
କେନ୍ଦୁଝର, ୨୨ ଡିସେମ୍ବର (ହି.ସ.)- ସଦର ବ୍ଲକ କାଠବାଉଁଶୁଳି ନେତାଜୀ ୟୁଥ ଆସୋସିଏସନ୍ ପକ୍ଷରୁ ରାଜ୍ୟସ୍ତରୀୟ ୨୫ତମ କେପିଏଲ୍ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ଉଦଘାଟିତ ହୋଇଯାଇଛି। ଉଦଘାଟନ ସମାରୋହରେ ମୁଖ୍ୟଅତିଥି ଭାବେ କେନ୍ଦୁଝର ଏସପି ନୀତିନ କୁଶଳକର, ମୁଖ୍ୟବକ୍ତା ଭାବେ ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ କୁମାର ନାଗଭୂଷଣ, ସମ୍ମାନିତ ଅତିଥି ଭାବେ ଜିଲ୍ଲା ଅତିରିକ୍ତ ବନ ସଂରକ୍ଷଣ ଅଧିକାରୀ ସୁଦୀପ୍ତ କୁମାର ପଣ୍ଡା, ବିଜେପି ଜିଲ୍ଲା ସାଧାରଣ ସମ୍ପାଦକ ଅନୁବ୍ରତ ବେହେରା, ବିଜେପି ନେତାବ ବିଶ୍ବଜିତ୍ ତ୍ରିପାଠୀ ଯୋଗ ଦେଇଥିଲେ। ପ୍ରଥମ ମ୍ୟାଚ୍ କେନ୍ଦ୍ରାପଡ଼ା ଏବଂ ରାଖା ଏକାଦଶ ଚକ୍ରଧରପୁର ଝାଡ଼ଖଣ୍ଡ ମଧ୍ୟରେ ଖେଳା ଯାଇଥିଲା। ଆଳୀ ଏକାଦଶ କେନ୍ଦ୍ରାପଡ଼ା ପ୍ରଥମେ ବ୍ୟାଟିଂ କରି ୧୫ ଓଭରରେ ୫ ୱିକେଟ୍ ହରାଇ ୨୧୫ ରନ କରିଥିଲେ। ଏହାର ଜବାବ ରେ ଚକ୍ରଧରପୁର ୧୧.୪ ଓଭର ୧୪୩ ରନ କରି ଓଲ୍ଆଉଟ୍ ହୋଇଯାଇଥିଲେ। ସୁଶାନ୍ତି ପଣ୍ଡା, ଦିବ୍ୟ ମ୍ୟାଚ୍ ପରିଚାଳନା ସେନ୍ ଲୋହାର, ରଞ୍ଜନ ରାଣା କରିଥିଲେ। ତାରିଣୀ ମିତ୍ରଭାନୁ ସଦ ସଦ୍ଦାର,ଆକା କାଶ ଆରୁକ୍ ସ୍କୋରର ଦାୟିତ୍ବ ତୁଲାଇଥିବା ବେଳେ ଜାଫ ଫରଉଲ୍ଲାହ ଧାରାବିବରଣି ପ୍ରଦାନ କରିଥିଲେ।
ଆସୋସିଏସନ୍ ର ସଭାପତି ଜଗନ୍ନାଥ୍ ମୋଦି, ସଂପାଦକ ବିଶ୍ବମିତ୍ର ମହାନ୍ତି, ଉପ ସଭାପତି ପ୍ରସନ୍ନା ସର୍ଦ୍ଦାର, ଡାଇରେକ୍ଟର କରୁଣ ମାଟିଆ ସହଯୋଗ କରିଥିଲେ। ସାଉଣ୍ଡ ସଜ୍ଜାସଜ୍ଜିରେ କୁନାଲ ମହାନ୍ତି, ମ୍ୟୁଜିକରେ ଜେକେ ମ୍ୟୁଜିକ୍ ପଡୁଆ ଏବ ଲାଇଭ ସ୍କୋରିଂରେ ଷ୍ଟଡିଓ ରୋର୍ ମିଡିଆ ପ୍ରମୁଖ ସହଯୋଗ କରିଥିଲେ।
ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA