ଅସ୍ଥାୟୀ ଠିକା ବସ କଣ୍ଡକ୍ଟରଙ୍କୁ ନିଗମର ସହକାରୀ ମ୍ୟାନେଜର ଆକ୍ରମଣ ନେଇ ଥାନାରେ ଅଭିଯୋଗ
ଜୟପୁର, ୨୨ ଡିସେମ୍ବର (ହି.ସ.) - ଓଡିଶା ରାଜ୍ୟ ସଡକ ପରିବହନ ନିଗମର ବିଜୟନଗରମ ଡିପୋର ଅସ୍ଥାୟୀ ଠିକା ବସ କଣ୍ଡକ୍ଟରଙ୍କୁ ଜୟପୁର ଡିପୋର ସହକାରୀ ମ୍ୟାନେଜର ମାଡ ମାରିବା ସହିତ ୫ ହଜାର ଟଙ୍କା ଲାଂଚ ମାଗିବା ନେଇ ଜୟପୁର ଟାଉନ ଥାନାରେ ଅଭିଯୋଗ ହୋଇଛି । ଅଭିଯୋଗ କୁ ଭିତି କରି ତଦନ୍ତ ଆରମ୍ଭ କରିଛି । ଅ
ଅସ୍ଥାୟୀ ଠିକା ବସ କଣ୍ଡକ୍ଟରଙ୍କୁ ନିଗମର ସହକାରୀ ମ୍ୟାନେଜର ଆକ୍ରମଣ ନେଇ ଥାନାରେ ଅଭିଯୋଗ


ଜୟପୁର, ୨୨ ଡିସେମ୍ବର (ହି.ସ.) - ଓଡିଶା ରାଜ୍ୟ ସଡକ ପରିବହନ ନିଗମର ବିଜୟନଗରମ ଡିପୋର ଅସ୍ଥାୟୀ ଠିକା ବସ କଣ୍ଡକ୍ଟରଙ୍କୁ ଜୟପୁର ଡିପୋର ସହକାରୀ ମ୍ୟାନେଜର ମାଡ ମାରିବା ସହିତ ୫ ହଜାର ଟଙ୍କା ଲାଂଚ ମାଗିବା ନେଇ ଜୟପୁର ଟାଉନ ଥାନାରେ ଅଭିଯୋଗ ହୋଇଛି । ଅଭିଯୋଗ କୁ ଭିତି କରି ତଦନ୍ତ ଆରମ୍ଭ କରିଛି । ଅସଭ୍ୟ ଭାଷାରେ ଗାଳିଗୁଲଜ କରିବା ସହିତ ଦୁର୍ନିତୀ ମିଥ୍ୟା ଅଭିଯୋଗ କରିବା ସହ ଚାକିରୀରରୁ ବହିଷ୍କାର ନେଇ ଧମକ ଦେଇଥିବା ନେଇ ଜୟପୁର ଟାଉନ ଥାନାରେ ପୀଡିତ କଣ୍ଡକ୍ଟର ଲିଖିତ ଅଭିଯୋଗ କରିଛନ୍ତି ।

ବିଜୟନଗର ଡିପୋରେ ଅସ୍ଥାୟୀ ତଥା ଠିକା କଣ୍ଡକ୍ଟର ଧିରସ୍ତିତ ବିଶୋୟୀ ନିଗମର ବସରେ ଡ୍ୟୁଟିରେ ରହି ଜୟପୁର ବସଷ୍ଟାଣ୍ଡ ଠାରେ ରାତି ସାଢେ ୧୧ ଟାରେ ପହଂଚିଥିଲେ ଏବଂ ଟିକଟ କାଉଂଟରକୁ ଯାଇଥିଲେ । ସେତେବେଳେ ସେଠାରେ ଜୟପୁର ଡିପୋର ମ୍ୟାନେଜର ବସି ମଦ ପିଉଥିଲେ । ଏହିପରେ କୌଣସି କାରଣ ନଥାଇ ହଠାତ ଉକ୍ତ ମ୍ୟାନେଜର ରାଗିଯାଇ ଅଭିଯୋଗକାରୀ କଣ୍ଡକ୍ଟରଙ୍କୁ ଅସଭ୍ୟ ଭାଷାରେ ଗାଳିଗୁଲଜ କରିବା ସହ ୫ ହଜାର ଟଙ୍କା ଲାଂଚ ନ ଦେଲେ ଟିକଟ ନ କାଟି ଯାତ୍ରୀ ମାନଙ୍କୁ ଯାତ୍ରା କରୁଥିବା ଅଭିଯୋଗ କରିବା ସହ ଚାକିରୀରୁ ବହିଷ୍କାର କରାଇବି ବୋଲି ଧମକଚମକ ଦେଇଥିଲେ । ଏହିପରି ସ୍ଥାନୀୟ କର୍ମଚାରୀ ମାନେ ବୁଝୁସୁଝା ପରେ ସମସ୍ୟାର ସମଧାନ ହୋଇଥିଲା । ଏହିପରି ପୁଣି ପୁନର୍ବାର ଗତକାଲି ରାତି ୯ ଘଟିକା ସମୟରେ ବିଜୟନଗର ଠାରେ ପହଂଚିଥିଲେ । ପୁଣି ସେଠରେ ଜୟପୁର ଡିପୋ ସହକାରୀ ମ୍ୟାନେଜର ସେଠାରେ ପହଂଚି ୫ ହଜାର ଟଙ୍କା ଲାଂଚ ବାବଦକୁ ଜୋରଜବରଦସ୍ତି ମାଗିଥିଲେ । କିନ୍ତୁ ଟଙ୍କା ଦେବାକୁ ମନା କରିବାରୁ ଅଭଦ୍ର ଭାଷାରେ ଗାଳିଗୁଲଜ କରିବା ସହ ଗୋଇଠା ମାରିଥିଲେ । ଏଥିନେଇ ସ୍ଥାନୀୟ କିଛି ସାଥି କର୍ମଚାରୀ ମୋତେ ତାଙ୍କ ଆକ୍ରମଣରୁ ଉଦ୍ଧାର କରିଥିବା ବୋଲି ଅଭିଯୋଗ କରିଛନ୍ତି । ଏଥିନେଇ ଜୟପୁର ଟାଉନଥାନାରେ ଆଜି ଲିଖିତ ଅଭିଯୋଗ ପରେ ପୋଲିସ ପକ୍ଷରୁ ତଦନ୍ତ ଆରମ୍ଭ ହୋଇଛି କ୍ଷ ଏବଂ ସଂପୃକ୍ତ ସହକାରୀ ମ୍ୟାନେଜର ଛୁଟିରେ ବାହାରକୁ ଯାଇଥିବା ଯୋଗୁଁ ସେ ଫେରିବା ପରେ ଥାନାକୁ ଡକାଯାଇ ପଚରାଉଚରା କରାଯିବ ବୋଲି ମାମଲା ର ତଦନ୍ତ କରୁଥିବା ଏସ.ଆଇ ରାଜେନ୍ଦ୍ର କୁମାର ପାଙ୍ଗୀ ସୂଚନା ଦେଇଛନ୍ତି ।

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande