
ଜୟପୁର, ୨୨ ଡିସେମ୍ବର (ହି.ସ.)- କୋରାପୁଟ ଜିଲ୍ଲା ବୋରିଗୁମ୍ମା ଥାନା ଅଞ୍ଚଳରେ ପୁଣି ସକ୍ରିୟ ହେଲେ ଲୁଟେରା ଦଳ। ଥାନା ଠାରୁ ଅତି ନିକଟ ରାଜପଥ କଡକୁ ଲାଗି ରହିଥିବା ଏକ ଘରେ ତାଲା ଭାଙ୍ଗି କଳା କନା ବୁଲେଇଇଛନ୍ତି ଚୋର। ଯାହାକି ବୋରିଗୁମ୍ମା ପୋଲିସ ପାଇଁ ଏକ ବଡ଼ ଚେଲେଞ୍ଜ ସୃଷ୍ଟି କରିଛି। ଗତକାଲି ରାତିରେ ବୋରିଗୁମ୍ମା ସହରର ନବରଙ୍ଗପୁର ରୋଡକୁ ଲାଗି ରହିଥିବା ରାଜେଶ୍ଵରୀ ପାଢ଼ୀଙ୍କ ଘରେ ତାଲା ଭାଙ୍ଗି ଦୁର୍ବୁତମାନେ ପଶିଲେ ଆଉ ଘରେ କଳା କନା ବୁଲେଇଛନ୍ତି। ଘରେ ଥିବା ଦୁଇ ତୁଳାରୁ ସୁନା ଅଳଙ୍କାର ନେବା ସହ ନଗଦ ୨ ଲକ୍ଷ ଟଙ୍କା ଚୋରି ହୋଇଥିବା ସୂଚନା ଦେଇଛନ୍ତି ଘର ମାଲିକାଣି।
ଘଟଣାରୁ ପ୍ରକାଶ ଯେ, ଗତ ଏକ ମାସ ହେବ ଏହି ଘରର ସମସ୍ତ ସଦସ୍ୟ ନିଜ ସମ୍ପର୍କୀୟଙ୍କ ମୃତ୍ୟ ଘଟିଥିବାରୁ ତାଙ୍କ ଘରକୁ ଯାଇଥିଲେ। ଘରେ କେହି ନଥିବା ବେଳେ ଗତକାଲି ରାତିରେ ଘରେ ତାଲା ଭାଙ୍ଗି ଚୋରି ହୋଇଛି। ତାଙ୍କ ପଡୋଶୀ ଘର ଲୋକ ଦେଖି ତାଙ୍କୁ ତୁରନ୍ତ ଫୋନେ କରିଥିଲେ।ଫୋନ ପାଇଁ ଘର ସଦସ୍ୟ ଆସି ଘରେ ପହଂଚିଥିଲେ ଦେଖିଲେ ଘରେ ସବୁ ଚୋରି ହୋଇଛି। ଘଟଣା ସମ୍ପର୍କରେ ବୋରିଗୁମ୍ମା ପୋଲିସ ନିକଟରେ ଅଭିଯୋଗ କରିଥିବା କହିଛନ୍ତି ରାଜେଶ୍ଵରୀ ପାଢ଼ୀ। ଅଭିଯୋଗ ପାଇ ପୋଲିସ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି।
ହିନ୍ଦୁସ୍ଥାନ ସମାଚାର / ପିକେପି