ପିଏମଶ୍ରୀ ସରକାରୀ ନୋଡାଲ ହାଇସ୍କୁଲର ୫୦ତମ ବାର୍ଷିକ ଉତ୍ସବ
ମାଲକାନଗିରି, ୨୧ ଡିସେମ୍ବର (ହି.ସ.)- ପିଏମଶ୍ରୀ ସରକାରୀ ନୋଡାଲ ହାଇସ୍କୁଲ ମାଲକାନଗିରିର ୫୦ତମ ବାର୍ଷିକ ଉତ୍ସବ ଆଜି ସ୍କୁଲ ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଥିଲା। କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ସୋମନାଥ ପ୍ରଧାନ ଯୋଗଦେଇ ପ୍ରଦୀପ ପ୍ରଜ୍ୱଳନ ପୂର୍ବକ ଉଦ୍‌ଘାଟନ କରିଥିଲେ। ସଭ
ପି.ଏମ.ଶ୍ରୀ ସରକାରୀ ନୋଡାଲ ହାଇସ୍କୁଲର ୫୦ତମ ବାର୍ଷିକ ଉତ୍ସବ


ମାଲକାନଗିରି, ୨୧ ଡିସେମ୍ବର (ହି.ସ.)- ପିଏମଶ୍ରୀ ସରକାରୀ ନୋଡାଲ ହାଇସ୍କୁଲ ମାଲକାନଗିରିର ୫୦ତମ ବାର୍ଷିକ ଉତ୍ସବ ଆଜି ସ୍କୁଲ ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଥିଲା। କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ସୋମନାଥ ପ୍ରଧାନ ଯୋଗଦେଇ ପ୍ରଦୀପ ପ୍ରଜ୍ୱଳନ ପୂର୍ବକ ଉଦ୍‌ଘାଟନ କରିଥିଲେ। ସଭା ପରିଚାଳନା ବିଷ୍ଣୁ ପ୍ରସାଦ ସୁବୁଦ୍ଧିଙ୍କ ଦ୍ଵାରା କରାଯାଇଥିଲା । ଏଥିରେ ମୁଖ୍ୟବକ୍ତା ଭାବେ ଅଶୋକ କୁମାର ପଟ୍ଟନାୟକ, ( ପ୍ରାଧିକରଣ ଆଇନର ପ୍ରତିରକ୍ଷା ମୁଖ୍ୟ) ସମ୍ମାନିତ ଅତିଥି ରୂପେ ଅତିରିକ୍ତ ଜିଲ୍ଲା ଶିକ୍ଷାଧିକାରୀ ଭାଗିରଥି ବେହେରା, ମହିଳା ମହା ବିଦ୍ୟାଳୟର ଅଧ୍ୟକ୍ଷ ଦୁଷ୍ମନ୍ତ ଜେନା, ମାଲକାନଗିରି ମହା ବିଦ୍ୟାଳୟର ବାଣିଜ୍ୟ ବିଭାଗର ମୁଖ୍ୟଅଧ୍ୟାପକ ଡଃ. ରଞ୍ଜନ କୁମାର ସ୍ୱାଇଁ, ସାମ୍ବାଦିକ ରତ୍ନାକର ଦାଶ ଯୋଗଦେଇଥିଲେ। ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ନୃତ୍ୟ, ସଙ୍ଗୀତ, ନାଟକ ପରିବେଷଣ କରିଥିଲେ। ଶିକ୍ଷା, କ୍ରୀଡ଼ା ଓ ସହପାଠ୍ୟ କାର୍ଯ୍ୟକଳାପରେ ଉତ୍କୃଷ୍ଟତା ଦେଖାଇଥିବା ଛାତ୍ରଛାତ୍ରୀଙ୍କୁ ଅତିଥି ମାନଙ୍କ ଦ୍ୱାରା ପୁରସ୍କାର ପ୍ରଦାନ କରାଗଲା। “ଶିକ୍ଷାରେ ସଶକ୍ତିକରଣ” ବିଷୟକୁ ନାଟକ ଓ ଭାଷଣ ମାଧ୍ୟମରେ ଉପସ୍ଥାପନ କରାଯାଇଥିଲା।

ମୁଖ୍ୟ ଅତିଥି ଶ୍ରୀ ପ୍ରଧାନ ସ୍କୁଲର ସମଗ୍ର ଉନ୍ନତି ପ୍ରୟାସକୁ ସ୍ତୁତି କରି, ଛାତ୍ରଛାତ୍ରୀଙ୍କୁ ଶିଷ୍ଟାଚାର ଓ ନବୀନତାରେ ଅଗ୍ରସର ହେବାକୁ ପ୍ରେରିତ କଲେ। ପ୍ରଧାନଶିକ୍ଷୟତ୍ରୀ ଶାନ୍ତି ରାଣୀ ବିଶ୍ଵାସ ନିଜ ଉଦ୍‌ବୋଧନରେ ଛାତ୍ରଛାତ୍ରୀଙ୍କ ସଫଳତାରେ ଗର୍ବ ପ୍ରକାଶ କରି, ଶିକ୍ଷକମାନଙ୍କ ନିଷ୍ଠାକୁ ସ୍ୱୀକାର କଲେ। ବିଦ୍ୟାଳୟର ବରିଷ୍ଠ ଶିକ୍ଷୟତ୍ରୀ ରିତାଞ୍ଜଳି ସାମଲ ବାର୍ଷିକ ବିବରଣୀ ପାଠ କରିଥିଲେ । ଗଣିତ ଶିକ୍ଷୟିତ୍ରୀ ଏମ. ନନ୍ଦିନୀ ଧନ୍ୟବାଦ ଅର୍ପଣ କରିଥିଲେ । ଜାତୀୟ ସଙ୍ଗୀତ ଓ ରଙ୍ଗୀନ କାର୍ଯ୍ୟକ୍ରମ ସହିତ କାର୍ଯ୍ୟକ୍ରମର ସମାପନ ହୋଇଥିଲା।

ହିନ୍ଦୁସ୍ଥାନ ସମାଚାର / ଶିବବ୍ରତ


 rajesh pande