ସୁନ୍ଦରଗଡରେ ମାଡି ବସିଲା ବାଲେଶ୍ଵର ଭିଜିଲାନ୍ସ, କନିଷ୍ଠ କିରାଣୀଙ୍କ ଘରୁ କୋଟି କୋଟି ଟଙ୍କାର ସନ୍ଧାନ
ସୁନ୍ଦରଗଡରେ ମାଡିବସିଲା ବାଲେଶ୍ୱର ଭିଜିଲାନ୍ସ,ରାଜ୍ୟ ସମବାୟ ସଂସ୍ଥା ବାବୁ ଙ୍କ ଘରୁ କୋଟି କୋଟିର ସନ୍ଧାନ
କନିଷ୍ଠ କିରାଣୀ ରବିନ୍ଦ୍ର କୁମାର ବାରିକ


ରାଉରକେଲା, ୨୨ ଡିସେମ୍ବର (ହି.ସ.)- ସୁନ୍ଦରଗଡ ସହରରେ ରାଜ୍ୟ ସମବାୟ ସଂସ୍ଥାରେ କନିଷ୍ଠ କିରାଣୀ ଭାବେ କାମ କରୁଥିବା ରବିନ୍ଦ୍ର କୁମାର ବାରିକଙ୍କ ବାଲେଶ୍ଵର ଓ ସୁନ୍ଦରଗଡ ଘରେ ଏକା ସାଙ୍ଗେ ବାଲେଶ୍ଵର ଭିଜିଲାନ୍ସ ଚଢଉ କରିଥିବା ବେଳେ ଯାଗା ଘର ଆଦି ସହ କୋଟି କୋଟି ଟଙ୍କାର ସନ୍ଧାନ ମିଳିଛି ବୋଲି ଭିଜିଲାନ୍ସ ସୂତ୍ରରୁ ଜଣାପଡିଛି । ଶ୍ରୀ ବାରିକ ସୁନ୍ଦରଗଡର ଓଏସସିଏସସି ( ଯୋଗାଣ ବିଭାଗ)ସଂସ୍ଥାରେ କାମ କରନ୍ତି ଜୁନିଅର କିରାଣୀ ଭାବେ । ତେବେ ବାଲେଶ୍ଵର ଭିଜିଲାନ୍ସର ଏକ ଆୟ ବର୍ହିିଭୁତ ମାମଲାରେ ଏକା ସାଙ୍ଗେ ବାଲେଶ୍ୱର ଭିଜିଲାନ୍ସ ଓ ସୁନ୍ଦରଗଡ ଭିଜିଲାନ୍ସର ମିଳିତ ଚଢଉ ପରେ ବହୁ ସଂପତିର ସନ୍ଧାନ ମିଳିଛି । ଆଜି ଏହି ଚଢଉ ବେଳେ ବାଲେଶ୍ୱରର ଗୋପାଳ ଗାଁରେ ୩୫୫୦ ସ୍କୋୟାର ଫୁଟ ଏରିଆର ଏକ ୩ ମହଲା ଘର, ୬୦୩୦ ସ୍କୋୟାରଫୁଟର ଏକ ୩ ମହଲା ବିଶିଷ୍ଟ ମାର୍କେଟବିଲ୍ଡିଂ ଗୋପାଳ ଗାଁରେ ମିଳିଛି । ବାଲେଶ୍ଵରରେ ୮୯୦୦ ସ୍କୋୟାରଫୁଟର ଏକ ବିବାହ ମଣ୍ଡପ, ୪ଟି ମୂଲ୍ୟବାନ ଯାଗା ବାଲେଶ୍ଵରରେ ଥିବା ଜଣାପଡିଛି । ଏହା ଛଡା ୧୭୫ ଗ୍ରାମ ସୁନା, ବ୍ୟାଙ୍କ ପୋଷ୍ଟାଲ ଜମା, ଗୋଟିଏ କିଆ କଂପାନୀ ଚାରିଚକିଆ ସମେତ ବହୁ ସଂପତିର ଖବର ମିଳିଛି । ବାକି ରହିଲା ଘର ଯାଗା ଗୁଡିକର ମୂଲ୍ୟ କେତେ ହେବ ତାହା ଆକଳନ ଚାଲିଛି । ତେବେ ଏଭଳି ସଂପତିର ମୂଲ୍ୟ ବହୁ କୋଟି ହେବ ବୋଲି କେତେକ ମତ ଦେଇଥିବା ବେଳେ ଏଭଳି କୁବେର ଖୋଦ ସୁନ୍ଦରଗଡରେ ବଢୁଥିବା ବେଳେ ରାଉରକେଲା କିମ୍ବା ସୁନ୍ଦରଗଡ ଭିଜିଲାନ୍ସ ଜାଣିପାରିଲା ନାହିଁ, ବାଲେଶ୍ଵରରୁ ଭିଜିଲାନ୍ସ ଆସି ଅଭିଯୁକ୍ତକୁ ଧରିଥିବା ବିଷୟ ଚର୍ଚ୍ଚାର ବିଷୟ ହୋଇଛି ।

ହିନ୍ଦୁସ୍ଥାନ ସମାଚାର / କାଳୀପ୍ରସାଦ


 rajesh pande