କେନ୍ଦୁଝର ସହରର ଅଗ୍ରଣୀ ଶିକ୍ଷାନୁଷ୍ଠାନ ଶ୍ରୀଗଣେଶ ଶିକ୍ଷା କେନ୍ଦ୍ରରେ ଏକ ସାଧାରଣ ବୈଠକ ଅନୁଷ୍ଠିତ
କେନ୍ଦୁଝର, 21 ଡିସେମ୍ବର (ହି.ସ.) କେନ୍ଦୁଝର ଗଡ଼ ପୁରୁଣା ସହରର ହୁଡ଼କୋରେ ଥିବା ଶ୍ରୀଗଣେଶ ଶିକ୍ଷା କେନ୍ଦ୍ର ପରିସରରେ ଏକ ସାଧାରଣ ବୈଠକ ଅନୁଷ୍ଠିତ ହୋଇଥିଲା। ଉକ୍ତ ସାଧାରଣ ବୈଠକ ରେ କମିଟିର ସଭାପତି ସୁରେଶ ପଟ୍ଟନାୟକ ସଭାପତିତ୍ୟ କରିଥିଲେ। ବିଦ୍ୟାଳୟର ପ୍ରଧାନଶିକ୍ଷୟତ୍ରୀ ସୁଶ୍ରୀ ନନ୍ଦିନୀ ମହାନ
କେନ୍ଦୁଝର ସହରର ଅଗ୍ରଣୀ ଶିକ୍ଷାନୁଷ୍ଠାନ ଶ୍ରୀଗଣେଶ ଶିକ୍ଷା କେନ୍ଦ୍ରରେ ଏକ ସାଧାରଣ ବୈଠକ ଅନୁଷ୍ଠିତ


କେନ୍ଦୁଝର, 21 ଡିସେମ୍ବର (ହି.ସ.) କେନ୍ଦୁଝର ଗଡ଼ ପୁରୁଣା ସହରର ହୁଡ଼କୋରେ ଥିବା ଶ୍ରୀଗଣେଶ ଶିକ୍ଷା କେନ୍ଦ୍ର ପରିସରରେ ଏକ ସାଧାରଣ ବୈଠକ ଅନୁଷ୍ଠିତ ହୋଇଥିଲା। ଉକ୍ତ ସାଧାରଣ ବୈଠକ ରେ କମିଟିର ସଭାପତି ସୁରେଶ ପଟ୍ଟନାୟକ ସଭାପତିତ୍ୟ କରିଥିଲେ। ବିଦ୍ୟାଳୟର ପ୍ରଧାନଶିକ୍ଷୟତ୍ରୀ ସୁଶ୍ରୀ ନନ୍ଦିନୀ ମହାନ୍ତି ବୈଠକ ଟିକୁ ପରିଚାଳନା କରିଥିଲେ। ଅନୁଷ୍ଠାନର ଉପସଭାପତି ମନୋଜ କୁମାର ମିଶ୍ର, ସମ୍ପାଦକ ବୀରେନ୍ଦ୍ର କୁମାର ପଟ୍ଟନାୟକ, ଯୁଗ୍ମ ସମ୍ପାଦକ ଶ୍ରୀଯୁକ୍ତ ଜ୍ଞାନରଞ୍ଜନ ପତି, କୋଷାଧକ୍ଷ ଶ୍ରୀ ସୁଧୀର କୁମାର ସାହୁ, ଅଭିଭାବକଙ୍କ ପ୍ରତିନିଧି ଶ୍ରୀଯୁକ୍ତ ସୁଶୀଲ କୁମାର ମାଲାକାର, ଉପଦେଷ୍ଟା ମଣ୍ଡଳୀ ର ପ୍ରତିନିଧି ଶ୍ରୀ ସୁଚିତ୍ରା ମହାରଣା, କମିଟିର ସଦସ୍ୟ ଶ୍ରୀ ରବୀନ୍ଦ୍ର ରଣସିଂ, ଶ୍ରୀଯୁକ୍ତ ସନ୍ତୋଷ କୁମାର ପତି, ଆଚାର୍ଯ୍ୟା ମନୋରମା ପତି, ବୁଦ୍ଧିଜୀବୀ ସତ୍ୟଜିତ ମିଶ୍ର ତଥା ବିଦ୍ୟାଳୟର ସମସ୍ତ ସହକାରୀ ଶିକ୍ଷକ/ଶିକ୍ଷୟତ୍ରୀ ଏବଂ ସଦସ୍ୟ ମାନେ ଉପସ୍ଥିତ ରହି ନିଜର ସୁଚିନ୍ତିତ ମତାମତ ପ୍ରଦାନ କରିଥିଲେ। ମୁଖ୍ୟତଃ ଉକ୍ତ ବୈଠକରେ ବିଦ୍ୟାଳୟର ସୌନ୍ଦର୍ଯ୍ୟକରଣ ଉଚ୍ଚମାନର ଶିକ୍ଷାଦାନ ପଦ୍ଧତି ଅଭିଭାବକ ସମିଳନୀ ଶିକ୍ଷାଉପଦେଷ୍ଟା ଶିକ୍ଷାଅନୁଶୀଳନ ଉଚ୍ଚକୋଟିର ପ୍ଲେସ୍କୁଲକୁ ବିଦ୍ୟାଳୟରେ ସାମିଲ କରିବା ଇତ୍ୟାଦି ଗୁରୁତ୍ୱପୁର୍ଣ ଆଲୋଚନାମାନ ହୋଇଥିଲା। ପ୍ରତ୍ୟେକ ସଦସ୍ୟ ଏହି ଆଲୋଚନାରେ ଭାଗ ନେଇ ନିଜ ନିଜର ମତ ରଖିଥିଲେ। ପରିଶେଷରେ କମିଟିର ଉପସଭାପତି ଧନ୍ୟବାଦ ଅର୍ପଣ କରି ସଭା ସାଙ୍ଗ କରିଥିଲେ।

ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA


 rajesh pande