ବିଜେପି ବିଜେଡି ଗଡ଼ ଭିତରେ ଧସେଇ ପଶୁନି- ମନମୋହନ ସାମଲ
ଭୁବନେଶ୍ୱର, 22 ଡିସେମ୍ବର (ହି.ସ.)- ବିଜେଡି ନେତାଙ୍କୁ ଚାପ ପକାଇ ବିଜେପିରେ ସାମିଲ କରିବା ଅଭିଯୋଗକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ । ସେ କହିଛନ୍ତି ଯେ, ବିଜେପି ବିଜେଡି ଗଡ଼ ଭିତରେ ଧସେଇ ପଶୁନି । ସେମାନେ ତାଙ୍କ ସଂଗଠନ ରକ୍ଷା କରନ୍ତୁ
ମନମୋହନ ସାମଲ


ଭୁବନେଶ୍ୱର, 22 ଡିସେମ୍ବର (ହି.ସ.)- ବିଜେଡି ନେତାଙ୍କୁ ଚାପ ପକାଇ ବିଜେପିରେ ସାମିଲ କରିବା

ଅଭିଯୋଗକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ । ସେ କହିଛନ୍ତି

ଯେ, ବିଜେପି ବିଜେଡି ଗଡ଼ ଭିତରେ ଧସେଇ ପଶୁନି । ସେମାନେ ତାଙ୍କ ସଂଗଠନ ରକ୍ଷା କରନ୍ତୁ । ସେ

କହିଛନ୍ତି ଆମେ କୋଉ ଗଡ଼ରେ ଧସେଇ ପଶୁନି । ସେମାନେ ତାଙ୍କ ସଂଗଠନକୁ ଶକ୍ତିଶାଳୀ କରି ରଖନ୍ତୁ ।

ଆମେ ବି ଚାହାନ୍ତୁ ଓଡ଼ିଶାରେ ବିରୋଧୀ ଦଳ ଶକ୍ତିଶାଳୀ ହେଉ । ତାଙ୍କ ଗଡ଼ ଭିତରେ ଆମେ ପଶୁନୁ ।

ଯେଉଁମାନେ ଚାହୁଁଛନ୍ତି ଆମକୁ ଯୋଗାଯୋଗ କରୁଛନ୍ତି ଆମେ ନିଷ୍ପତ୍ତି ନେଉଛୁ । ଯିଏ ଆମ

ବିଚାରଧାରାକୁ ପସନ୍ଦ କରିବ ସରକାରଙ୍କୁ ସମର୍ଥନ କରିବ ତାକୁ ଆମେ ସାମିଲ କରିବୁ ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande