
ଭୁବନେଶ୍ୱର, 21 ଡିସେମ୍ବର (ହି.ସ) ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୁଜାରୀ ଆଜି ତାଙ୍କ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବ୍ରଜରାଜନଗର ପୌରାଞ୍ଚଳର ଓପିଏମ୍ ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ଆୟୋଜିତ ଜିଲ୍ଲା ସ୍ତରୀୟ ବାଲ ବୈଜ୍ଞାନିକ ପ୍ରଦର୍ଶନୀ–୨୦୨୫ରେ ଯୋଗଦେଇଛନ୍ତି । ଏହି ଅବସରରେ ତାଙ୍କ ସହ ପରିବହନ ମନ୍ତ୍ରୀ ଶ୍ରୀ ବିଭୂତି ଜେନା ମଧ୍ୟ ଉପସ୍ଥିତ ଥିଲେ। ମନ୍ତ୍ରୀଦ୍ୱୟ ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ପ୍ରଦର୍ଶିତ ବିଭିନ୍ନ ବୈଜ୍ଞାନିକ ମଡେଲ୍ ଓ ନୂତନ ଚିନ୍ତାଧାରାକୁ ନିରୀକ୍ଷଣ କରି ସେମାନଙ୍କ ପ୍ରତିଭାର ପ୍ରଶଂସା କରିଥିଲେ।
ମନ୍ତ୍ରୀ ସୁରେଶ ପୁଜାରୀ ଛାତ୍ରଛାତ୍ରୀଙ୍କୁ ଉଦ୍ଦେଶ୍ୟ କରି କହିଥିଲେ ଯେ ଏପରି ବୈଜ୍ଞାନିକ ପ୍ରଦର୍ଶନୀ ଛାତ୍ରମାନଙ୍କ ମଧ୍ୟରେ ନବଚିନ୍ତନ, ସୃଜନଶୀଳତା ଓ ବୈଜ୍ଞାନିକ ମନୋଭାବ ଗଢ଼ି ତୋଳିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାଏ।
ପରିବହନ ମନ୍ତ୍ରୀ ବିଭୂତି ଜେନା ମଧ୍ୟ ଛାତ୍ରଛାତ୍ରୀଙ୍କ ଉଦ୍ୟମକୁ ସ୍ୱାଗତ କରି ସେମାନଙ୍କ ଭବିଷ୍ୟତ ପାଇଁ ଶୁଭେଚ୍ଛା ଓ ଶୁଭକାମନା ଜଣାଇଥିଲେ।
---------------
ହିନ୍ଦୁସ୍ଥାନ ସମାଚାର / ସମନ୍ୱୟ