
କେନ୍ଦୁଝର, ୨୨ ଡିସେମ୍ବର (ହି.ସ.) - କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ ଡୁମୁରୀଆ ପଂଚାୟତ ଅନ୍ତର୍ଗତ ଭୀମକୁଣ୍ଡ ଉଚ୍ଚ ବିଦ୍ୟାଳୟର ପରିସରରେ ୨୦୨୫-୨୦୨୬ର ବାର୍ଷିକ ଉତ୍ସବ ଗତକାଲି ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମଟି ଭୀମକୁଣ୍ଡ ଉଚ୍ଚ ବିଦ୍ୟାଳୟର ସଭାପତି କୃଷ୍ଣଚନ୍ଦ୍ର ପଣ୍ଡା ଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ହୋଇଛି। ମୁଖ୍ୟ ଅତିଥି ଭାବେ ଡୁମୁରୀଆ ପଂଚାୟତର ସରପଂଚ ଗୌରହରି ନାଏକ ଯୋଗ ଦେଇଥିବା ବେଳେ ଆନନ୍ଦପୁର ଗୋହିରା ଠାରେ ଥିବା ପବ୍ଲିକ ସ୍କୁଲର ପ୍ରତିଷ୍ଠାତା ଏବଂ ବିଶିଷ୍ଟ କବି ଅଶୋକ କୁମାର ପୁହାଣ ମୁଖ୍ୟ ବକ୍ତା ଭାବେ ଯୋଗଦେଇ ଥିଲେ। ସମ୍ମାନିତ ଅତିଥିଭ ଭାବେ ଭୀମକୁଣ୍ଡ ଉଚ୍ଚ ବିଦ୍ୟାଳୟର ପ୍ରତିଷ୍ଠାତା ଯନାର୍ଦନ ପଲେଇ ଏବଂ ବରିଷ୍ଠ ସାମ୍ବାଦିକ ନୃସିଂ ସିଂହ ସିଂ ଯୋଗଦାନ କରିଥିଲେ। ଏବଂ ଉଚ୍ଚ ବିଦ୍ୟାଳୟ ର ବାର୍ଷିକ କ୍ରିଡା ପ୍ରତିଯୋଗୀତା ରେ ଅଂଶ ଗ୍ରହଣ କରି କୃତିତ୍ୱ ହାସ ଦାସଲ କରିଥୂବା ଉତ୍ସବ ରେ ଛାତ୍ରଛାତ୍ରୀ ମା ମାନଙ୍କୁ ଏହି ବାର୍ଷିକ ଅତିଥି ମାନଙ୍କ ଦ୍ୱାରା ମାନପତ୍ର ପ୍ରଦାନ କରାଯାଇଥିଲା । ଏହି ବାର୍ଷିକ ଉତ୍ସବ ରେ କରାଯାଇ ମୂଳ ବିଦ୍ୟାଳୟ ର ଛାତ୍ରଛାତ୍ରୀ ମାନ ମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବା ବେଳେ ଏହି କାର୍ଯ୍ୟକ୍ରମକୁ ଉଚ୍ଚ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ସହ ଛାତ୍ରଛାତ୍ରୀ ମାନେ ସହଯୋଗ କରିଥିଲେ।
ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA