ଘନ କୁହୁଡ଼ି ନେଇ ଆଗାମୀ ୨ ଦିନ ପାଇଁ ୪ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ
ଭୁବନେଶ୍ୱର, ୨୧ ଡିସେମ୍ବର (ହି.ସ.)- ଘନ କୁହୁଡ଼ି ନେଇ ଆଗାମୀ ୨ ଦିନ ଅର୍ଥାତ୍ ୨୩ ତାରିଖ ସକାଳ ପର୍ଯ୍ୟନ୍ତ ରାଜ୍ୟର ୪ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ସେହି ଜିଲ୍ଲା ଗୁଡିକ ହେଲା ସୁନ୍ଦରଗଡ଼, ଝାରସୁଗୁଡ଼ା, କେନ୍ଦୁଝର, କନ୍ଧମାଳ । ଏସବୁ ସ୍ଥାନରେ କୁହୁଡ଼ିର ଦୃଶ୍ୟମାନ ଦୂର
ଘନ କୁହୁଡ଼ି ନେଇ ଆଗାମୀ ୨ ଦିନ ପାଇଁ ୪ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ-୨


ଘନ କୁହୁଡ଼ି ନେଇ ଆଗାମୀ ୨ ଦିନ ପାଇଁ ୪ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ


ଭୁବନେଶ୍ୱର, ୨୧ ଡିସେମ୍ବର (ହି.ସ.)- ଘନ କୁହୁଡ଼ି ନେଇ ଆଗାମୀ ୨ ଦିନ ଅର୍ଥାତ୍ ୨୩ ତାରିଖ ସକାଳ ପର୍ଯ୍ୟନ୍ତ ରାଜ୍ୟର ୪ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ସେହି ଜିଲ୍ଲା ଗୁଡିକ ହେଲା ସୁନ୍ଦରଗଡ଼, ଝାରସୁଗୁଡ଼ା, କେନ୍ଦୁଝର, କନ୍ଧମାଳ । ଏସବୁ ସ୍ଥାନରେ କୁହୁଡ଼ିର ଦୃଶ୍ୟମାନ ଦୂରତା ୫୦ ମିଟରୁ ୨୦୦ ମିଟର ମଧ୍ୟରେ ରହିପାରେ । ପରବର୍ତୀ ୫ ଦିନ ଅର୍ଥାତ୍ ୨୩ ତାରିଖ ସକାଳ ଠାରୁ ଆସନ୍ତା ୨୮ ତାରିଖ ସକାଳ ପର୍ଯ୍ୟନ୍ତ କୌଣସି ଚେତାବନୀ ନାହିଁ । ଭୁବନେଶ୍ୱର ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ରବିବାର ଜାରି ହୋଇଥିବା ଟ୍ୱିଟ୍ ରୁ ଏହି ସୂଚନା ମିଳିଛି ।

ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ


 rajesh pande