
ଭୁବନେଶ୍ୱର,୦୩ ନଭେମ୍ବର (ହି.ସ.) - ନୂଆପଡ଼ା ଉପନିର୍ବାଚନ ଅବସରରେ ଭାଲେଶ୍ୱର ଓ ଜୟଜଙ୍ଘା ଠାରେ ଆୟୋଜିତ ପଞ୍ଚାୟତସ୍ତରୀୟ ସାଧାରଣ ସଭାରେ ମନ୍ତ୍ରୀ ରବି ନାୟକ ଯୋଗଦେଇ ବିଜେପି ପ୍ରାର୍ଥୀ ଜୟ ଢୋଲକିଆଙ୍କ ପାଇଁ ଭୋଟ ଭିକ୍ଷା କରିଛନ୍ତି।
ପ୍ରଥମେ ଭାଲେଶ୍ୱର ଠାରେ ଆୟୋଜିତ ସଭାରେ ଉପସ୍ଥିତ ଜନସାଧାରଣଙ୍କ ଉତ୍ସାହ ଓ ସମର୍ଥନ ବିଜେପିର ବିଜୟକୁ ସୁନିଶ୍ଚିତ କରୁଛି। ଜନମାନସରୁ ଏହା ସ୍ପଷ୍ଟ ହେଉଛି ଯେ ନୂଆପଡ଼ା ଆଜି ବିକାଶ ଓ ସୁଶାସନ ପକ୍ଷରେ ଏକତାବଦ୍ଧ ହୋଇଛି ବୋଲି ଭୋଟରମାନଙ୍କୁ ତାଙ୍କ ଉଦବୋଧନ ରେ ମନ୍ତ୍ରୀ ଶ୍ରୀ ନାୟକ କହିଥିଲେ । ନୂଆପଡ଼ାର ବିକାଶ ପାଇଁ ନୂଆପଡ଼ାରେ ଟ୍ରିପଲ୍ ଇଞ୍ଜିନ୍ ଆଣିବା ପାଇଁ ପଡିବ। ଏଥିପାଇଁ ବିଜେପି ର ପ୍ରାର୍ଥୀ ଶ୍ରୀ ଜୟ ଢୋଲକିଆଙ୍କୁ ପଦ୍ମଫୁଲ ଚିହ୍ନରେ ବିପୁଳ ସଂଖ୍ୟାରେ ଭୋଟ ଦେଇ ବିଜୟୀ କରାଇବାକୁ ପଡ଼ିବ। ତାହା ହିଁ ସ୍ୱର୍ଗତ ରାଜେନ୍ଦ୍ର ଢୋଲକିଆଙ୍କ ପ୍ରତି ଉଚିତ ଶ୍ରଦ୍ଧାଞ୍ଜଳି ହେବ । ସେହିପରି ନୂଆପଡ଼ା ବ୍ଲକ ଜୟଜଂଘା ମଣ୍ଡଳର ପରକୋଡ଼ରେ ଆୟୋଜିତ ପଞ୍ଚାୟତସ୍ତରୀୟ ବୈଠକରେ ଯୋଗଦେଇ ଦଳର ପ୍ରାର୍ଥୀ ଶ୍ରୀ ଜୟ ଢୋଲକିଆଙ୍କୁ ପଦ୍ମଫୁଲ ଚିହ୍ନରେ ବିପୁଳ ସଂଖ୍ୟାରେ ଭୋଟ ଦେଇ ବିଜୟୀ କରାଇବା ନିମନ୍ତେ ସ୍ଥାନୀୟ ଜନସାଧାରଣଙ୍କୁ ଅନୁରୋଧ କରିଥିଲେ ।ଏହି ସମ୍ମିଳନୀରେ ପୂର୍ବତନ ସାଂସଦ ପ୍ରଭାସ କୁମାର ସିଂହ, ପୂର୍ବତନ ବିଧାୟକ ଶ୍ରୀ ନାଉରୀ ନାୟକ ଙ୍କ ସହ ରାଜ୍ୟ ଓବିସି ସଭାପତି ଶ୍ରୀଯୁକ୍ତ ସୁରଥ ବିଶ୍ୱାଳ ଏବଂ ଦଳର ଅନ୍ୟ ନେତୃବୃନ୍ଦ ଯୋଗ ଦେଇଥିଲେ।
ସେହିପରି ବୁଢିପାଲି ଠାରେ ଆୟୋଜିତ ପଞ୍ଚାୟତସ୍ତରୀୟ ପ୍ରସ୍ତୁତି ବୈଠକରେ ମନ୍ତ୍ରୀ ଶ୍ରୀ ନାୟକ ଯୋଗ ଦେଇ ଦଳର ବିଧାୟକ ପ୍ରାର୍ଥୀ ଜୟ ଢୋଲକିଆଙ୍କୁ ଆଗାମୀ ଉପନିର୍ବାଚନରେ ପଦ୍ମ ଫୁଲ ଚିହ୍ନରେ ଭୋଟ ଦେଇ ବିଜୟୀ କରିବା ପାଇଁ ସମସ୍ତ ଭାଇ ଓ ଭଉଣୀଙ୍କୁ ମନ୍ତ୍ରୀ ଶ୍ରୀ ନାୟକ ନିବେଦନ କରିଥିଲେ।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା