୩୪ତମ ମିଳିତ ବାର୍ଷିକ କ୍ରୀଡା ପ୍ରତିଯୋଗିତା ଉଦଯାପିତ
୩୪ତମ ମିଳିତ ବାର୍ଷିକ କ୍ରୀଡା ପ୍ରତିଯୋଗିତା ଉଦଯାପିତ ନୂଆପଡ଼ା,୨୧ ଡ଼ିସେମ୍ବର (ହି.ସ.)- ନୂଆପଡ଼ା ଜିଲ୍ଲା ଖଡ଼ିଆଳ ବ୍ଲକ ଅନ୍ତର୍ଗତ ତୁକଲା ଗ୍ରାମରେ ଚଳିତ ବର୍ଷର ମିଳିତ ବାର୍ଷିକ କ୍ରୀଡା ପ୍ରତିଯୋଗିତା ୨୦୨୫-୨୬ ଆଜି ଉଦଯାପିତ ହୋଇଯାଇଛି। ଏହି ଉତ୍ସବରେ ଗ୍ରାମର ପାଞ୍ଚଟି ଅନୁଷ୍ଠାନ ଯଥା, ନୋଡାଲ
Annual sports


୩୪ତମ ମିଳିତ ବାର୍ଷିକ କ୍ରୀଡା ପ୍ରତିଯୋଗିତା ଉଦଯାପିତ

ନୂଆପଡ଼ା,୨୧ ଡ଼ିସେମ୍ବର (ହି.ସ.)- ନୂଆପଡ଼ା ଜିଲ୍ଲା ଖଡ଼ିଆଳ ବ୍ଲକ ଅନ୍ତର୍ଗତ ତୁକଲା ଗ୍ରାମରେ ଚଳିତ ବର୍ଷର ମିଳିତ ବାର୍ଷିକ କ୍ରୀଡା ପ୍ରତିଯୋଗିତା ୨୦୨୫-୨୬ ଆଜି ଉଦଯାପିତ ହୋଇଯାଇଛି। ଏହି ଉତ୍ସବରେ ଗ୍ରାମର ପାଞ୍ଚଟି ଅନୁଷ୍ଠାନ ଯଥା, ନୋଡାଲ ଉ.ପ୍ରା ବିଦ୍ୟାଳୟ , ସୁଲୋଚନା ଦେବୀ ବାଳିକା ଉଚ୍ଚ ବିଦ୍ୟାଳୟ , ତୁକଲା ଉଚ୍ଚ ବିଦ୍ୟାଳୟ , ଉପେନ୍ଦ୍ର ପ୍ରଭାକର +୨ ମାଧ୍ୟମିକ ଉଚ୍ଚ ବିଦ୍ୟାଳୟ ଓ କ୍ଷମା ମେହେର ଡିଗ୍ରୀ ମହାବିଦ୍ୟାଳୟ ସାମିଲ ହୋଇଥିଲେ। ତିନି ଦିନ ଧରି ଆୟୋଜିତ ଉଦଘାଟନୀ ସମାରୋହରେ ଜିଲ୍ଲା ପରିଷଦ ସଭ୍ୟ ମାଲ୍ୟବନ୍ତ ସୁନା, ମୁଖ୍ୟ ଅତିଥି ଓ ଗଙ୍ଗାଧର ସିଂବାବୁ ,ସମ୍ମାନୀତ ଅତିଥି ଭାବେ ଯୋଗଦେଇଥିଲେ। ତିନି ଦିନ ଧରି ଖେଳ ଶିକ୍ଷକ ଗୋପାଳ ଚନ୍ଦ୍ରଦୁବେ, ବିରେନ୍ଦ୍ର ବାଗ, କୁନ୍ତଳିନି ସାହୁ, ମହେଶ କୁମାର ମେହେର ଓ ହୃଦା ନନ୍ଦ ବାଗ ଖେଳ ପରିଚାଳନା କରିଥିଲେ ।ଉଦଯାପନୀ ସଭାରେ ଭୁପିନ୍ଦର ସିଂ ମୁଖ୍ୟ ଅତିଥି ଓ ନିଳାଦ୍ରୀ ମେହେର, ସମ୍ମାନିତ ଅତିଥି ଭାବରେ ଯୋଗଦେଇ ଛାତ୍ରଛାତ୍ରୀଙ୍କୁ ଖେଳର ମହତ୍ତ୍ଵ ସମ୍ବନ୍ଧରେ ଅବଗତ କରିଥିଲେ। ସଞ୍ଜୟ ତ୍ରିପାଠୀ ଅତିଥିଙ୍କ ସ୍ୱାଗତ ଓ ପରିଚୟ ପ୍ରଦାନ କରିଥିବା ବେଳେ ବିଶ୍ଵତ୍ମା ପୁରୋହିତ ଧନ୍ୟବାଦ ଅର୍ପଣ କରିଥିଲେ। ସମ୍ପାଦକ ସିଦ୍ଧାର୍ଥ ଦାଶ ସଂପାଦକୀୟ ବିବରଣୀ ପାଠ କରିଥିବା ବେଳେ ସଭାନେତ୍ରୀ ଅସୀମା ବାଘ ମଞ୍ଚ ପରିଚାଳନା କରିଥିଲେ। ମଞ୍ଚାସୀନ ଅନୁଷ୍ଠାନ ମୁଖ୍ୟ ଗଣ ବିଘ୍ନରାଜ ଦାଶ, ଚିତ୍ତରଞ୍ଜନ ଦୂବେ ଓ ଅଜିତ କୁମାର ଦାଶ ନିଜ ନିଜ ଅନୁଷ୍ଠାନର ସହକର୍ମୀଙ୍କୁ ଏହି ସଫଳତାର ଶ୍ରେୟ ଦେଇଥିଲେ। ଚଳିତ ମାସ ଶେଷରେ ସେବା ନିବୃତ ହେବାକୁ ଥିବା ପ୍ରାଧ୍ୟାପକ ଡ. ଶ୍ରୀ ଶରତ ଚନ୍ଦ୍ର ଚଲାନଙ୍କ ତ୍ୟାଗ, ତପସ୍ୟା ଓ ବଳିଦାନର ସ୍ମୃତି ଚାରଣ କରି ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା। ଧନସାଗର ବେଶ୍ର। କୃତି ଛାତ୍ରଛାତ୍ରୀଙ୍କ ନାମ ପଠନ କରିଥିଲେ। ଅତିଥି ଗଣ ଟ୍ରଫି ପ୍ରଦାନ କରି ଛାତ୍ରଛାତ୍ରୀଙ୍କୁ ଉତ୍ସାହିତ କରିଥିଲେ। ଶେଷରେ ଛାତ୍ରଛାତ୍ରୀଙ୍କ ଦ୍ବାରା ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।

---------------

ହିନ୍ଦୁସ୍ଥାନ ସମାଚାର / ହେମନ୍ତ


 rajesh pande