
କେନ୍ଦୁଝର, 21 ଡିସେମ୍ବର (ହି.ସ.) ନେସନାଲ୍ ସ୍କୁଲ୍ ଅଫ୍ ଡ୍ରାମା ଏବଂ ସ୍ପିରିଟଜା ଆନୁକୂଲ୍ୟରେ ଆକ୍ଟିଙ୍ଗ ୱାର୍କଶୋପ୍ ଉଦ୍ଘାଟନୀ ଉତ୍ସବରେ ନେସନାଲ ସ୍କୁଲ ଅଫ ଡ୍ରାମା ର କୁଳ ସଚିବ ପ୍ରଦୀପ କୁମାର ମହାନ୍ତି , ଅତିରିକ୍ତ ଆରିକ୍ଷୀ ଅଧିକ୍ଷକ ଜ୍ୟୋତିର୍ମୟ ଭୁକ୍ତା ଅତିଥି ରୂପେ ଯୋଗ ଦେଇଥିଲେ । ଦେଶର ବିଭିନ୍ନ ରାଜ୍ୟ ତଥା କେନ୍ଦୁଝର ଜିଲ୍ଲାର ୩୦ ଜଣ କଳାକାରଙ୍କୁ ଏଠାରେ ସୁନାମଧନ୍ୟ ଏନ ଏସ ଡି ପ୍ରଶିକ୍ଷକ ମାନଙ୍କ ଦ୍ୱାରା ପ୍ରଶିକ୍ଷଣ ଦେବା ପରେ ସମାରୋପ କାର୍ଯ୍ୟକ୍ରମ ଦିନ ଏକ ସୁନ୍ଦର ନାଟକ ପରିବେଷଣ କରାଯିବ ବୋଲି ନେସନାଲ୍ ସ୍କୁଲ୍ ଅଫ୍ ଡ୍ରାମାର କୂଳସଚିବ ପ୍ରଦୀପ କୁମାର ମହାନ୍ତି ସୂଚନା ଦେଇଛନ୍ତି।
ଏଇ ଗୋଟେ ମାସ କର୍ମଶାଳାର ଆକ୍ଟିଂ ଶିକ୍ଷା ପିଲାମାନଙ୍କୁ ଜୀବନ ଶୈଳୀରେ ଅନେକ ପରିବର୍ତନ ଆଣିବ। ଯାହାକି ତାଙ୍କୁ ସବୁ କ୍ଷେତ୍ରରେ ସାହାଯ୍ୟ କରିବ ।
କେନ୍ଦୁଝରରେ ଥିଏଟର ଏକ୍ଟିଙ୍ଗକୁ ପ୍ରଚାର ପ୍ରସାର କରିବା ଏବଂ କେନ୍ଦୁଝରର ଲୁକ୍କାୟିତ ପ୍ରତିଭା ମାନଙ୍କୁ ଉନ୍ନତ ମାନ ର ଶିକ୍ଷା ମିଳୁ ଏହା ହି ସ୍ପିରିଟଜା ଏକାଡେମୀ ର ମୁଖ୍ୟ ଉଦ୍ଦେଶ୍ୟ ବୋଲି ଏହି ଏକାଡେମୀର ନିର୍ଦ୍ଦେଶିକା ଶ୍ରୀମତୀ ପ୍ରଗତିକା ମହାନ୍ତି କହିଛନ୍ତି। ଏହି ପ୍ରୋଗ୍ରାମ କୁ ସଫଳ କରାଇବା ରେ ଆର୍ଯ୍ୟାନ୍ ରାୟ, ବଳଭଦ୍ର ପାଢ଼ୀ, ଚିତ୍ତରଞ୍ଜନ ବେହେରା ଏବଂ ଶୁଭେନ୍ଦୁ ଚକ୍ର ସହଯୋଗ କରିଥିଲେ ।
ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA