ପୂର୍ବତନ ମନ୍ତ୍ରୀଙ୍କ ନେତୃତ୍ବରେ ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ, ସେୱା ପେପରମିଲ ପୁନଃକାର୍ଯ୍ୟକ୍ଷମ ନେଇ ଆଲୋଚନା
ଜୟପୁର, ୨୨ ଡିସେମ୍ବର (ହି.ସ.)- କୋରାପୁଟ ଜିଲ୍ଲାର ଜୟପୁର ଉପଖଣ୍ଡରେ ରହିଥିବା ଏକ ମାତ୍ର ବୃହତ ଶିଳ୍ପକୁ ସେୱା ପେପରମିଲକୁ ପୁନଃର୍ବାର କାର୍ଯ୍ୟକ୍ଷମ କରିବା ନେଇ ଦୁଇଟି କର୍ମଚାରୀ ସଂଘର ସଦସ୍ୟ ମାନେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝିଙ୍କୁ କୋରାପୁଟସ୍ଥିତ ସର୍କିଟ ହାଉସ ଠାରେ ସାକ୍ଷାତ କରିବା ସହିତ
ପୂର୍ବତନ ମନ୍ତ୍ରୀଙ୍କ ନେତୃତ୍ବରେ ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ, ସେୱା ପେପରମିଲ ପୁନଃକାର୍ଯ୍ୟକ୍ଷମ ନେଇ ଆଲୋଚନା


ଜୟପୁର, ୨୨ ଡିସେମ୍ବର (ହି.ସ.)- କୋରାପୁଟ ଜିଲ୍ଲାର ଜୟପୁର ଉପଖଣ୍ଡରେ ରହିଥିବା ଏକ ମାତ୍ର ବୃହତ ଶିଳ୍ପକୁ ସେୱା ପେପରମିଲକୁ ପୁନଃର୍ବାର କାର୍ଯ୍ୟକ୍ଷମ କରିବା ନେଇ ଦୁଇଟି କର୍ମଚାରୀ ସଂଘର ସଦସ୍ୟ ମାନେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝିଙ୍କୁ କୋରାପୁଟସ୍ଥିତ ସର୍କିଟ ହାଉସ ଠାରେ ସାକ୍ଷାତ କରିବା ସହିତ ଏକ ଦାବିପତ୍ର ଗତକାଲି ରାତିରେ ପ୍ରଦାନ କରିଛନ୍ତି । ପୂର୍ବତନ ମନ୍ତ୍ରୀ ରବି ନାରାୟଣ ନନ୍ଦଙ୍କ ନେତୃତ୍ବରେ କାଗଜକଳର ପ୍ରଥମ ସଂଘର ଓ ଦ୍ବିତୀୟ ସଂଘର କର୍ମକର୍ତ୍ତା ସମେତ ଅନ୍ୟାନ୍ୟ କର୍ମଚାରୀ ମାନେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝିଙ୍କୁ ସର୍କିଟ ହାଉସ ଠାରେ ସାକ୍ଷାତ କରିବା ସହିତ ତୁରନ୍ତ କାଗଜକଳ କାର୍ଯ୍ୟକ୍ଷମ କରିବା ନେଇ ଏକ ଦାବିପତ୍ର ପ୍ରଦାନ କରିବା ସହ ଆଲୋଚନା କରିଥିଲେ । ଏହିପରି ଗତ ଜୁଲାଇ ମାସ ଠାରୁ ଜୟପୁର ନିକଟସ୍ଥ ସେୱା କାଗଜକଳ କାରଖାନା କାର୍ଯ୍ୟକ୍ଷମ ହେଉନଥିବା ଯୋଗୁଁ ଉତ୍ପାଦନ ବନ୍ଦ ରହିଛି । ଇତିମଧ୍ୟରେ ପରିଚାଳନା କର୍ତ୍ତୃପକ୍ଷଙ୍କ ପକ୍ଷରୁ କର୍ମଚାରୀମାନଙ୍କୁ ଦରମା ପ୍ରଦାନ କରିନାହାଁନ୍ତି । ଏଥିନେଇ ପରିଚାଳନା କର୍ତ୍ତୃପକ୍ଷ, ଜିଲ୍ଲା ପ୍ରଶାସନ, ଶିଳ୍ପ ମନ୍ତ୍ରୀ ଏବଂ ମୁଖମ୍ୟନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି । ଏହିପରି ଆଲୋଚନା ସମୟରେ ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ବରେ ସରକାରୀ ସଚିବ ମାନଙ୍କ ଉପସ୍ଥିତିରେ ଭୁବନେଶ୍ବର ଠାରେ ଏକ ଉଚ୍ଚସ୍ତରୀୟ ବୈଠକ ଆୟୋଜନ କରାଯାଇ ଏହାକୁ କାର୍ଯ୍ୟକ୍ଷମ କରିବା ନେଇ ପଦକ୍ଷେପ ଓ ସମାଧାନ କରାଯିବାକୁ ନିଷ୍ପତି ହୋଇଥିଲା । ମୁଖ୍ଯମନ୍ତ୍ରୀ ଶ୍ରୀ ମାଝି ନିଜର ବ୍ୟକ୍ତିଗତ ସ୍ଵତନ୍ତ୍ର ସଚିବଙ୍କୁ ଏଥିନେଇ ଏକ ବୈଠକ ଆୟୋଜନ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ଏହି ବୈଠକରେ ଜୟପୁରର ବିଧାୟକ, ପୂର୍ବତନ ବିଧାୟକ, ପରିଚାଳନା କର୍ତ୍ତୃପକ୍ଷ, ଅନ୍ୟାନ୍ୟ ନେତୃମଣ୍ଡଳୀ ଏବଂ ୪ଟି ୟୁନିଅନର ସଦସ୍ୟ ମାନେ ଉପସ୍ଥିତ ରହିବେ ବୋଲି ମୁଖ୍ୟମନ୍ତ୍ରୀ ସହମତି ପ୍ରକାଶ କରିଥିଲେ ।

ପ୍ରକାଶ ଯେ, ରାଜ୍ୟ ସ୍ତରୀୟ ଲୋକ ମହୋତ୍ସବ କାର୍ଯ୍ୟକ୍ରମ ପରବରେ ଯୋଗ ଦେବାପାଇଁ ମୁଖ୍ଯମନ୍ତ୍ରୀ ଶ୍ରୀ ମାଝି ଆସିଥିବା ଯୋଗୁଁ ତାଙ୍କର ନିର୍ଦ୍ଧାରିତ କାର୍ଯ୍ୟକ୍ରମରେ ଯୋଗଦେବା ପରେ ସର୍କିଟ ହାଉସ ଠାରେ ପୂର୍ବତନ ମନ୍ତ୍ରୀ ଶ୍ରୀ ନନ୍ଦଙ୍କ ନେତୃତ୍ବରେ ପେପରମିଲ କର୍ମଚାରୀ ସଂଘର ପ୍ରଥମ ସଂଘର ସଭାପତି ପ୍ରମୋଦ ମହାନ୍ତି, ଦ୍ବିତୀୟ ସଂଘର ସାଧାରଣ ସମ୍ପାଦକ ସରୋଜ ସୁଆର, କାର୍ଯ୍ୟକାରୀ ସଭାପତି ବଂଶୀଧର ମହାକୁଡ, ସମ୍ପାଦକ ଶିବ ପ୍ରସାଦ ପଣ୍ଡା, ଉପସଭାପତି ସନ୍ଦିପ ପଟ୍ଟନାୟକ, କର୍ମଚାରୀ ନିରସିଂହ ମହାପାତ୍ର, ଗଣେଶ୍ବର ବେହେରା, କେଦାରକାନ୍ତ ମହାପାତ୍ର, ରୋହିତ ଥୋମାସଙ୍କ ସମେତ ବରିଷ୍ଠ ବିଜେଡି ନେତା ବାଲା ରାୟ, ବାଲିଙ୍କି ରାଓ, ଶିବ ପ୍ରସାଦ ପଟନାୟକ, ଟୁନା ରଥ, ଧନ ଖରା ପ୍ରମୁଖ ଉପସ୍ଥିତ ଥିଲେ । ସେହିପରି କୋରାପୁଟ ଜିଲ୍ଲାରେ ମଣ୍ଡିକୁ କାର୍ଯ୍ୟକାରୀ କରାଯାଇ ତୁରନ୍ତ ଚାଷୀଙ୍କ ଧାନ କ୍ରୟ କରିବା ନେଇ ଏକ ସ୍ମାରକ ପତ୍ର ମୁଖ୍ୟମନ୍ତ୍ରୀଙ୍କୁ ପ୍ରଦାନ କରାଯାଇଥିଲା ।

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande