
ଜୟପୁର, ୨୨ ଡିସେମ୍ବର (ହି.ସ.)- ପୁଷପୁନି ଫିଲ୍ମ ଫେଷ୍ଟିଭାଲ ଜୟପୁର କରସୁଧା ଥିଏଟର ହାଲ ଠାରେ ଅନୁଷ୍ଠିତ ହୋଇଯାଇଛି l ଏହି ଉତ୍ସବରେ ମୁଖ୍ୟ ଅତିଥି ରୂପେ ବୟୋଜ୍ୟେଷ୍ଠ ନାଟକ କଳାକାର ଗୋବିନ୍ଦ ଚନ୍ଦ୍ର ସାହୁ ଏବଂ ମୁଖ୍ୟ ବକ୍ତା ଭାବେ ଅବିଭକ୍ତ କୋରାପୁଟ ଜିଲ୍ଲାର ପ୍ରଥମ ପ୍ରଯୋଜକ ସୁଶାନ୍ତ ଅଧିକାରୀ ମୁଖ୍ୟବକ୍ତା ରୂପେ ଏବଂ ରବୀନ୍ଦ୍ର ପାତ୍ର, କେଏଫଡିଏସ ର ସଭାପତି ରବୀନ୍ଦ୍ର ପାତ୍ର, ସମ୍ପାଦକ ଅମର ମିଶ୍ର, କଳାକାର ରବି ପାତ୍ର, ଜି ମହେଶ ଏବଂ କୋରାପୁଟିଆ କଳା ଓ କଳାକାରର ସଭାପତି ମନୋଜ ପାତ୍ର, ସମ୍ପାଦକ ଧିରେନ ମୋହନ ପଟନାୟକ ଯୋଗଦେଇ ପ୍ରଦୀପ ପ୍ରଜ୍ୱଳନ କରି ଏହାର ଶୁଭାରମ୍ଭ କରିଥିଲେ l
ପ୍ରଥମେ ପୁଷପୁନି ମଞ୍ଚର ସକ୍ରିୟ ସଭ୍ୟ ତଥା ସାମ୍ବାଦିକ ସ୍ବର୍ଗତ ଅଶୋକ ପଳେଇଙ୍କ ପାଇଁ ଦୁଇ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା, ଶ୍ରଦ୍ଧାଞ୍ଜଳୀ ଅର୍ପଣ କରାଯାଇଥିଲା l ଆଜିର ଏହି କ୍ଷୁଦ୍ର ଚଳଚ୍ଚିତ୍ର ପ୍ରତିଯୋଗୀତାରେ ସମୁଦାୟ ନଅ ଟି ଚଳଚ୍ଚିତ୍ର ପ୍ରଦର୍ଶିତ ହୋଇଥିଲା l ସେଗୁଡିକ ହେଲା ପରଜା ସମାଜ ପ୍ରଯୋଜିତ 'ପୁଷପୁନି ପରବ', କୋରାପୁଟିଆ ଟକିଜ ପ୍ରଯୋଜିତ ' ମଣିଷ ପଣିଆ , ନମ୍ରତା ଆର୍ଟ ପ୍ରଯୋଜିତ 'ଆଶାର କିରଣ ', ହସ୍ତେରୁଆ ପ୍ରଯୋଜିତ 'ଶେଷ ଆଶା ', ବଜରଙ୍ଗ କ୍ରିଏସନ ପ୍ରଯୋଜିତ ' ପୁନର୍ଜନ୍ମ ' ସାଂସ୍କୃତିକ କଳା ପରିଷଦ ପ୍ରଯୋଜିତ ' ସ୍ବପ୍ନ, ଓଡ଼ିଆ ମିଡ଼ିଆ ପ୍ରଯୋଜିତ' ସିକନ୍ଦର ', ଡ୍ରିମ କ୍ରିଏସନ ପ୍ରଯୋଜିତ 'ଭିକାରୀ' l
ଏହି କାର୍ଯ୍ୟକ୍ରମକୁ ସଂଚାଳନ କରିଥିଲେ ଶ୍ରୀକାନ୍ତ ଦାସ ଏବଂ ସହାୟତା କରିଥିଲେ ଜୟନ୍ତ ଦାସ, ପୀୟୂଷ ପଟନାୟକ, ଅନିଲ ପଟନାୟକ ଏବଂ ସତ୍ୟ ରାୟ ପ୍ରମୁଖ l
ହିନ୍ଦୁସ୍ଥାନ ସମାଚାର / ପିକେପି