ଘରେ ପଶି ଡକାୟତି, ଅବସରପ୍ରାପ୍ତ ଏଏନଏମ ସୁପରଭାଇଜରଙ୍କୁ ହତ୍ୟା
ଭବାନୀପାଟଣା, ୨୨ ଡିସେମ୍ବର (ହି.ସ.)- କଳାହାଣ୍ଡି ଜିଲ୍ଲା ଧର୍ମଗଡ ଥାନା ଅନ୍ତର୍ଗତ ଗଡିଆଯୋର ଗାଁରେ ଅବସରପ୍ରାପ୍ତ ଏଏନଏମ ସୁପରଭାଇଜର ସୁଚିତ୍ରା ଖୁଂଟିଆଙ୍କୁ ହତ୍ୟା କରାଯାଇଛି । ସେ ଘରେ ଏକୁଟିଆ ଥିବା ସମୟରେ ଗତକାଲି ରାତିରେ ଦୁର୍ବୃତ ମାନେ ଘରେ ପଶି ପ୍ରଥମେ ଲୁଟପାଟ୍ କରିଥିଲେ । ଏହାପରେ ଦୁର୍ବୃ
ଧର୍ମଗଡ ଥାନା


ଭବାନୀପାଟଣା, ୨୨ ଡିସେମ୍ବର (ହି.ସ.)- କଳାହାଣ୍ଡି ଜିଲ୍ଲା ଧର୍ମଗଡ ଥାନା ଅନ୍ତର୍ଗତ ଗଡିଆଯୋର ଗାଁରେ ଅବସରପ୍ରାପ୍ତ ଏଏନଏମ ସୁପରଭାଇଜର ସୁଚିତ୍ରା ଖୁଂଟିଆଙ୍କୁ ହତ୍ୟା କରାଯାଇଛି । ସେ ଘରେ ଏକୁଟିଆ ଥିବା ସମୟରେ ଗତକାଲି ରାତିରେ ଦୁର୍ବୃତ ମାନେ ଘରେ ପଶି ପ୍ରଥମେ ଲୁଟପାଟ୍ କରିଥିଲେ । ଏହାପରେ ଦୁର୍ବୃତମାନେ ତାଙ୍କ ତଂଟି ଚିପି ହତ୍ୟା କରିଥିଲେ । ଘରେ ଥିବା ସୁଚିତ୍ରାଙ୍କ ସ୍କୁଟିକୁ ନେଇ ଫେରାର୍ ହୋଇ ଯାଇଥିଲେ । ତେବେ ହତ୍ୟାର କାରଣ ଅଦ୍ୟାବଧି ଅସ୍ପଷ୍ଟ ରହିଛି ।

ଖବର ପାଇ ଧର୍ମଗଡ ଥାନା ପୁଲିସ ସନ୍ଧାନୀ କୁକୁର ଓ ସାଇଂଟିଫିକ୍ ଟିମ୍ ସହ ଘଟଣାସ୍ଥଳରେ ପହଂଚି ତଦନ୍ତ ଆରମ୍ଭ କରିଛି । ମୃତ ସୁଚିତ୍ରା ଖୁଂଟିଆ ଗତ ଡିସେମ୍ବର ୨୦୨୪ରେ ଅବସର ନେଇଥିଲେ । ଗତ କିଛି ଦିନ ତଳେ ସେ ବ୍ୟାଙ୍କରୁ କିଛି ଟଙ୍କା ଉଠାଇ ଥିଲେ । ତାକୁ ନେଇ କେହି ଦୁର୍ବୃତ ଘରେ ଚୋରି କରିବା ସହିତ ତାଙ୍କୁ ହତ୍ୟା କରିଥିବା ଅନୁମାନ କରାଯାଉଛି । ହତ୍ୟା ପରେ ତାଙ୍କ ସ୍କୁଟିକୁ ନେଇ ଫେରାର ହୋଇଥିବା ବେଳେ ତେଲ ସରିଯିବାରୁ ସ୍କୁଟିକୁ ଭୀମଖୋଜ ପଡା ବିଜୁ ଏକ୍ସପ୍ରେସ ୱେରେ ଛାଡି ଦେଇ ଦୁର୍ବୃତମାନେ ପଳାଇଛନ୍ତି ।

ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ


 rajesh pande