
ଭୁବନେଶ୍ୱର, 21 ଡିସେମ୍ବର (ହି.ସ.)- ଆଜି ଭୋର ସମୟରେ ସତସଙ୍ଗ ବିହାର ଜାତୀୟ ରାଜପଥ 16 ଉପରେ
ଟାଟା ଏସି ଭାରସାମ୍ୟ ହରାଇ ଓଲଟି ପଡିଥିଲା । ଟାଟା ଏସିଟି ମାଛ ନେଇ 4ନମ୍ବର ଯାଉଥିବା ସମୟରେ ଭାରସାମ୍ୟ ହରାଇ ଓଲଟି ପଡିଥିଲା । 10କୁଇଣ୍ଟାଲରୁ ଅଧିକ ମାଛ ନେଇ ଯାଉଥିଲା ଟାଟା ଏସି । ଦୁର୍ଘଟଣା
ପରେ ମାଛ ଗୁଡିକ ରାସ୍ତାରେ ପଡି ରହିଥିଲା । ଏହାପରେ ଲୋକେ ଏହି ମାଛକୁ ବୋହି ନେଉଥିବାର
ଦୃଶ୍ୟ ଦେଖିବାକୁ ମିଳିଥିଲା ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା