ଭୂମିକାର ୩୬ତମ ସ୍ଵନକ୍ଷତ୍ର ଦିବସ ପାଳିତ
ବଲାଙ୍ଗିର, 21 ଡିସେମ୍ବର ( ହି.ସ.) ଓଡିଶା ର ଅଗ୍ରଣୀ ସାମାଜିକ ସାଂସ୍କୃତିକ ସଂଗଠନ ଭୂମିକାର ବାର୍ଷିକ ସାଧାରଣ ପରିଷଦ ବୈଠକ ଓ ସ୍ଵନକ୍ଷତ୍ର ଦିବସ ବନକେଡ଼ା ଠାରେ ଗତକାଲି ପାଳିତ ହୋଇଯାଇଛି । ଭୂମିକାର ସଭାପତି ଶ୍ରୀ ବୀରେନ୍ଦ୍ର ବନଛୋର ସମସ୍ତ ସଭ୍ୟଙ୍କୁ ସ୍ୱାଗତ ସହ ଶୁଭେଚ୍ଛା ଜଣେଇ ସଭାରମ୍ଭ କରି
ଭୂମିକା ର ୩୬ତମ  ସ୍ଵନକ୍ଷତ୍ର ଦିବସ ପାଳିତ


ବଲାଙ୍ଗିର, 21 ଡିସେମ୍ବର ( ହି.ସ.)

ଓଡିଶା ର ଅଗ୍ରଣୀ ସାମାଜିକ ସାଂସ୍କୃତିକ ସଂଗଠନ ଭୂମିକାର ବାର୍ଷିକ ସାଧାରଣ ପରିଷଦ ବୈଠକ ଓ ସ୍ଵନକ୍ଷତ୍ର ଦିବସ ବନକେଡ଼ା ଠାରେ ଗତକାଲି ପାଳିତ ହୋଇଯାଇଛି । ଭୂମିକାର ସଭାପତି ଶ୍ରୀ ବୀରେନ୍ଦ୍ର ବନଛୋର ସମସ୍ତ ସଭ୍ୟଙ୍କୁ ସ୍ୱାଗତ ସହ ଶୁଭେଚ୍ଛା ଜଣେଇ ସଭାରମ୍ଭ କରିଥିଲେ। ସମ୍ପାଦକ ଶ୍ରୀ ଜିତେନ୍ଦ୍ରିୟ ତ୍ରିପାଠୀ ବିଗତ ବର୍ଷ କାର୍ଯ୍ୟକ୍ରମ ବିଷୟରେ ସୂଚନା ଦେଇଥିଲେ ଓ କୋଷାଧକ୍ଷ ଶ୍ରୀ ରଶ୍ମି ରଞ୍ଜନ ବକ୍ସି ଆୟ ବ୍ୟୟ ବିବରଣୀ ପାଠ କରିଥିଲେ। ସମସ୍ତ ସଭ୍ୟ ବିଗତ ବର୍ଷର କାର୍ଯ୍ୟକ୍ରମ ର ସମୀକ୍ଷା ଓ ଆଗାମୀ ବର୍ଷ ପାଇଁ କାର୍ଯ୍ୟ ପନ୍ଥା ସ୍ଥିର ହୋଇଛି। ଦ୍ଵିତୀୟ ଅଧିବେସନରେ ଆଗାମୀ ବର୍ଷ ପାଇଁ କର୍ମକର୍ତା ନିର୍ବାଚନ ହୋଇଛି, ସଭାପତି -ଶ୍ରୀ ଅଖିଳ ଚନ୍ଦ୍ର ହୋତା ଉପ ସଭାପତି -ଶ୍ରୀ ନିଗମାନନ୍ଦ ନାଥ, ସମ୍ପାଦକ -ଶ୍ରୀ ଶକ୍ତି ଦତ୍ତ ମିଶ୍ର, ସହ ସମ୍ପାଦକ -ଶ୍ରୀ ସୋମ ନାଏକ, କୋଷାଧକ୍ଷ -ଶ୍ରୀ ବ୍ୟାସଦେବ ନନ୍ଦ, ସଂଯୋଜକ -ଶ୍ରୀ ଆର୍ତ୍ତ ତ୍ରାଣ ପାଢ଼ୀ ଓ ଜନସମ୍ପର୍କ ଅଧିକାରୀ ରୂପେ ଶ୍ରୀ ବୀରେନ୍ଦ୍ର କୁମାର ବନଛୋର ମନୋନୀତ ହୋଇଛନ୍ତି।

ବୈଠକ ରେ ଶ୍ରୀ ସୋମ ନାଏକ ଧନ୍ୟବାଦ ଅର୍ପଣ କରିଛନ୍ତି।

---------------

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande