ଯୁବ ଲେଖକ ପ୍ରତିଯୋଗୀତାରେ ଜୟପୁର ଝିଅ ପ୍ରଥମ
ଜୟପୁର, ୨୨ ଡିସେମ୍ବର (ହି.ସ.)- ସର୍ବଭାରତୀୟ ଯୁବ ଲେଖକ ପ୍ରତିଯୋଗୀତାରେ ଜୟପୁରର ଝିଅ ତୈଜସୀ ସାନ୍ତ୍ରା ପ୍ରଥମ ସ୍ଥାନ ଅଧିକାର କରିଛନ୍ତି। ନୂଆଦିଲ୍ଲୀ ସ୍ଥିତ କାଲିସ୍ତାରିସର୍ଟ ଠାରେ ବ୍ରିଟାନିକା ଏଜୁକେସନ ଇଣ୍ତିଆ ଦ୍ବାରା ଆୟୋଜିତ ସର୍ବଭାରତୀୟ ଯୁବଲେଖକ ପ୍ରତିଯୋଗୀତା ୨୦୨୫ କନିଷ୍ଠ ବର୍ଗରେ ଜ
ଯୁବ ଲେଖକ ପ୍ରତିଯୋଗୀତାରେ ଜୟପୁର ଝିଅ ପ୍ରଥମ


ଜୟପୁର, ୨୨ ଡିସେମ୍ବର (ହି.ସ.)- ସର୍ବଭାରତୀୟ ଯୁବ ଲେଖକ ପ୍ରତିଯୋଗୀତାରେ ଜୟପୁରର ଝିଅ ତୈଜସୀ ସାନ୍ତ୍ରା ପ୍ରଥମ ସ୍ଥାନ ଅଧିକାର କରିଛନ୍ତି। ନୂଆଦିଲ୍ଲୀ ସ୍ଥିତ କାଲିସ୍ତାରିସର୍ଟ ଠାରେ ବ୍ରିଟାନିକା ଏଜୁକେସନ ଇଣ୍ତିଆ ଦ୍ବାରା ଆୟୋଜିତ ସର୍ବଭାରତୀୟ ଯୁବଲେଖକ ପ୍ରତିଯୋଗୀତା ୨୦୨୫ କନିଷ୍ଠ ବର୍ଗରେ ଜୟପୁର କେବିଏସଡି ରୋଡ ନିବାସୀ ଗୌରାଙ୍ଗଚରଣ ସାନ୍ତ୍ରାଙ୍କ ନାତୁଣୀ ତଥା ଉତ୍କଳ ସାନ୍ତ୍ରା ଓ ଅଭିତା ସାନ୍ତ୍ରାଙ୍କ ସୁକନ୍ୟା କୁମାରୀ ତୈଜସୀ ସାନ୍ତ୍ରା ପ୍ରଥମ ସ୍ଥାନ ଅଧିକାର କରି ପୁରସ୍କୃତ ହୋଇଛନ୍ତି। କନିଷ୍ଠ ବର୍ଗରେ ସର୍ବଭାରତୀୟ ସ୍ତରରେ ଅଗ୍ରଣୀ ଶିକ୍ଷାନୁଷ୍ଠାନ ମାନଙ୍କରୁ ୮୦ ହଜାର ପ୍ରତିଯୋଗୀ ଭାଗ ନେଇଥିଲେ। ସେମାନଙ୍କ ମଧ୍ୟରୁ ଶେଷ ପର୍ଯ୍ୟାୟରେ ୨୪ ଜଣ ପ୍ରତିଯୋଗୀଙ୍କୁ ଅ˚ଶଗ୍ରହଣ କରିବା ପାଇଁ ନୂଆଦିଲ୍ଲୀ ଆମନ୍ତ୍ରଣ କରାଯାଇଥିଲା। ଏମାନଙ୍କ ମଧ୍ୟରୁ ତୈଜସୀ ପୁରସ୍କୃତ ହୋଇଛନ୍ତି।

ଆୟୋଜିତ ପୁରସ୍କାର ବିତରଣୀ ଉତ୍ସବରେ ଡ. କିରଣ ବେଦୀ ମୁଖ୍ୟ ଅତିଥି ଭାବେ ଉପସ୍ଥିତ ରହି ପୁରସ୍କାର ପ୍ରଦାନ କରିଥିଲେ। ତୈଜସୀ ଡିପିଏସ ବାଙ୍ଗାଲୁରର ପଞ୍ଚମ ଶ୍ରେଣୀ ଛାତ୍ରୀ। ତୈଜସୀଙ୍କ ସଫଳତାକୁ ସମସ୍ତେ ପ୍ରଶ˚ସା କରିବା ସହ ସାଧୁବାଦ ଜଣାଇଛନ୍ତି।

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande