ଶୁଣିଲାନି ପ୍ରଶାସନ.. ଗାଁ ରାସ୍ତା ତିଆରି କଲେ ଯୁବ ଗୋଷ୍ଠି
ଜୟପୁର, ୨୨ ଡିସେମ୍ବର (ହି.ସ.)- କୋରାପୁଟରୁ ରାୟଗଡାକୁ ସଂଯୋଗ କରୁଥିବା ୩୨୬ ନମ୍ବର ଜାତୀୟ ରାଜପଥର ପୋଡ଼ାଗଡ ପଞ୍ଚାୟତ ଅନ୍ତର୍ଗତ ଲମତାପୁଟରୁ ବାଲିଘାଟ ଛକକୁ ସଂଯୋଗ କରୁଥିବା ପ୍ରଧାନ ମନ୍ତ୍ରୀ ସଡ଼କ ଖରାପ ହୋଇ ଦୀର୍ଘଦିନ ବିତି ଯାଇଥିଲେ ସୁଦ୍ଧା ମରାମତି ହେଉନଥିବାରୁ ଲମତାପୁଟ ଗ୍ରାମର ଯୁବକ ମାନେ
ଶୁଣିଲା ନି ପ୍ରଶାସନ.. ଗାଁ ରାସ୍ତା ତିଆରି କଲେ ଯୁବ ଗୋଷ୍ଟି


ଜୟପୁର, ୨୨ ଡିସେମ୍ବର (ହି.ସ.)- କୋରାପୁଟରୁ ରାୟଗଡାକୁ ସଂଯୋଗ କରୁଥିବା ୩୨୬ ନମ୍ବର ଜାତୀୟ ରାଜପଥର ପୋଡ଼ାଗଡ ପଞ୍ଚାୟତ ଅନ୍ତର୍ଗତ ଲମତାପୁଟରୁ ବାଲିଘାଟ ଛକକୁ ସଂଯୋଗ କରୁଥିବା ପ୍ରଧାନ ମନ୍ତ୍ରୀ ସଡ଼କ ଖରାପ ହୋଇ ଦୀର୍ଘଦିନ ବିତି ଯାଇଥିଲେ ସୁଦ୍ଧା ମରାମତି ହେଉନଥିବାରୁ ଲମତାପୁଟ ଗ୍ରାମର ଯୁବକ ମାନେ ରାସ୍ତା ମରାମତି କରିବା ପାଇଁ ଅଣ୍ଟା ଭିଡ଼ିଛନ୍ତି ।

ସୂଚନା ମୁତାବକ, ଲମତାପୁଟ ଛକରୁ ଦଶମନ୍ତପୁରକୁ ସଂଯୋଗ କରିଥିବା ପ୍ରଧାନମନ୍ତ୍ରୀ ସଡକ ଯୋଜନାରେ ରାସ୍ତା ନିର୍ମାଣ ହୋଇଥିଲା। ପାଞ୍ଚବର୍ଷ ହୋଇ ଯାଇଥିଲେ ସୁଦ୍ଧା କୌଣସି ମରାମତି କରାଯାଉ ନ ଥିବାରୁ ରାସ୍ତା ଅତି ଶୋଚନୀୟ ହୋଇ ପଡ଼ିଥିବାରୁ ଲୋକେ ନାହିଁ ନଥିବା ଦୁର୍ଦ୍ଦଶାର ଶିକାର ହେଉଛନ୍ତି । ସେଥିପାଇଁ ଆଜି ଲମତାପୁଟ ଗାଁ ର ଯୁବକମାନେ ଏକତ୍ରିତ ହୋଇ ଯଥା ବାବୁଲା ଚୌଧୁରୀ, ଭଗବାନ ଚୌଧୁରୀ, ଅମିତ ଚୌଧୁରୀ, ଚନ୍ଦନ ଚୌଧୁରୀ ପ୍ରମୁଖ ରାସ୍ତାରେ ଉପୁଡି ପଡ଼ିଥିବା ପିଚୁ ଓ ମେଟାଲକୁ ସଫାକରି ରାସ୍ତାରେ ସୃଷ୍ଟି ହୋଇଥିବା ଗତ ମାନଙ୍କରେ ମାଟି ପକାଇ ସମତଳ କରିଥିବା ଦେଖାଦେଇଛି।

ଏନେଇ ଆମେ ବିଭାଗୀୟ କନିଷ୍ଠ ଯନ୍ତ୍ରୀଙ୍କୁ ଯୋଗାଯୋଗ କରିବାରୁ ସେ କହିଛନ୍ତି ଯେ, 'ମରାମତି ନିମନ୍ତେ ଉପରିସ୍ଥ ଅଧିକାରୀଙ୍କୁ ଜଣାଇ ଅଛୁ । ତାଙ୍କର ଅନୁମତି ହେଲେ ଅତି ଶୀଘ୍ର ମରାମତି କାମ କରାଯିବ ।' ଗ୍ରାମବାସୀଙ୍କ ଅଭିଯୋଗ ଯେ ଆସନ୍ତା ଦିନ ମାନଙ୍କରେ ଯଥା ଶୀଘ୍ର ରାସ୍ତା ମରାମତି କାମ କରାନଗଲେ ଜିଲ୍ଲାପାଳଙ୍କ ଦ୍ଵାରସ୍ଥ ହେବ ବୋଲି ଗ୍ରାମବାସୀ କହିଛନ୍ତି।'

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande