
ଭୁବନେଶ୍ୱର, 21 ଡିସେମ୍ବର (ହି.ସ) , ସାଳନ୍ଦୀ ନଦୀର ଉଭୟ ପାର୍ଶ୍ୱର ସୁରକ୍ଷା, ସୌନ୍ଦର୍ଯ୍ୟକରଣ ଓ ବନ୍ୟା ନିୟନ୍ତ୍ରଣକୁ ଦୃଷ୍ଟିରେ ରଖି ଆଜି ଆଡ଼ିବନ୍ଧ ନିର୍ମାଣ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଛି। ଏହି ପ୍ରକଳ୍ପ ଦ୍ୱାରା ବନ୍ୟା ପ୍ରଭାବ କମିବା ସହ ଚାଷଜମିକୁ ଉତ୍ତମ ଜଳସେଚନ ସୁବିଧା ମିଳିବ ବୋଲି ଆଶା କରାଯାଉଛି। ଏହି ଅବସରରେ ଉଚ୍ଚ ଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ଉପସ୍ଥିତ ଥିଲେ ।
ଉଚ୍ଚ ଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ପ୍ରକଳ୍ପର ଗୁରୁତ୍ୱ ଉପରେ ଆଲୋକପାତ କରି କହିଥିଲେ ଯେ ସାଳନ୍ଦୀ ନଦୀ ଆଞ୍ଚଳିକ ଲୋକଙ୍କ ଜୀବନ ଓ ଜୀବିକା ସହ ଗଭୀରଭାବେ ଜଡ଼ିତ। ଏହି ଆଡ଼ିବନ୍ଧ ପ୍ରକଳ୍ପ ନଦୀ ତଟବର୍ତ୍ତୀ ଅଞ୍ଚଳକୁ ସୁରକ୍ଷିତ କରିବା ସହ ଅଞ୍ଚଳର ଦୀର୍ଘମେୟାଦୀ ଉନ୍ନତିରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାଇବ।
କାର୍ଯ୍ୟକ୍ରମରେ ଭଦ୍ରକ ବିଧାନସଭା କ୍ଷେତ୍ରର ଲୋକପ୍ରିୟ ବିଧାୟକ ଶ୍ରୀ ସୀତାଂଶୁ ଶେଖର ମହାପାତ୍ର ମଧ୍ୟ ଉପସ୍ଥିତ ଥିଲେ। ସେ ପ୍ରକଳ୍ପ ଆରମ୍ଭ ପାଇଁ ରାଜ୍ୟ ସରକାରଙ୍କୁ ଧନ୍ୟବାଦ ଜଣାଇ ଏହା ଭଦ୍ରକ ଜିଲ୍ଲା ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ବିକାଶ ମୂଳକ ପଦକ୍ଷେପ ବୋଲି କହିଥିଲେ।
---------------
ହିନ୍ଦୁସ୍ଥାନ ସମାଚାର / ସମନ୍ୱୟ