
ଭୁବନେଶ୍ୱର , ୨୨ ଡିସେମ୍ବର (ହି.ସ.) - ସୁଜାତା କାର୍ତିକେୟନ ପାଣ୍ଡିଆନଙ୍କ ବିଜେଡିକୁ ଆସିବା ଚର୍ଚ୍ଚା ପ୍ରସଙ୍ଗରେ ପ୍ରତିକ୍ରିୟା ରଖି ସାଂସଦ ଦେବାଶିଷ ସାମନ୍ତରାୟ କହିଛନ୍ତି ରାଜନୈତିକ ଦୃଷ୍ଟିରୁ ଭୁଲ ହେବ ବୋଲି ମୁଁ ଭାବୁଛି । ନବୀନ ବାବୁଙ୍କ ଉତରାଧିକାରୀ ଓଡ଼ିଶାରୁ କେହି ହୋଇପାରିବେ। ଓଡ଼ିଶାବାସୀ ଯେଉଁ ନେତୃତ୍ୱକୁ ବିଶ୍ୱାସ କରିବେ, ସିଏ ନେତା ହେବେ। ନବୀନ ବାବୁ ନେତା ହେବେ ବୋଲି କଣ ବିଜୁ ବାବୁ କହିଥିଲେ କି। ନବୀନ ବାବୁ ଏବେ ବି ନେତା ଅଛନ୍ତି, ପରାଜୟ ପରେ ଲୋକେ ଝୁରୁଛନ୍ତି। ବିଜେଡି ସଜାଡ଼ି ହୋଇଗଲେ ରାଜ୍ୟରେ ସବୁଠାରୁ ଭଲ ବିକଳ୍ପ ହେବ ବୋଲି କହିଛନ୍ତି ଦେବାଶିଷ ସାମନ୍ତରାୟ।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା