ଫୁଲବାଣୀ ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିରର ୩୬ ତମ ବାର୍ଷିକ ଉତ୍ସବ
SSVM ANUAL FUNGSION NEWS AND PHOTO FROM PHULBANI
ଫୁଲବାଣୀ ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିରର ୩୬ ତମ ବାର୍ଷିକ ଉତ୍ସବ


କନ୍ଧମାଳ, ୨୨ ଡିସେମ୍ବର (ହି.ସ.)- ଫୁଲବାଣୀ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ପରିସରରେ ବିଦ୍ଯାଳୟର ୩୬ ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମଟି ଦିଦ୍ୟାଳୟ ପରିଚାଳନା କମିଟିର ସଭାପତି ତଥା ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ବ୍ରଜବନ୍ଧୁ ମଲ୍ଲିଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଉତ୍ସବର ପ୍ରାରମ୍ଭରେ ବାଗଦେବୀ ସରସ୍ବତୀ ଓ ଭାରତ ମାତାଙ୍କ ଉଦ୍ଦେଶ୍ଯରେ ଅତିଥିମାନଙ୍କ ଦ୍ୱାରା ପ୍ରଦୀପ ପ୍ରଜ୍ଜଳନ ଓ ବେଦ ପାଠ ପରେ ସ୍ବାଗତ ସଂଗୀତ ଏବଂ ଭାରତ ମାତାଙ୍କ ବନ୍ଦନା ଗାନ କରାଯାଇଥିଲା । କାର୍ଯ୍ୟକ୍ରମରେ ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟ ରାଜେନ୍ଦ୍ର କୁମାର ପାଢ଼ୀ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ବିଦ୍ୟାଳୟ ପରିଚାଳନା କମିଟିର ସମ୍ପାଦକ ଟି. ଶିବ ଶଙ୍କର ପାତ୍ର ବାର୍ଷିକ ବିବରଣୀ ପାଠ କରିଥିଲେ । ଏହି ବାର୍ଷିକ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଫୁଲବାଣୀ ବିଧାୟକ ଉମା ଚରଣ ମଲ୍ଲିକ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ସୂର୍ଯ୍ୟ ନାରାୟଣ ପାଣିଗ୍ରାହୀ ଯୋଗ ଦେଇଥିଲେ l ସେହିପରି ମୁଖ୍ୟବକ୍ତା ଭାବେ ସଂକୁଳ ପ୍ରମୁଖ ପବିତ୍ର ମୋହନ ସାହୁ ଯୋଗଦେଇ ବିଭିନ୍ନ ଗଳ୍ପ ମଧ୍ୟରେ ପିଲାମାନଙ୍କର ମାର୍ଗ ଦର୍ଶନ କରାଇଥିଲେ l ବିଭିନ୍ନ ଶାସ୍ତ୍ରରେ ନିପୁଣ କରି ଏବଂ ଆଦର୍ଶ ସଂସ୍କାର ବିଦ୍ୟା ଶିକ୍ଷା ଦେଇ ପିଲାଙ୍କୁ ଗଢି ତୋଳୁଛି ଏହି ଶିଶୁ ବିଦ୍ୟା ମନ୍ଦିର ବୋଲି ବକ୍ତବ୍ୟ ରଖିଥିଲେ l ମୁଖ୍ୟ ଅତିଥି ଭାବେ ଉମାଚରଣ ମଲ୍ଲିକ ଯୋଗଦେଇ ମାନବିକତାର ଶିକ୍ଷାସହ ଉତ୍ତମ ନାଗରିକ ହେବାକୁ ପରାମର୍ଶ ଦେଇଥିଲେ ଏବଂ ଚାକିରି କ୍ଷେତ୍ରରେ ମନ ନିବେଶ ନକରି ନିଜ ଭିତରେ ଥିବା ପ୍ରତିଭାକୁ ପରିପ୍ରକାଶ କରିବା ପାଇଁ ଚେଷ୍ଟା କରନ୍ତୁ ବୋଲି ମନ୍ତବ୍ୟ ରଖିଥିଲେ l ଏଥିପାଇଁ ଉପସ୍ଥିତ ଅଭିଭାବକ ମାନେ ନିଜ ନିଜ ପିଲାଛୁଆଙ୍କୁ ସଚେତନ କରାଇବାକୁ ପରାମର୍ଶ ଦେଇଥିଲେ l ବିଦ୍ୟାଳୟର ସଭାପତି ଶ୍ରୀ ମଲ୍ଲିକ ଶିଶୁ ମନ୍ଦିର ଏକ ଆଦର୍ଶ ଅନୁଷ୍ଠାନ ଯାହା ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଗଠନର ଏକ ମାର୍ଗ ବୋଲି ମତ ପୋଷଣ କରିଥିଲେ । ଅନ୍ୟ ମଞ୍ଚାସୀନ ଅତିଥିବୃନ୍ଦ କହିଥିଲେ ଯେ, ଶିଶୁ ମନ୍ଦିରର ଆଦର୍ଶ ଶିକ୍ଷା, ଚରିତ୍ର ଗଠନ ପାଇଁ ଛାତ୍ରଛାତ୍ରୀ ମାନଙ୍କୁ ପ୍ରେରଣା ଯୋଗାଇଥାଏ।

ଅନ୍ୟମାନଙ୍କ ମଧ୍ୟରେ କୋଷାଧ୍ଯକ୍ଷ ଗୋବିନ୍ଦ ଚନ୍ଦ୍ର ନାୟକ, ଫିରିଙ୍ଗିଆ ଆଞ୍ଚଳିକ ମହାବିଦ୍ୟାଳୟ ର ଅଧ୍ୟାପିକା ହରପ୍ରିୟା ମିଶ୍ର,ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ସଂଘ ପରିଚାଳକ ରମେଶ ଚନ୍ଦ୍ର ସାହୁ, ଅମିୟ କୁମାର ଦାଶ, ଶେଷଦେବ ସାହୁ ସମେତ ବହୁ ଗୁଣି ଜ୍ଞାନୀ ଓ ପୂର୍ବତନ ଛାତ୍ର ଛାତ୍ରୀମାନେ ଉପସ୍ଥିତ ଥିଲେ। ଏହା ପରେ ବିଭିନ୍ନ କ୍ଷେତ୍ରରେ କୃତିତ୍ୱ ଅର୍ଜନ କରିଥିବା ଛାତ୍ରଛାତ୍ରୀ ମାନଙ୍କୁ ମୁଖ୍ୟ ଅତିଥିଙ୍କ ଦ୍ଵାରା ପୁରସ୍କାର ବିତରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା l ସନ୍ଧ୍ୟାରେ ଛାତ୍ରଛାତ୍ରୀ ମାନଙ୍କ ଦ୍ଵାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । ମଞ୍ଚ ପରିଚାଳନା ବିଦ୍ୟାଳୟର ସହ ପ୍ରଧାନ ଆଚାର୍ଯ୍ୟା ବୈଜୟନ୍ତି ସାମନ୍ତରାୟ କରିଥିବା ବେଳେ ସମସ୍ତ ଆଚାର୍ଯ୍ୟ ଆଚାର୍ଯ୍ୟା, ବାହନ ଚାଳକ, ସେବକ ସେବୀକା ମାନଙ୍କ ସହଯୋଗରେ କାର୍ଯ୍ୟକ୍ରମଟି ସଫଳ ହୋଇଥିଲା।

ହିନ୍ଦୁସ୍ଥାନ ସମାଚାର / ପ୍ରଶାନ୍ତ


 rajesh pande