ପଇଦାପାଟଣା ଠାରେ ୧୨ତମ ବାର୍ଷିକ ଫୁଟବଲ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ
କେନ୍ଦୁଝର, 21 ଡିସେମ୍ବର (ହି.ସ.) କେନ୍ଦୁଝର ଜିଲ୍ଲା ଘଟଗାଁ ବ୍ଲକ ଅନ୍ତର୍ଗତ ପଇଦାପାଟଣା ପଞ୍ଚାୟତ ଖେଳପଡିଆରେ ୧୨ତମ ବାର୍ଷିକ ଫୁଟବଲ ଟୁର୍ଣ୍ଣାମେଣ୍ଟର ଶୁଭ ଉଦଘାଟନୀ ଉତ୍ସବ ଅନୁଷ୍ଠିତ ହୋଇଯାଇଛି l ଏହି କାର୍ଯ୍ୟକ୍ରମରେ ନିମନ୍ତ୍ରିତ ହୋଇ ମୁଖ୍ୟଅତିଥି ଭାବେ ପୂର୍ବତନ ପ୍ରଶାସକ ଡ. ଶମ୍ଭୁନାଥ ରାଉତ,
ପଇଦାପାଟଣା ଠାରେ ୧୨ତମ ବାର୍ଷିକ ଫୁଟବଲ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ


କେନ୍ଦୁଝର, 21 ଡିସେମ୍ବର (ହି.ସ.) କେନ୍ଦୁଝର ଜିଲ୍ଲା ଘଟଗାଁ ବ୍ଲକ ଅନ୍ତର୍ଗତ ପଇଦାପାଟଣା ପଞ୍ଚାୟତ ଖେଳପଡିଆରେ ୧୨ତମ ବାର୍ଷିକ ଫୁଟବଲ ଟୁର୍ଣ୍ଣାମେଣ୍ଟର ଶୁଭ ଉଦଘାଟନୀ ଉତ୍ସବ ଅନୁଷ୍ଠିତ ହୋଇଯାଇଛି l ଏହି କାର୍ଯ୍ୟକ୍ରମରେ ନିମନ୍ତ୍ରିତ ହୋଇ ମୁଖ୍ୟଅତିଥି ଭାବେ ପୂର୍ବତନ ପ୍ରଶାସକ ଡ. ଶମ୍ଭୁନାଥ ରାଉତ, ମୁଖ୍ୟବକ୍ତା ଭାବେ ସାମ୍ବାଦିକ ସଞ୍ଜୟ କୁମାର ସାହୁ ଯୋଗ ଦେଇଥିଲେ l ସେହିପରି ସମ୍ମାନିତ ଅତିଥିଭାବେ ପୂର୍ବତନ ମଣ୍ଡଳ ସଭାପତି ଗୋଲକ ବଳ, ପୂର୍ବତନ ସାଧାରଣ ସମ୍ପାଦକ ଶରତ ବେଜ, ଘଟଗାଁ ମଣ୍ଡଳ ଉପ ସଭାପତି ମକରଧ୍ଵଜ ବେହେରା, ସମାଜସେବୀ ଭୋଳାନାଥ ମହାନ୍ତ,ପ୍ରଶାନ୍ତ ଗିରି, କୈଳାସ ନାୟକ, ରବିନ୍ଦ୍ର ଚାମ୍ପିଆ ମଞ୍ଚାସୀନ ହୋଇଥିଲେ l କାର୍ଯ୍ୟକ୍ରମରେ ସଭାପତିତ୍ବ କରିଥିଲେ ସଂଘର ସଭାପତି ଜଗନ୍ନାଥ ମହାନ୍ତ l କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ସମ୍ପାଦକ ହୃଷୀକେଶ ମହାନ୍ତ,କୋଷାଧ୍ୟକ୍ଷ ରମାକାନ୍ତ ମହାନ୍ତ , ନବକିଶୋର ନାୟକ, ଉପସଭାପତି ବିପିନ ବିହାରୀ ମହାନ୍ତଙ୍କ ସମେତ ସଭ୍ଯ ବୁବୁ ନାୟକ,ଫୁତୁଲୁ ନାୟକ,ମଣ୍ଟୁ ନାୟକ ଓ ଗଜେନ୍ଦ୍ର ମହାନ୍ତ। ଭାଷ୍ଯକାର ଭାବରେ ଶାନ୍ତନୁ ବାରିକ୍ ଓ କୁନାଲ ପଣ୍ଡା ଯୋଗ ଦେଇଥିଲେ। ରେଫରୀ ଭାବେ ବେଣୁଧର ଗାଗରାଇ,ବୃନ୍ଦାବନ ମୁଣ୍ଡା, ସନ୍ତୋଷ ମହାକୁଡ଼, ସଞ୍ଜୟ ନାୟକ ସହଯୋଗ କରିଥିଲେ। ପ୍ରଥମ ମ୍ୟାଚଟି ଗୁରୁବିଷ୍ଣୁ ଏଫସି ସହିତ ଜୁନିଅର ଏଫସି ମଧ୍ୟରେ ହୋଇଥିଲା। ପରସ୍ପର ମଧ୍ୟରେ ସୁସମ୍ପର୍କ,ଭାଇଚାରା ଓ ସହଯୋଗ ମନୋଭାବ ରଖି ଖେଳିବାକୁ ନିମନ୍ତ୍ରିତ ଅତିଥିମାନେ ପରାମର୍ଶ ଦେଇଥିଲେ ଓ ଟୁର୍ଣ୍ଣାମେଣ୍ଟର ସଫଳତା କାମନା କରିଥିଲେ। ଆଜିର ଖେଳକୁ ଶହ ଶହ ଫୁଟବଲ ପ୍ରେମୀ ଉପଭୋଗ କରିଥିଲେ।

ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA


 rajesh pande