍ୱର,୦୩ ନଭେମ୍ବର (ହି.ସ.) - ନୂଆପଡ଼ା ବିଧାନସଭା ଉପନିର୍ବାଚନରେ ଓଡ଼ିଶା ସରକାରଙ୍କ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ବିଭିନ୍ନ ସ୍ଥାନରେ ନିର୍ବାଚନୀ ମାରାଥନ ନିର୍ବାଚନ ପ୍ରଚାର କରିଛନ୍ତି । ପ୍ରଥମେ କୁରେଶ୍ୱର ଗ୍ରାମପଞ୍ଚାୟତର ରେଞ୍ଜ ଗ୍ରାମରେ ଏକ ସାଧାରଣ ସଭା ରେ ଯୋଗ ଦେଇ ,ପ୍ରଧାନମନ୍ତ୍ରୀଙ୍କ ୧୧ ବର୍ଷ ଓ ମୋହନ୍ ମାଝୀ ଙ୍କ ୧୬ ମାସ ର ଦୁର୍ନୀତି ଭ୍ରଷ୍ଟାଚାର ମୁକ୍ତ ସୁଶାସନ ବିଷୟ ରେ ଉପସ୍ଥିତ ଜନସାଧାରଣ ଙ୍କୁ କହି ବିଜେପି ପ୍ରାର୍ଥୀ ଜୟ ଢୋଲକିଆ ଙ୍କୁ ବିଜୟ କରିବାକୁ ଅନୁରୋଧ କରିଥିଲେ । ସେହିପରି ଭାବେ କୋନାବିରା ଠାରେ ଆୟୋଜିତ ଆଦିବାସୀ ସମାଜ ସଭାରେ ମନ୍ତ୍ରୀ ଶ୍ରୀ ନିତ୍ୟାନନ୍ଦ ଗଣ୍ଡ, ଅତାବିରା ବିଧାୟକ ଶ୍ରୀ ନିହାର ମହାନନ୍ଦଙ୍କ ସହ ସାମିଲ ହୋଇ , ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଆଦିବାସୀ ଙ୍କ ପାଇଁ କରିଥିବା ବିଭିନ୍ନ ଯୋଜନା ସମ୍ପର୍କ ରେ ବୁଝଇଥିଲେ। ଆଦିବାସୀ ଙ୍କ ସମୃଦ୍ଧି, ଉନ୍ନତୀ ଓ ସମ୍ମାନ ପାଇଁ ବିଜେପି ଦଳର ପ୍ରାର୍ଥୀ ଜୟ ଢୋଲକିଆଙ୍କୁ ନିର୍ବାଚିତ କରାଇବା ପାଇଁ ଅନୁରୋଧ କରିଥିଲେ ।ଏହା ପରେ କୋମନା ଏନ.ଏ.ସି ଠାରେ ପଦଯାତ୍ରା କରି ଦଳର ପ୍ରାର୍ଥୀ ଶ୍ରୀ ଜୟ ଢୋଲକିଆଙ୍କୁ ବିପୁଳ ମାତ୍ରାରେ ଭୋଟ ଦେଇ ବିଜୟ କରିବା ପାଇଁ ଭୋଟ ଭିକ୍ଷା କରିଥିଲେ ।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande