




ବଲାଙ୍ଗିର, 21 ଡିସେମ୍ବର (ହି.ସ.) ବଲାଙ୍ଗିର ଖର୍ଲିକାନି ସ୍ଥିତ ଶେମର୍ଫୋଡ ଫ୍ୟୁଚରିଷ୍ଟିକ୍ ଇଂରାଜୀ ମାଧ୍ୟମିକ ବିଦ୍ୟାଳୟରେ ଆଜି ୧୩ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଯାଇଅଛି। ବିଦ୍ୟାଳୟର ସମ୍ପାଦକ ଶ୍ରୀଯୁକ୍ତ ସଞ୍ଜୀବ କୁମାର ରଥଙ୍କ ସଭାପତିତ୍ଵରେ ଅନୁଷ୍ଠିତ ଏହି ଉତ୍ସବରେ ମୁଖ୍ୟ ଅତିଥି ଡକ୍ଟର ପ୍ରତାପ କୁମାର ଦାଶ ଇଂରାଜୀ ବିଭାଗର ମୁଖ୍ୟ ଏବଂ ବଲାଙ୍ଗୀର ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟର ପିଜି କାଉନସିଲର ଅଧ୍ୟକ୍ଷ। ସେ ଜଣେ ଲେଖକ ମଧ୍ୟ। ସମ୍ମାନିତ ଅତିଥି ଭାବରେ ସହ ସଭାପତି ଆଶିଷ କୁମାର ରଥ, ଶିକ୍ଷା ନିର୍ଦ୍ଦେଶିକା ନିଲମ ରଥ , ଅଧକ୍ଷ ପ୍ରତାପ କୁମାର ଜେନା ଓ ପ୍ରି. ପ୍ରାଇମେରୀ ବିଭାଗ ର ପ୍ରଧାନ ଶିକ୍ଷୟିତ୍ରୀ ସହ , ଶିକ୍ଷକ ଶିକ୍ଷୟିତ୍ରୀ ଏବଂ ଛାତ୍ରଛାତ୍ରୀ ଓ ଅଭିଭାବକ ଉପସ୍ଥିତ ରହି ଉତ୍ସବ ଟିକୁ ସାଫଲ୍ୟ ମଣ୍ଡିତ କରିଥଲେ।ଉତ୍ସବରେ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନେ ଉଚ୍ଚ କୋଟିର ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ। କୃତିତ୍ୱ ହାସଲ କରିଥିବା ଛାତ୍ରଛାତ୍ରୀ ମାନଙ୍କୁ ମାନପତ୍ର ଓ ଟ୍ରଫି ପ୍ରଦାନ କରାଯାଇଥିଲା। ସହସ୍ରାଧିକ ଉପସ୍ଥିତ ଅଭିଭାବକ ମାନେ ବିଦ୍ୟାଳୟର ସଫଳତା ସମ୍ପର୍କରେ ବାଖାଣିଥିଲେ । ବିଦ୍ୟାଳୟର ସଭାପତି ଓ ଏକାଡେମି ନିର୍ଦ୍ଦେଶିକା ମୁଖ୍ୟ ଅତିଥି ଡ. ଦାଶ ଙ୍କୁ ଉପଢୌକନ ଓ ଉତ୍ତରୀୟ ଦେଇ ସମ୍ମାନିତ
କରିଥିବା ବେଳେ ଅଧକ୍ଷ ଶ୍ରୀ ଜେନା ବାରିସ୍କ ବିତରଣୀ ପଠନ କରିଥିଲେ ।ଏବଂ ଶେଷରେ ବିଦ୍ୟାଳୟର ଶିକ୍ଷୟତ୍ରୀ ସୁସ୍ମିତା ଶର୍ମା ଧନ୍ୟବାଦ ଅର୍ପଣ କରିଥିଲେ।
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ