
ଭୁବନେଶ୍ୱର ,୨୨ ଡିସେମ୍ବର (ହି.ସ.) - ବିଜେଡିରେ ପାଣ୍ଡିଆନଙ୍କ ଭୂମିକା ନେଇ ପୂର୍ବତନ ବିଧାୟକ ସମ୍ବିତ ରାଉତରାୟ ଦେଇଥିବା ମନ୍ତବ୍ୟକୁ ବିରୋଧୀଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ ସମର୍ଥନ କରିଛନ୍ତି। ସେ କହିଛନ୍ତି ସମ୍ବିତ ଯାହା କହିଛନ୍ତି ଠିକ୍ କହିଛନ୍ତି, ପାଣ୍ଡିଆନ୍ ଆମ ନେତା ନୁହଁନ୍ତି।ଆମର ଜଣେ ନେତା ନବୀନ ପଟ୍ଟନାୟକ। ଦଳରେ ଗୋଷ୍ଠୀ କନ୍ଦଳ ନାହିଁ, ସମସ୍ତେ ଠିକ୍ ଓ ସଂଗଠିତ ଅଛନ୍ତି। ଭୋଜିଭାତକୁ ଗୋଷ୍ଠୀକନ୍ଦଳ କହିବା ଠିକ୍ ନୁହେଁ ବୋଲି କହିଛନ୍ତି ପ୍ରମିଳା।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା