
କେନ୍ଦୁଝର, 20 ଡିସେମ୍ବର (ହି.ସ.)
ଘଟଗାଁ ବ୍ଲକ ଅନ୍ତର୍ଗତ ଢେଙ୍କିକୋଟ ସ୍ଥିତ ଓଡ଼ିଶା ଆଦର୍ଶ ବିଦ୍ୟାଳୟର ବାର୍ଷିକ ଉତ୍ସବ ଅଭ୍ୟେତି ୨୦୨୫ ଓ ବାର୍ଷିକ କଳା ପ୍ରଦର୍ଶନୀ ଆଜି ଧୁମଧାମରେ ବିଦ୍ୟାଳୟ ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇ ଯାଇଛି। ଅଧ୍ୟକ୍ଷ ଭ୍ରମରବର ମଲ୍ଲିକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ବିଶିଷ୍ଠ ସମାଜ ସେବୀ ଶର୍ମିଷ୍ଠା ମହାନ୍ତି ଓରଫ ଗୁନୀ ଅପା, ମୁଖ୍ୟ ବକ୍ତା ଭାବେ ଜିଲ୍ଲା ସଂଘ ଚାଳକ ଅବସର ପ୍ରାପ୍ତ ପ୍ରାଧ୍ୟାପକ ଭାଗିରଥି ପୃଷ୍ଟି ଓ ସମ୍ମାନୀତ ଅତିଥି ଭାବେ ଘଟଗାଁ ବ୍ଲକ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଖଗେଶ୍ବର ବରାଳ ଏବଂ ଘଟଗାଁ ବ୍ଲକ ତହସିଲଦାର ଚାରୁଲତା ସିଂହ ଯୋଗଦେଇ ଛାତ୍ରଛାତ୍ରୀ ଓ ଅଭିଭାବକ ମାନଙ୍କୁ ସମ୍ବୋଧିତ କରିଥିଲେ। କଳା ଶିକ୍ଷୟିତ୍ରୀ ଭାଗ୍ୟଶ୍ରୀ ଦଳାଇ ଙ୍କ ନେତୃତ୍ବରେ ଆୟୋଜିତ ବିଦ୍ୟାଳୟର ବାର୍ଷିକ କଳା ପ୍ରଦର୍ଶନୀରେ ଛାତ୍ରଛାତ୍ରୀଙ୍କ ଦ୍ୱାରା ପ୍ରସ୍ତୁତ ବିଭିନ୍ନ ଚିତ୍ରକଳା, ହସ୍ତଶିଳ୍ପ ଆଦି ପ୍ରଦର୍ଶିତ ହୋଇଥିଲା। ଏହି ଉତ୍ସବକୁ ବ୍ରହ୍ମାନନ୍ଦ ଶତପଥୀ ଓ ସୌମ୍ୟା ସିଂହ ସଂଯୋଜନା କରିଥିଲେ ଏବଂ ମୋନିକା ଦାଶ ଧନ୍ୟବାଦ ଅର୍ପଣ କରିଥିଲେ। କାର୍ଯ୍ୟକ୍ରମ ରେ ବିଦ୍ୟାଳୟରେ ଆୟୋଜିତ ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ୱ ଲାଭ କରିଥିବା ଛାତ୍ରଛାତ୍ରୀଙ୍କୁ ଉପସ୍ଥିତ ଅତିଥିଗଣ ପୁରସ୍କାର ଓ ପ୍ରମାଣପତ୍ର ପ୍ରଦାନ କରିଥିଲେ। ଶେଷରେ ଛାତ୍ରଛାତ୍ରୀ ମାନଙ୍କ ଦ୍ଵାରା ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରା ଯାଇଥିଲା।
ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA