

ସୁବର୍ଣ୍ଣପୁର, ୨୨ ଡିସେମ୍ବର (ହି.ସ.)- ସ୍ଥାନୀୟ ସଂସ୍କୃତି ଭବନ ଠାରେ ସୋନପୁର କଲେଜର ପୂର୍ବତନ ଅଧ୍ୟକ୍ଷ ଡ଼. କେଦାର ମିଶ୍ରଙ୍କ ସଭାପତିତ୍ବରେ ଡ. ଅଭିଷେକ ମିଶ୍ରଙ୍କ ସ୍ମୃତି ସଭା ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବରେ ଓଡିଶା ଉଚ୍ଚ ନ୍ୟାୟାଳୟର ନ୍ୟାୟ ମୂର୍ତ୍ତି ଶଶିକାନ୍ତ ମିଶ୍ର ଯୋଗଦେଇ ସୁବର୍ଣ୍ଣପୁର ସହର ଏକ ଚମତ୍କାର ସହର, ଏଠି ପାଦ ରଖିଲା ମାତ୍ରେ ଏକ ଆଧ୍ୟାତ୍ମିକ ସ୍ପନ୍ଦନରେ ସ୍ପନ୍ଦିତ ହୁଏ ବୋଲି କହିଥିଲେ l ସଂସ୍କୃତି ଆଧାରିତ ଆମ ଭାରତୀୟ ସମ୍ବିଧାନ, ଏହା ଆମ ଦେଶର ଆତ୍ମା, ଏଥିରେ ନିଜସ୍ଵ ସଂସ୍କୃତି ପ୍ରତିଫଳିତ ହୋଇଛି l ଏଣୁ ଯେଉଁ ଶିକ୍ଷାରେ ସାମାଜିକ ମୂଲ୍ୟବୋଧ ନାହିଁ ସେହି ଶିକ୍ଷା ମୂଲ୍ୟହୀନ ବୋଲି କହିଥିଲେ l ଶିକ୍ଷା ବ୍ୟବସ୍ଥା ଓ ସାମାଜିକ ନ୍ୟାୟ ମଧ୍ୟରେ ଭାରସାମ୍ୟ ରହିବା ଉଚିତ ନ ହେଲେ ଶିକ୍ଷାର ଉଦ୍ଦେଶ୍ୟ ସାଧନ ହୋଇ ପାରିବ ନାହିଁ ବୋଲି ଜଷ୍ଟିସ ଶ୍ରୀ ମିଶ୍ର ପ୍ରକାଶ କରିଥିଲେ l
ସମ୍ମାନିତ ଅତିଥି ଭାବରେ ସୁବର୍ଣ୍ଣପୁର ଜିଲ୍ଲାପାଳ ଡ଼ଃ. ନୃପରାଜ ସାହୁ ଯୋଗଦେଇ ଖୁବ ଅଳ୍ପ ବୟସରେ ଅଭିଷେକ ଜଣେ ବିରଳ ପ୍ରତିଭାର ଅଧିକାରୀ ହୋଇ ପାରିଥିଲେ ବୋଲି କହି ତାଙ୍କ ମିଲେଟ ମିଶନ ଆନ୍ତର୍ଜାତିକ ସ୍ତରରେ ସୁନାମ ଅର୍ଜନ କରି ଆମ ଜିଲ୍ଲାର ଗୌରବ ଆଣି ଦେଇଛି ବୋଲି କହି ଉପାନ୍ତ ଅଞ୍ଚଳକୁ ଯାଇ ସେଠି ଜୀବନକୁ ଖୋଜିଛି, ଜୀବନଟା କେମିତି ସୁନ୍ଦର ହେବ ପ୍ରୟାସ କରିଛି ବୋଲି କହିଥିଲେ l ରୋଗ ଶଯ୍ୟାରେ ଥାଇ ବି ସେ ଗବେଷଣା କରିଛି ଆର୍ଟିକିଲ ଲେଖିଛି ବୋଲି କହିଥିଲେ l ଓ ସାମ୍ବିଧାନିକ ଧାରାକୁ ସମାଜର ସୁରକ୍ଷା ପାଇଁ ସମ୍ମାନ ଦେବା ଜରୁରୀ, ସାମାଜିକ ନ୍ୟାୟ ସ୍ଵୀକୃତି ପାଇଁ ଉପଯୋଗୀ ବୋଲି ଜିଲ୍ଲାପାଳ ଡ଼. ସାହୁ କହିଥିଲେ l
ଟ୍ରଷ୍ଟର ଆବାହକ ଆଇନଜୀବୀ ପ୍ରଦୀପ ପୁରୋହିତଙ୍କ ସଂଯୋଜନାରେ ସଭାକାର୍ଯ୍ୟ ପରିଚାଳନା ହୋଇଥିବା ବେଳେ ମୁଖ୍ୟବକ୍ତା ଭାବରେ ଡଃ. ଜ୍ୟୋତି ରଞ୍ଜନ ବହିଦାର ଯୋଗଦେଇ ସମାଜ ଓ ଶିକ୍ଷା ଅଙ୍ଗାଙ୍ଗୀ ଭାବେ ଜଡ଼ିତ, କୌଣସି ଛାତ୍ର ମୁର୍ଖ ନୁହେଁ ଛାତ୍ରର ଅନ୍ତର୍ନିହିତ ଗୁଣକୁ ଚିହ୍ନିବାକୁ ପଡ଼ିବ ବୋଲି କହିଥିଲେ l ଭୁଷୁଡି ପଡିଥିବା ଶିକ୍ଷା ବ୍ୟବସ୍ଥାକୁ ସଜାଡିବାକୁ ହେଲେ ଶିକ୍ଷକ ମାନଂକୁ ସାମାଜିକ ନ୍ୟାୟ ଦେବା ଉଚିତ ଓ ଶିକ୍ଷକ ମାନଂକୁ ବର୍ଗିକରଣ କରା ନଯାଉ ବୋଲି ଡ଼ଃ. ବହିଦାର କହିଥିଲେ l ଡ଼ଃ. କେଦାର ନାଥ ମିଶ୍ର ସଭାପତିତ୍ବ ଭାଷଣରେ କହିଥିଲେ ଯେ, ସାମାଜିକ ବର୍ଗିକରଣ ପାଇଁ ଆର୍ଥିକ ମାନଦଣ୍ଡ ଆବଶ୍ୟକ, ତାହେଲେ ଯାଇ ଅଧିକାଂଶ ଲୋକେ ଜାତୀୟ ମୁଖ୍ୟ ସ୍ରୋତରେ ସାମିଲ୍ ହୋଇପାରିବେ ବୋଲି କହି ଯୋଗ୍ୟତା ମାନଦଣ୍ଡ ସବୁ ବର୍ଗ ପାଇଁ ସମାନ ହେବା ଉଚିତ ବୋଲି ଟ୍ରଷ୍ଟ ସଭାପତି ଡ଼. ମିଶ୍ର ପ୍ରକାଶ କରିଥିଲେ l ଡ଼. ଅଭିଷେକ ମିଶ୍ର ଟ୍ରଷ୍ଟର ସମ୍ପାଦକ ବରିଷ୍ଠ ଆଇନଜୀବୀ ଗୈାରୀଶ୍ୟାମ ପଣ୍ଡା ଧନ୍ୟବାଦ ପ୍ରଦାନ କରିଥିଲେ। ଜିଲ୍ଲା ନ୍ୟାୟାଳୟ ର ସମସ୍ତ ବିଚାରପତି ବୃନ୍ଦ ଓ କର୍ମଚାରୀଙ୍କ ସହ ସହର ତଥା ଜିଲ୍ଲାର ଶହ ଶହ ବୁଦ୍ଧିଜୀବି, ସଚେତନ ନାଗରିକ, ବରିଷ୍ଠ ନାଗରିକ, ପ୍ରଧ୍ୟାପକ, ଶିକ୍ଷକ, ଶିକ୍ଷୟିତ୍ରୀ, କଲେଜ ଛାତ୍ର ଛାତ୍ରୀ, ମିଡିଆ ଏହି ଉତ୍ସବରେ ଯୋଗ ଦେଇଥିଲେ l
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ