ଓଡ଼ିଶା ହେବ ପୁଞ୍ଜିନିବେଶ ହବ୍ - ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର ,୨୨ ଡିସେମ୍ବର (ହି.ସ.) - ହାଇଦ୍ରାବାଦରେ ଦୁଇ ଦିନିଆ ନିବେଶକ ସମ୍ମିଳନୀ ପରେ ଓଡ଼ିଶା ଫେରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଏହାପରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଓଡ଼ିଶା ପୁଞ୍ଜିନିବେଶ ହବ୍ ହେବ। ହାଇଦ୍ରାବାଦ ଗସ୍ତରେ ଫାର୍ମା ଓ ଡିଫେନ୍ସ ସ
ମୁଖ୍ୟମନ୍ତ୍ରୀ2


ଭୁବନେଶ୍ୱର ,୨୨ ଡିସେମ୍ବର (ହି.ସ.) - ହାଇଦ୍ରାବାଦରେ ଦୁଇ ଦିନିଆ ନିବେଶକ ସମ୍ମିଳନୀ ପରେ ଓଡ଼ିଶା ଫେରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଏହାପରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଓଡ଼ିଶା ପୁଞ୍ଜିନିବେଶ ହବ୍ ହେବ। ହାଇଦ୍ରାବାଦ ଗସ୍ତରେ ଫାର୍ମା ଓ ଡିଫେନ୍ସ ସହ ଦୁଇଟି ରାଉଣ୍ଡ ଟେବୁଲ ବୈଠକ ହୋଇଥିଲା। ରାଉଣ୍ଡ ଟେବୁଲ ବୈଠକରେ ୮ ଟି ଫର୍ମା ଓ ଡିଫେନ୍ସରେ ୨୭ ଟି ବୈଠକ ହୋଇଛି । ୩୮ ଜଣ ଇନଭେଷ୍ଟର ଙ୍କ ସହ ୱାନ ଟୁ ୱାନ ଆଲୋଚନା ସହ ୭୩ ଟି ବୈଠକ ହୋଇଛି । ୫୦୦ ଟି ଶିଳ୍ପପତିଙ୍କ ସହ ମଧ୍ୟ ଆଲୋଚନା ହୋଇଛି।

ଏ୍‌ଥିରେ ୧୩ ଟି ଏମଓୟୁ ସ୍ୱାକ୍ଷର ହୋଇଥିବା ବେଳେ ୨୭ ହଜାର ୬୫୦ କୋଟି ଟଙ୍କାର ନିବେଶ ହୋଇଛି ଏଥିରେ ୧୫ ହାଜର ୯୦୫ ଜଣ ନିଯୁକ୍ତି ସୃଷ୍ଟି ହେବ। ୬୬ ହଜାର ୭୮୧ କୋଟି ନିବେଶ, ୫୬ ହଜାର ୪୩୦ ନିନୁକ୍ତି ନେଇ ପ୍ରସ୍ତାବ ଆସିଛି। ହାଇଦ୍ରାବାଦ ଇଣ୍ଡଷ୍ଟ୍ରିଆଲ ମିଟ ରେ ଉତ୍ପାଦନ, ଚିକିତ୍ସା, ପ୍ରତିରକ୍ଷା, ଅକ୍ଷୟ ଶକ୍ତି, ଟେକ୍ସଟା ଇଲଭଳି କ୍ଷେତ୍ର୍ରରେ ନିବେଶ କରିବେ ଏବଂ ସରକାର କେଉଁ ପଲିସୀ ନେଉଛନ୍ତି ଆଲୋଚନା ହୋଇଥିଲା । ଇଣ୍ଡଷ୍ଟ୍ରି ସ୍ଥାପନ କେମିତି ହେବ ମୁଁ ନିଜେ ହ୍ୟାଣ୍ଡେଲ କରୁଥିଲି । ହାଇଦ୍ରାବାଦ ରେ ଥିବା ପ୍ରତିରକ୍ଷା ବିଭାଗ ର ଅଗ୍ରଣୀ କମ୍ପାନୀ ବିଏଚଏଲରେ ମିସାଇଲ ନିର୍ମାଣ ବେଳେ ଆବଶ୍ୟକ ହେଉଥିବା କମ୍ପୋନେଟ ବୁଲି ଦେଖିଲେ ମୁଖ୍ୟମନ୍ତ୍ରୀ । ଆଗାମୀ ଦିନରେ ଆମେ ଓଡ଼ିଶାରେ ତିଆରି କରିବୁ । ଖୁବ ଶୀଘ୍ର ବହୁତ ପ୍ରକଳ୍ପର ଗ୍ରାଉଣ୍ଡିଙ୍ଗ ହେବ। ଆଗାମୀ ଦିନରେ ବାଙ୍ଗଲୋର, କୋଲକାତାରେ ନିବେଷକ ସମ୍ମିଳନୀ ହେବ।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande