ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଜାତୀୟ ଗଣିତ ଦିବସ ପାଳିତ : ଗଣିତ ଭୟ କରିବାର ବିଷୟ ନୁହେଁ, ଆନନ୍ଦର ବିଷୟ
ବଲାଙ୍ଗିର, ୨୨ ଡିସେମ୍ବର (ହି.ସ.)- ସ୍ଥାନୀୟ ଗାନ୍ଧୀନଗର ପଡା ସ୍ଥିତ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ପରିସରରେ ଜାତୀୟ ଗଣିତ ଦିବସ ପାଳିତ ହୋଇଯାଇଛି। ଭାରତର ମହାନ ଗଣିତଜ୍ଞ ଶ୍ରୀନିବାସ ରାମାନୁଜନଙ୍କ ଜନ୍ମ ଜୟନ୍ତୀ ଅବସରରେ ଆୟୋଜିତ ଏହି କାର୍ଯ୍ୟକ୍ରମ ଆରମ୍ଭରେ ରାମାନୁଜନଙ୍କ ଫୋଟୋ ଚିତ୍ରରେ ପୁଷ୍ପ
ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଜାତୀୟ ଗଣିତ ଦିବସ ପାଳିତ  ଗଣିତ ଭୟ କରିବାର ବିଷୟ ନୁହେଁ,ଏହା ଆନନ୍ଦ ର ବିଷୟ


ବଲାଙ୍ଗିର, ୨୨ ଡିସେମ୍ବର (ହି.ସ.)- ସ୍ଥାନୀୟ ଗାନ୍ଧୀନଗର ପଡା ସ୍ଥିତ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ପରିସରରେ ଜାତୀୟ ଗଣିତ ଦିବସ ପାଳିତ ହୋଇଯାଇଛି। ଭାରତର ମହାନ ଗଣିତଜ୍ଞ ଶ୍ରୀନିବାସ ରାମାନୁଜନଙ୍କ ଜନ୍ମ ଜୟନ୍ତୀ ଅବସରରେ ଆୟୋଜିତ ଏହି କାର୍ଯ୍ୟକ୍ରମ ଆରମ୍ଭରେ ରାମାନୁଜନଙ୍କ ଫୋଟୋ ଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇଥିଲା। ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ସେବାଶ୍ରୀ ଭୋଇଙ୍କ ମାର୍ଗଦର୍ଶନରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଭାରପ୍ରାପ୍ତ ପ୍ରଧାନ ଶିକ୍ଷୟତ୍ରୀ ସ୍ୱରୂପା ମଞ୍ଜରୀ ସାମନ୍ତରା ଉପସ୍ଥିତ ଛାତ୍ରୀମାନଙ୍କୁ ସମ୍ବୋଧନ କରି ନିଜ ବକ୍ତବ୍ୟରେ ଗଣିତ ଭୟ ନୁହେଁ, ଭବିଷ୍ୟତର ଭିତ୍ତି ବୋଲି କହିବା ସହ ଗଣିତ କେବଳ ପାଠ୍ୟ ପୁସ୍ତକରେ ସୀମିତ ନୁହେଁ, ଏହା ଜୀବନର ପ୍ରତ୍ୟେକ କ୍ଷେତ୍ରରେ ଅତ୍ୟନ୍ତ ଆବଶ୍ୟକ ବୋଲି କହିଥିଲେ। ପରେ ଛାତ୍ରୀମାନେ ଜୀବନରେ ଗଣିତର ଉପଯୋଗିତା ବିଷୟରେ ଆକର୍ଷଣୀୟ ବକ୍ତବ୍ୟ ଉପସ୍ଥାପନ କରିଥିଲେ।ଗଣିତ ଶିକ୍ଷୟତ୍ରୀ ଜ୍ୟୋତିର୍ମୟୀ ପୁଜାହାରୀ, ସବିତା ମିଶ୍ର ଓ ବିନ୍ଦୁରେଖା ସାହୁ ପ୍ରମୁଖ ନିଜ ବକ୍ତବ୍ୟରେ ଗଣିତ କେବଳ ସଂଖ୍ୟା ଓ ସୂତ୍ରର ବିଷୟ ନୁହେଁ, ଏହା ଆମକୁ ତାର୍କିକ ଭାବେ ଚିନ୍ତା କରିବା, ସମସ୍ୟା ସମାଧାନ କରିବା ଓ ଜୀବନକୁ ସୁସଂଗଠିତ କରିବା ଶିଖାଏ ବୋଲି କହିବା ସହ ଗଣିତ ଭୟ କରିବାର ବିଷୟ ନୁହେଁ, ଏହା ଆନନ୍ଦର ବିଷୟ ବୋଲି କହିଥିଲେ।

ପରେ ଆୟୋଜିତ ଗଣିତ କୁଇଜ ପ୍ରତିଯୋଗିତାରେ ବିଦ୍ୟାଳୟର ଛାତ୍ରୀ ସ୍ମୃତି ଶିଖା କୁମ୍ଭାର, ଶ୍ରେୟା ଶେଫାଳି ସାହୁ, ସଂସ୍କୃତି ସାହୁ, ଦମୟନ୍ତୀ ଖୁଆସ, ମାନସୀ ରାଣୀ ଦାଶ, ଅର୍ଚ୍ଚନା ବେହେରା, ସ୍ମୃତି ପ୍ରିୟା ସାହୁ, ପ୍ରତିଶ୍ରୁତି ସାଗର, ଦୀପାଳି ସାହୁ ଓ ପ୍ରିୟଙ୍କା ରଣା ପୁରସ୍କୃତ ହୋଇଥିଲେ। ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ସମସ୍ତ ଶିକ୍ଷକ, ଶିକ୍ଷୟତ୍ରୀ ଓ ଶିକ୍ଷା କର୍ମଚାରୀ ସହଯୋଗ କରିଥିଲେ।

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande