
କେନ୍ଦୁଝର, 20 ଡିସେମ୍ବର (ହି.ସ.) - ଢେଙ୍କିକୋଟର ସେବାଫାଉଣ୍ଡେସନ ଦ୍ଵାରା ପରିଚାଳିତ ଶ୍ରୀ ଗୁରୁକୁଳ ଶିକ୍ଷାନୁଷ୍ଠାନରେ ସମୂହର ବାର୍ଷିକ କ୍ରୀଡା ଆଜି ଉଦଯାପିତ ହୋଇଯାଇଛି । ଉଦଯାପନୀ ଉତ୍ସବରେ ଶ୍ରୀ ଗୁରୁକୁଳ ଇଂରାଜୀ ମାଧ୍ଯମ ବିଦ୍ୟାଳୟର ଅଧ୍ଯକ୍ଷା କିରଣ ବାଳା ସାହୁ ସଭାପତିତ୍ବ କରିଥିଲେ । ମୁଖ୍ୟ ଅତିଥି ଭାବେ ଢ଼େଙ୍କିକୋଟ ବନପାଳ ଅକ୍ଷୟ କୁମାର ମହାନ୍ତି, ସମ୍ମାନିତ ଅତିଥି ଭାବେ ବରିଷ୍ଠ ସାମ୍ବାଦିକ ନୃସିଂହ ନାଥ ସିଂହ, ସମାଜସେବୀ ଭରତଚନ୍ଦ୍ର ବେହେରା, କମ୍ବୁକାନ୍ତ ଦାସ, ଅବସରପ୍ରାପ୍ତ ଖେଳ ଶିକ୍ଷକ ବିଜୟ କୁମାର ପଲେଇ ପ୍ରମୁଖ ଯୋଗ ଦେଇ ନିଜର ଅଭିଭାଷଣ ମାଧ୍ୟମରେ ଛାତ୍ରଛାତ୍ରୀଙ୍କୁ କ୍ରୀଡା ର ମହତ୍ତ୍ବ ବିଷୟରେ ଉପଯୋଗୀ ତଥ୍ୟ ଉପସ୍ଥାପନ କରିଥିଲେ। ଏହି ବାର୍ଷିକ କ୍ରୀଡାରେ ଇଂରାଜୀ ମାଧ୍ୟମ ବିଦ୍ୟାଳୟ, ମଡେଲ ସ୍କୁଲ, ସ୍ପେଶାଲ ସ୍କୁଲ, +୨ ବିଜ୍ଞାନର ଅଂଶ ଗ୍ରହଣକାରୀ ଥିବା କୃତୀ ଖେଳାଳିଙ୍କୁ ପ୍ରମାଣପତ୍ର ସହିତ ପଦକ ଓ ଚମ୍ପିଆନ ହୋଇଥିବା ଖେଳାଳି ଯଥା- ରଶ୍ମି ଟୁଡୁ, ମନିଷା ତାମସଏ, ମୁକେଶ ମହାନ୍ତ, ଗତିକୃଷ୍ଣ ଘଣା, ରୋଶନି ବାସ୍କେ, ଚନ୍ଦନ ନାଏକ, ସମୀର ଜୁଆଙ୍ଗ, ଡକ୍ଟର ବେହେରା, ସଂଧ୍ୟାରାଣୀ ମହାନ୍ତ ଙ୍କୁ ଟ୍ରଫି ପ୍ରଦାନ କରାଯାଇଥିଲା । କାର୍ଯ୍ୟକ୍ରମରେ ସେବା ପାଉଣ୍ଡେସନର ଚେୟାରମେନ ତଥା ସକ୍ଷମ ଓଡ଼ିଶା ପୂର୍ବ ପ୍ରାନ୍ତର ସଭାପତି ଡକ୍ଟର ସତ୍ୟବ୍ରତ ସାହୁ ଯୋଗ ଦେଇ କ୍ରୀଡା ଶିକ୍ଷାର ଏକ ଅଂଶ ରୂପେ ସନ୍ଦେଶ ପ୍ରଦାନ କରିଥିଲେ । ଖେଳ ଶିକ୍ଷକ ଶିକ୍ଷିକା ଯଥା ପଙ୍କଜ କୁମାର ମହାନ୍ତ, ସୁବ୍ରତ ମୁଣ୍ଡା, ଲିଜା ବାରିକ, କୃଷ୍ଣା କୁମାରୀ ନାଏକ, ଶଶି କେର୍କେଟା କ୍ରୀଡା ପରି ଚାଳନା କରିଥିବା ବେଳେ ବିଭିନ୍ନ ବିଭାଗର ମୁଖ୍ୟ ମନୋଜ କୁମାର ମହାନ୍ତ, ଧର୍ମେନ୍ଦ୍ର ସ୍ବାଇଁ, ଆଦିତ୍ୟ ନାରାୟଣ ବେହେରା, ଦେବୀ ପ୍ରସାଦ ବାରିକ, ଶରତ ଚନ୍ଦ୍ର ରାଉତ, ନରେଶ ପରିଡା, ସୁଦର୍ଶନ ତ୍ରିପାଠୀ ,ନିକୁଞ୍ଜ ବିହାରୀ ସାହୁ, ସୁରଜ ପଣ୍ଡା ବିକାଶ ରଞ୍ଜନ ନାୟକ, ଆଲୋକ ମଣ୍ଡଳ, ସନ୍ତୋଷ ବରାଳ, ଗୌତମ ନାଏକ, ସୁରେଣ ବେହେରା, ବିଜୟିନୀ ସାମଲ ଜୟନ୍ତୀ ଦାସ, ଜ୍ୟୋତିମୟୀ ରଣା , ମିତାଲି ଲେଙ୍କା, ଶର୍ମିଷ୍ଠା ବେହେରା, ନରେନ୍ଦ୍ର ମହାନ୍ତ, ଜୟଦେବ ବାରିକ୍ ଆଦି ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ସହଯୋଗ କରିଥିଲେ । ଶିକ୍ଷକ ଧବଳେଶ୍ବର ବେହେରା ଓ ରାମକ୍ରିଷ୍ଣ ଗିରି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ସମସ୍ତ କାର୍ଯ୍ୟକ୍ରମ ଇଂରାଜୀ ମାଧ୍ୟମ ବିଦ୍ୟାଳୟର ଅଧ୍ୟକ୍ଷା କିରଣବାଳା ସାହୁଙ୍କ ପରିଚାଳନା ରେ ଅନୁଷ୍ଠିତ ହୋଇଥିଲା ।
ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA