ଭଣ୍ଡା କେ. ବି ସରକାରୀ ଉଚ୍ଚ ବିଦ୍ୟାଳୟ ରେ ହlତୀ ସୁରକ୍ଷା ପାଇଁ ସଚେତନତା କାର୍ଯ୍ୟକ୍ରମ
କେନ୍ଦୁଝର, 21 ଡିସେମ୍ବର (ହି.ସ.) ଚମ୍ପୁଆ ବ୍ଲକ ଭଣ୍ଡା ପଞ୍ଚାୟତ ଅନ୍ତର୍ଗତ ଭଣ୍ଡା କେ. ବି ସରକାରୀ ଉଚ୍ଚ ବିଦ୍ୟାଳୟ ପରିସର ବହୁମୁଖୀ ସଭାକକ୍ଷ ଠାରେ ଜଙ୍ଗଲ ଓ ପରିବେଶ, ବନ ବିଭାଗ ସହାୟତାରେ ଗତକାଲି ହlତୀ ସୁରକ୍ଷା ପାଇଁ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି l ଉକ୍ତ ସଚେତନତା ସଭାରେ ବ
ଭଣ୍ଡା କେ. ବି ସରକାରୀ ଉଚ୍ଚ ବିଦ୍ୟାଳୟ ରେ ହlତୀ ସୁରକ୍ଷା ପାଇଁ ସଚେତନତା କାର୍ଯ୍ୟକ୍ରମ


କେନ୍ଦୁଝର, 21 ଡିସେମ୍ବର (ହି.ସ.) ଚମ୍ପୁଆ ବ୍ଲକ ଭଣ୍ଡା ପଞ୍ଚାୟତ ଅନ୍ତର୍ଗତ ଭଣ୍ଡା କେ. ବି ସରକାରୀ ଉଚ୍ଚ ବିଦ୍ୟାଳୟ ପରିସର ବହୁମୁଖୀ ସଭାକକ୍ଷ ଠାରେ ଜଙ୍ଗଲ ଓ ପରିବେଶ, ବନ ବିଭାଗ ସହାୟତାରେ ଗତକାଲି ହlତୀ ସୁରକ୍ଷା ପାଇଁ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି l ଉକ୍ତ ସଚେତନତା ସଭାରେ ବିଦ୍ୟାଳୟ ର ପ୍ରଧାନଶିକ୍ଷକ ମହେଶ ଚନ୍ଦ୍ର ମୁଣ୍ଡା ସଭାପତିତ୍ୱ କରିଥିଲେ l ଏଥିରେ ମୁଖ୍ୟ ଅତିଥି ଭାବେ ସାଂସଦ ପ୍ରତିନିଧି ସିଦ୍ଧାର୍ଥ କୁମାର ସିଂହ, ମୁଖ୍ୟବକ୍ତା ଭାବେ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ତଥା ପ୍ରକୁତି ବନ୍ଧୁ କ୍ଷେତ୍ରବାସୀ ମହାନ୍ତ, ସମ୍ମାନିତ ଅତିଥି ଭାବେ ଉଖୁଣ୍ଡା ସେକସନ ଜ୍ୟୋତିପୁର, ଉଖୁଣ୍ଡା ଓ ବନିକା ବିଟ ର ବନରକ୍ଷୀ ସାଗରିକା ବେଜ, ବିଦ୍ୟୁତ ବିଭାଗ ର ଲାଇନ ମେନ ଶ୍ରୀପତି ବେହେରା, ଆମ ଜଙ୍ଗଲ ଯୋଜନା ର କାର୍ଯ୍ୟନିର୍ବାହୀ ଉଦୟ ନାଥ ହୋ, ବିଦ୍ୟାଳୟ ପରିଚାଳନା କମିଟି ସଭାପତି ଶ୍ରୀ ଡମ୍ବରୁଧର ମହାନ୍ତ, ସାମ୍ବାଦିକ ପରମାନନ୍ଦ ମହାନ୍ତ ପ୍ରମୁଖ ଯୋଗ ଦେଇ ପରିବେଶ ସୁରକ୍ଷା, ନୂତନ ଜଙ୍ଗଲ ସୃଷ୍ଟି, ହlତୀ ପ୍ରତି ସମ୍ବେଦନଶୀଳ, ସହାନୁଭୂତି ପ୍ରଦର୍ଶନ କରିବାକୁ ଦିଗଦର୍ଶନ ଦେଇ ପ୍ରକୁତି ବଞ୍ଚାଇବାକୁ ହlତୀ ସୁରକ୍ଷା ଜରୁରୀ ବୋଲି ଅଭିହିତ କରିଥିଲେ l ପ୍ରଥମେ ଅତିଥିମାନେ ମା 'ତାରିଣୀଙ୍କ ଫଟୋ ଚିତ୍ରରେ ଧୂପ, ପ୍ରଦୀପ ପ୍ରଯ୍ୟଳନ ପରେ ସଭାକାର୍ଯ୍ୟ ଆରମ୍ଭ କରାଯାଇଥିଲା l କାର୍ଯ୍ୟକ୍ରମକୁ ଶିକ୍ଷକ ଦଶରଥ ମହାନ୍ତ ସଂଯୋଜନା କରିଥିବା ବେଳେ ବିଦ୍ୟାଳୟ ପରିଚାଳନା କମିଟି ସଭାପତି ଡମ୍ବରୁଧର ମହାନ୍ତ ସ୍ଵlଗତ ଅଭିଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ l ବିଦ୍ୟାଳୟ ର ଛାତ୍ରୀ ପ୍ରଜ୍ଞାସ୍ମିତା ପ୍ରଧାନ, ହିନ୍ଦୀ ଶିକ୍ଷୟିତ୍ରୀ ଗୀତାରାଣୀ ମହାନ୍ତ ହାତୀ ସୁରକ୍ଷା ସଚେତନତା ସମ୍ୱନ୍ଧେ ଅଭିଭାଷଣ ପ୍ରଦାନ କରିଥିଲେ l ବନ ବିଭାଗ ଓ ବିଦ୍ୟୁତ ବିଭାଗର ଦିଗଦର୍ଶନରେ ସଚେତନତା ସଭା କାର୍ଯ୍ୟକ୍ରମ ହୋଇଥିବା ବେଳେ ବିଦ୍ୟାଳୟ ର ଇକୋ କ୍ଳବ ର ସଦସ୍ୟ ସଦସ୍ୟା, ଛାତ୍ର ଛାତ୍ରୀ, ବିଦ୍ୟାଳୟ ପରିଚାଳନା କମିଟି ସଦସ୍ୟ ସଦସ୍ୟା, ଯୁବକ ସଙ୍ଘ ସଦସ୍ୟ, ଗ୍ରାମ ତଥା ଅଞ୍ଚଳବାସୀ ଏଥିରେ ଅଂଶ ଗ୍ରହଣ କରିଥିଲେ l କାର୍ଯ୍ୟକ୍ରମକୁ ଶିକ୍ଷୟିତ୍ରୀ ସୀମାରାଣୀ ନାୟକ, ପୁର୍ଣିମା ସାହୁ, ସୋନାଲି ମୁଣ୍ଡା, ଶିକ୍ଷକ ରାଜେନ୍ଦ୍ର ନାଏକ, ବୈଲୋଚନ ମହାନ୍ତ, ହେମନ୍ତ ମହାନ୍ତ, ନିମାଇଁ ନାଏକ, ଭୁବନାନନ୍ଦ ମହାନ୍ତ ପ୍ରମୁଖଙ୍କ ଦ୍ଵାରା ପରିଚାଳିତ ହୋଇଥିଲା l

ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA


 rajesh pande