ଭୁବନେଶ୍ୱରର ଏକ ଗେଷ୍ଟ ହାଉସରୁ ମୃତଦେହ ଉଦ୍ଧାର, ମୃତ୍ୟୁର କାରଣ ଅସ୍ପଷ୍ଟ
ଭୁବନେଶ୍ୱର, 21 ଡିସେମ୍ବର (ହି.ସ) ରାଜଧାନୀ ଭୁବନେଶ୍ୱରର ନାଲ୍‌କୋ ଛକ ନିକଟସ୍ଥ ଏକ ଗେଷ୍ଟ ହାଉସରୁ ଜଣେ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର ହୋଇଛି। ମୈତ୍ରୀବିହାର ଥାନା ପୋଲିସ ଘଟଣାସ୍ଥଳକୁ ପହଞ୍ଚି ମୃତଦେହକୁ ଜବତ କରିଛି। ପୋଲିସ ସୂତ୍ର ଅନୁସାରେ, ମୃତକଙ୍କ ନାକରୁ ଫେଣ ଏବଂ ପାଟିରୁ ରକ୍ତ ବାହାରୁଥିବ
ଭୁବନେଶ୍ୱରର ଏକ ଗେଷ୍ଟ ହାଉସରୁ ମୃତଦେହ ଉଦ୍ଧାର, ମୃତ୍ୟୁର କାରଣ ଅସ୍ପଷ୍ଟ


ଭୁବନେଶ୍ୱର, 21 ଡିସେମ୍ବର (ହି.ସ) ରାଜଧାନୀ ଭୁବନେଶ୍ୱରର ନାଲ୍‌କୋ ଛକ ନିକଟସ୍ଥ ଏକ ଗେଷ୍ଟ ହାଉସରୁ ଜଣେ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର ହୋଇଛି। ମୈତ୍ରୀବିହାର ଥାନା ପୋଲିସ ଘଟଣାସ୍ଥଳକୁ ପହଞ୍ଚି ମୃତଦେହକୁ ଜବତ କରିଛି।

ପୋଲିସ ସୂତ୍ର ଅନୁସାରେ, ମୃତକଙ୍କ ନାକରୁ ଫେଣ ଏବଂ ପାଟିରୁ ରକ୍ତ ବାହାରୁଥିବା ଦେଖାଯାଇଥିବାରୁ ଘଟଣାକୁ ନେଇ ସନ୍ଦେହ ଘନୀଭୂତ ହୋଇଛି। ମୃତ୍ୟୁର କାରଣ ସ୍ପଷ୍ଟ ହୋଇନଥିବା ବେଳେ, ପୋଲିସ ଏହାକୁ ସନ୍ଦେହଜନକ ମୃତ୍ୟୁ ଭାବେ ତଦନ୍ତ ଆରମ୍ଭ କରିଛି।

ଜଣାପଡ଼ିଛି ଯେ ମୃତକଙ୍କ ସ୍ତ୍ରୀ ୨୦ ତାରିଖରେ ଧଉଳି ଥାନାରେ ସ୍ୱାମୀଙ୍କ ନିଖୋଜ ନେଇ ଅଭିଯୋଗ ଦାଖଲ କରିଥିଲେ। ସ୍ତ୍ରୀଙ୍କ କହିବା ଅନୁସାରେ, ୧୯ ତାରିଖରେ ଘରୁ ଆସିବା ପାଇଁ ମୃତକ ଫୋନ୍ କରି ଫେରିବାକୁ ବିଳମ୍ବ ହେବ ବୋଲି ସୂଚନା ଦେଇଥିଲେ । ହେଲେ ତା’ପରେ ତାଙ୍କ ସହ କୌଣସି ଯୋଗାଯୋଗ ହୋଇନଥିଲା।

ମୃତକଙ୍କ ସ୍ତ୍ରୀ ଜଣେ ଯୁବତୀଙ୍କ ନାମରେ ହତ୍ୟା ସନ୍ଦେହ ପ୍ରକାଶ କରିଥିବା ସୂଚନା ମିଳିଛି। ପୋଲିସ କହିଛି ଯେ ଗେଷ୍ଟ ହାଉସ ଓ ଆଖପାଖର ସିସିଟିଭି ଫୁଟେଜ୍ ଯାଞ୍ଚ କରାଯାଉଛି ଏବଂ ତଦନ୍ତ ସହିତ ସମ୍ପୃକ୍ତ ସମସ୍ତଙ୍କୁ ପଚରାଉଚରା କରାଯିବ। ତଦନ୍ତ ପରେ ହିଁ ଘଟଣାର ସତ୍ୟ ସାମ୍ନାକୁ ଆସିବ ବୋଲି ପୋଲିସ ପକ୍ଷରୁ କୁହାଯାଇଛି।

---------------

ହିନ୍ଦୁସ୍ଥାନ ସମାଚାର / ସମନ୍ୱୟ


 rajesh pande