
ଭୁବନେଶ୍ୱର, 21 ଡିସେମ୍ବର (ହି.ସ.)- ରାହାମା ଫରେଷ୍ଟ ରେଞ୍ଜର ରାଜେନ୍ଦ୍ର ସାମନ୍ତରାୟ ଗିରଫ
ହୋଇଛନ୍ତି । ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ଗିରଫ କରିଛି ଭିଜିଲାନ୍ସ ।
ଓଡିଶା ଭିଜିଲାନ୍ସ ଦ୍ୱାରା ଜାରି କରାଯାଇଥିବା ସରକାରୀ ପ୍ରେସ୍
ବିଜ୍ଞପ୍ତି ଅନୁଯାୟୀ, ଗିରଫ ହୋଇଥିବା
ଅଧିକାରୀଙ୍କୁ ଆଜି କଟକ ଅବସ୍ଥିତ ବିଶେଷ ନ୍ୟାୟାଧୀଶ (ଭିଜିଲାନ୍ସ) କୋର୍ଟରେ ହାଜର କରାଯିବ।
ଜଗତସିଂହପୁର ଜିଲ୍ଲା ରାହାମା ଫରେଷ୍ଟ ରେଂଜ ର ରେଂଜରଙ୍କୁ ଆୟ
ବହିର୍ଭୁତ ସଂପତ୍ତି ଠୁଳ କରିବା ଅଭିଯୋଗରେ ଭିଜିଲାନ୍ସ ଗିରଫ କରିଛି । ରେଞ୍ଜରଙ୍କର ୨ଟି କୋଠା
ସହ ୫ଟି ମୂଲ୍ୟବାନ ପ୍ଲଟ ଠାବ ହୋଇଛି । ୨୫୦ ଗ୍ରାମ୍ ସୁନା ସହ ନଗଦ ୩.୬୯ ଲକ୍ଷ ଟଙ୍କା ଜବତ
ହୋଇଛି । ରେଞ୍ଜରଙ୍କର ୮୦.୬୮ ଲକ୍ଷ ଟଙ୍କାର ଡିପୋଜିଟ୍ ମଧ୍ୟ ଠାବ ହୋଇଛି ।
ଏଠାରେ ଉଲ୍ଲେଖନୀୟ ଯେ, ଶନିବାର ଦିନ ଭିଜିଲାନ୍ସ ବିଭାଗର ଟିମ୍ ଦ୍ୱାରା ତାଙ୍କର ଅନେକ
ଠିକଣାରେ ଚଢାଉ କରାଯାଇଥିଲା। ଭିଜିଲାନ୍ସ ଅଧିକାରୀମାନେ ଅଭିଯୁକ୍ତ ଅଧିକାରୀଙ୍କ ସହିତ ସଂପୃକ୍ତ
ବିଭିନ୍ନ ସ୍ଥାନରେ ତଲାଶି କରିବା ସମୟରେ ତାଙ୍କର ଜଣାଶୁଣା ଆୟଠାରୁ ଅନେକ ଅଧିକ ସମ୍ପତ୍ତି ଥିବା
ଅଭିଯୋଗ କରିଛନ୍ତି।
ଏହି ସମ୍ପର୍କରେ କଟକ ଭିଜିଲାନ୍ସ ଥାନାରେ ମାମଲା ସଂଖ୍ୟା ୩୭/୨୦୨୫
ରୁଜୁ କରାଯାଇଛି। ମାମଲାଟି ଦୁର୍ନୀତି ନିବାରଣ ଅଧିନିୟମ (ପିସି ଆକ୍ଟ)ର ସମ୍ପର୍କିତ ପ୍ରାବଧାନ
ଅନୁଯାୟୀ ପଞ୍ଜୀକୃତ କରାଯାଇଛି। ପ୍ରେସ୍ ବିଜ୍ଞପ୍ତିରେ କୁହାଯାଇଛି ଯେ, ମାମଲାର ଆଗାମୀ
ତଦନ୍ତ ଜାରି ରହିଛି।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା