୪୨ତମ ରାଜ୍ୟ ସ୍ତରୀୟ ସତ୍ୟସାଇ କ୍ରିକେଟ୍ ଟୁର୍ଣ୍ଣାମେଂଟ : ମା ବାଟ ମଙ୍ଗଳା କ୍ରିକେଟ ୧୨ ରନରେ ବିଜୟୀ
ଧର୍ମଶାଳା,୨୦ଡିସେମ୍ବର(ହି.ସ.) - ଯାଜପୁର ବ୍ଲକ ଝାଲପଡା ପଂଚାୟତ କାକୁଡିକୁଦ-ନୀଳକଣ୍ଠପୁର ସତ୍ୟସାଇ ଖେଳ ପଡିଆରେ ୪୨ ତମ ରାଜ୍ୟ ସ୍ତରୀୟ କ୍ରିକେଟ ଟୁର୍ଣ୍ଣାମେଂଟର ୨ୟ ମ୍ୟାଚ ମା ବାଟ ମଙ୍ଗଳା କ୍ରିକେଟ କ୍ଲବ ଗୋଳକୁଣ୍ଡ ଓ ସତ୍ୟ ସାଇ କ୍ରିକେଟ କ୍ଲବ କାକୁଡିକୁଦ ମଧ୍ୟରେ ଖେଳା ଯାଇଥିଲା । ଏହି ମ୍ୟାଚରେ
୪୨ତମ ରାଜ୍ୟ ସ୍ତରୀୟ ସତ୍ୟସାଇ କ୍ରିକେଟ୍ ଟୁର୍ଣ୍ଣାମେଂଟ : ମା ବାଟ ମଙ୍ଗଳା କ୍ରିକେଟ ୧୨ ରନରେ ବିଜୟୀ


ଧର୍ମଶାଳା,୨୦ଡିସେମ୍ବର(ହି.ସ.) - ଯାଜପୁର ବ୍ଲକ ଝାଲପଡା ପଂଚାୟତ କାକୁଡିକୁଦ-ନୀଳକଣ୍ଠପୁର ସତ୍ୟସାଇ ଖେଳ ପଡିଆରେ ୪୨ ତମ ରାଜ୍ୟ ସ୍ତରୀୟ କ୍ରିକେଟ ଟୁର୍ଣ୍ଣାମେଂଟର ୨ୟ ମ୍ୟାଚ ମା ବାଟ ମଙ୍ଗଳା କ୍ରିକେଟ କ୍ଲବ ଗୋଳକୁଣ୍ଡ ଓ ସତ୍ୟ ସାଇ କ୍ରିକେଟ କ୍ଲବ କାକୁଡିକୁଦ ମଧ୍ୟରେ ଖେଳା ଯାଇଥିଲା । ଏହି ମ୍ୟାଚରେ ଗୋଳକୁଣ୍ଡ ୨୧ ରନରେ କାକୁଡିକୁଦକୁ ପରାସ୍ତ କରିଛି । ପ୍ରଥମେ ବ୍ୟାଟିଂ କରି ଗୋଳକୁଣ୍ଡ ନିଦ୍ଧାରିତ ୨୦ ଓଭରରେ ସମସ୍ତ ଉଇକେଟ ହରାଇ ୧୨୦ ରନ ସଂଗ୍ରହ କରିଥିଲା । ଦଳ ପକ୍ଷରୁ ଅମନ କୁମାର ୨୬ ଓ ବିଟୁ ପାଣ୍ଡେ ୨୧ ରନ ସଂଗ୍ରହ କରିଥିଲେ । ବିପକ୍ଷ ଦଳର ବୋଲର ଶିବ ସୁନ୍ଦର ଦାସ ୨୭ ରନ ଦେଇ ୩ଟି ଉଇକେଟ ଅକ୍ତିଆର କରିଥିଲେ ।

ଜବାବରେ ୧୨୧ ରନର ବିଜୟ ଲକ୍ଷ୍ୟ ନେଇ କାକୁଡିକୁଦ ୨୦ ଓଭରରେ ୭ ଉଇକେଟ ହରାଇ ୯୯ ରନ ସଂଗ୍ରହ କରି ଏହି ମ୍ୟାଚକୁ ୨୧ ରନରେ ହାରି ଯାଇଥିଲା । ଦଳ ପକ୍ଷରୁ ନିଶିକାନ୍ତ ରାଉତ ସର୍ବାଧିକ ୨୯ ରନ ସଂଗ୍ରହ କରିଥିଲେ । ବିପକ୍ଷ ଦଳର ବୋଲର ପ୍ରିତି ରଂଜନ ୩୪ ରନ ଦେଇ ସର୍ବାଧିକ ୩ଟି ଉଇକେଟ ନେଇଥିଲେ । ଆଜିର ଖେଳକୁ ବିଶ୍ୱଜିତ ପତି ଓ ସୌମ୍ୟ ରଂଜନ ଦାସ ପରିଚାଳନାରେ ସହଯୋଗ କରିଥିଲେ । ସ୍କୋରରଭାବେ ସାଇ ପ୍ରବୀର ଓ ବବି ନାରାୟଣ ସେଠୀ ଓ ଭାଷ୍ୟକାରଭାବେ ସୁମନ ସାହୁ ଓ ଇମ୍ରାନ ଖାଁ ସହଯୋଗ କରିଥିଲେ । ରଘୁନାଥ ଜେନା,ମାଧବାନନନ୍ଦ ଜେନା,ହେମନ୍ତ ସାହୁ,ରଂଜିତ ନାୟକ,ଦିଲ୍ଲୀପ ଜେନା,ଉତ୍କଳ ଜେନା,ନିରଞ୍ଜନ ଜେନା,ସୁନିଲ ଜେନା,କବି ଚନ୍ଦ୍ର ସାହୁ,ପ୍ରଭାକର ସାହୁ,ଶୁକଦେବ ବିଶ୍ୱାଳ ଓ ସତ୍ୟ ସାଇ ସେବା ସମିତିର ସମସ୍ତ ସଭ୍ୟମ୍ରାଚ ପରିଚାଳନାରେ ସହଯୋଗ କରିଥିଲେ । ରବିବାର ଦିନ ଡାର୍କ ବାରିପଦା ଓ ଆଦର୍ଶ କ୍ରିକେଟ କ୍ଲବ ବାଲେଶ୍ୱର ମଧ୍ୟରେ ୧ମ କ୍ୱାଟର ମ୍ୟାଚ ଅନୁଷ୍ଠିତ ହେବ ବୋଲି କ୍ଲବ ପକ୍ଷରୁ ସୂଚନା ଦିଆଯାଇଛି ।

ହିନ୍ଦୁସ୍ଥାନ ସମାଚାର / ଚିନ୍ମୟ


 rajesh pande