ଶିଶୁ ସୁରକ୍ଷା ୟୁନିଟ ତରଫରୁ ଶିଶୁ ସୁରକ୍ଷା ସଚେତନତା
ବଲାଙ୍ଗିର, 20 ଡିସେମ୍ବର (ହି.ସ.) ବଲାଙ୍ଗୀର ଜିଲ୍ଲା ଅନ୍ତର୍ଗତ କୌଶଲ୍ୟା ସ୍କୁଲ୍ ଅଫ୍ ନର୍ସିଂ, ସୁଡ଼ପଡ଼ା,ବଲାଙ୍ଗୀର ଠାରେ ଅଧ୍ୟକ୍ଷା ମୋନାଲିସା ଖୋସଲା ଙ୍କ ଅଧ୍ୟକ୍ଷତାରେ ଏକ ସଚେତନତା କାର୍ଯକ୍ରମ ଅନୁଷ୍ଟିତ କରାଗଲା।ଏହି ଅବସରରେ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ରେ ଅବସ୍ଥିତ ଥିବା ଅରୁଣା ର ଜିଲ୍ଲ
ଶିଶୁ ସୁରକ୍ଷା ୟୁନିଟ ତରଫରୁ ଶିଶୁ ସୁରକ୍ଷା ସଚେତନତା।


ବଲାଙ୍ଗିର, 20 ଡିସେମ୍ବର (ହି.ସ.) ବଲାଙ୍ଗୀର ଜିଲ୍ଲା ଅନ୍ତର୍ଗତ କୌଶଲ୍ୟା ସ୍କୁଲ୍ ଅଫ୍ ନର୍ସିଂ, ସୁଡ଼ପଡ଼ା,ବଲାଙ୍ଗୀର ଠାରେ ଅଧ୍ୟକ୍ଷା ମୋନାଲିସା ଖୋସଲା ଙ୍କ ଅଧ୍ୟକ୍ଷତାରେ ଏକ ସଚେତନତା କାର୍ଯକ୍ରମ ଅନୁଷ୍ଟିତ କରାଗଲା।ଏହି ଅବସରରେ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ରେ ଅବସ୍ଥିତ ଥିବା ଅରୁଣା ର ଜିଲ୍ଲା ପରମର୍ଷଦାତା ପ୍ରମୋଦ ବଗର୍ତ୍ତି ଶିଶୁ ସୁରକ୍ଷା ୟୁନିଟ ରେ ଥିବା ବିଭିନ୍ନ ଯୋଜନା ଉପରେ ଜଣାଇଥିଲେ,ଯଥା ଆଶିର୍ବାଦ,ପୃଷ୍ଠପୋଷକତା ସହାୟତା ରାଶି,ଯଶୋଦା ଯୋଜନା,ଗ୍ରୀନ ପାସେଜ ସାର୍ଟିଫିକେଟ ଉପରେ ଆବଶ୍ୟକ କାଗଜ ଉପରେ ଜଣାଇଥିଲେ।ଏହି ଅବସରରେ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ର ସାମାଜିକ କର୍ମୀ ଅରୁଣ ଖୁଆସ କିଶୋର ନ୍ୟାୟ ଆଇନ୍ ଅଧୀନରେ ଥିବା ବାଲ୍ୟ ବିବାହ ନିଷେଧ ଆଇନ୍,ଶିଶୁ ସୁରକ୍ଷା ଆଇନ୍,ପି ସି ପି ଏନ ଡି ଟି ଆକ୍ଟ, ଶିଶୁ ଶ୍ରମିକ ଆଇନ୍ ,ପୋସ୍କୋ ଆଇନ୍ ଉପରେ ବିଶଦ ଭାବରେ ବର୍ଣ୍ଣନା କରିଥିଲେ।ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ର ସାମାଜିକ କର୍ମୀ ହରିବନ୍ଧୁ ରାଉତ୍ ସକ୍ରିୟ ଅଂଶଗ୍ରହଣ କରିଥିବା ବେଳେ କୌଶଲ୍ୟା ସ୍କୁଲ୍ ଅଫ୍ ନର୍ସିଂ ର ସ୍ୱାଗତିକା ନାୟକ ,ସଲାମୀ ଟାକ୍ରି,ପୁରନ୍ଦର ସାହୁ ଙ୍କ ସମେତ ବି ଏସ ସି ନର୍ସିଂ ର ଛାତ୍ର,ଛାତ୍ରୀ ମାନେଉପସ୍ଥିତ ଥିଲେ।

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande