ନିମାପଡ଼ାରେ ବିଜେଡି ଓ କଂଗ୍ରେସ ନେତୃବୃନ୍ଦ ବିଜେପିରେ ଯୋଗଦେଲେ, ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା କଲେ ସ୍ୱାଗତ
ଭୁବନେଶ୍ୱର, 21 ଡିସେମ୍ବର (ହି.ସ) ନିମାପଡ଼ା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ତୁଳସୀପୁର ଗ୍ରାମ ପଞ୍ଚାୟତର ବିଜେଡି ଓ କଂଗ୍ରେସ ଦଳର ନେତୃବୃନ୍ଦ ଏବଂ କାର୍ଯ୍ୟକର୍ତ୍ତାମାନେ ଆଜି ଭାରତୀୟ ଜନତା ପାର୍ଟି (ବିଜେପି)ରେ ଯୋଗଦେଇଛନ୍ତି। ଏହି ଅବସରରେ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ସମସ୍ତ ନୂତନ ସଦସ୍ୟଙ
ପ୍ରଭାତୀ ପରିଡା


ଭୁବନେଶ୍ୱର, 21 ଡିସେମ୍ବର (ହି.ସ) ନିମାପଡ଼ା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ତୁଳସୀପୁର ଗ୍ରାମ ପଞ୍ଚାୟତର ବିଜେଡି ଓ କଂଗ୍ରେସ ଦଳର ନେତୃବୃନ୍ଦ ଏବଂ କାର୍ଯ୍ୟକର୍ତ୍ତାମାନେ ଆଜି ଭାରତୀୟ ଜନତା ପାର୍ଟି (ବିଜେପି)ରେ ଯୋଗଦେଇଛନ୍ତି।

ଏହି ଅବସରରେ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ସମସ୍ତ ନୂତନ ସଦସ୍ୟଙ୍କୁ ଦଳରେ ହାର୍ଦ୍ଦିକ ସ୍ୱାଗତ ଜଣାଇଛନ୍ତି। ନୂତନ ଯୋଗଦାନ ଦ୍ୱାରା ନିମାପଡ଼ା ଅଞ୍ଚଳରେ ବିଜେପିର ସଂଗଠନ ଆହୁରି ମଜବୁତ ହେବ ବୋଲି ସେ ଆଶା ପ୍ରକାଶ କରିଛନ୍ତି ।

ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ନୂତନ ସଦସ୍ୟମାନଙ୍କୁ ଉଦ୍ଦେଶ୍ୟ କରି କହିଥିଲେ ଯେ ସମସ୍ତେ ଏକାଠି ହୋଇ ଦଳର ନୀତି, ଆଦର୍ଶ ଓ କାର୍ଯ୍ୟକ୍ରମକୁ ଗାଁ-ଗାଁ ପର୍ଯ୍ୟନ୍ତ ପହଞ୍ଚାଇବା ସହ ସଂଗଠନକୁ ଆହୁରି ସକ୍ତିଶାଳୀ କରିବା ଦିଗରେ କାର୍ଯ୍ୟ କରିବେ ବୋଲି ସେ ଦୃଢ଼ ଆଶା ପ୍ରକାଶ କରିଛନ୍ତି।

---------------

ହିନ୍ଦୁସ୍ଥାନ ସମାଚାର / ସମନ୍ୱୟ


 rajesh pande