
ଘଟଗାଁ, ୨୨ ଡିସେମ୍ବର( ହିଁ ସ ) - ମା ତାରିଣୀ ମନ୍ଦିର ଟ୍ରଷ୍ଟ ର ପ୍ରଥମ ସଂସ୍ଥାପକ ତଥା ଶିକ୍ଷା ସଂସ୍କାରକ, ସମାଜସେବୀ ଭୀମସେନ ରାଉତଙ୍କ ଜୟନ୍ତୀ ପାଳନ ନିମନ୍ତେ ଭୀମସେନ ରାଉତ ମେମୋରିଆଲ ଟ୍ରଷ୍ଟର ଏକ ବୈଠକ ନାରାୟଣ ସେବା ସଂଘ ଘଟଗାଁ ଠାରେ ଅନୁଷ୍ଠିତ ହୋଇଯାଇଛି କ୍ଷ ଆୟୋଜିତ ବୈଠକରେ ମେମୋରିଆଲ ଟ୍ରଷ୍ଟୀ ରାଧେଶ୍ୟାମ ରାଉତ ଯୋଗଦେଇ ପୂର୍ବ ବର୍ଷ ର ଭୁଲ୍ ସମୂହ କୁ ସୁଧାରି ଅଧିକ ଆକର୍ଷଣୀୟ କରିବା ପାଇଁ ଆଲୋଚନା କରି ଥିଲେ ଓ ଭୀମସେନ ରାଉତ ମାର୍ଗ ନାମ ଫଳକ ଉନ୍ମୋଚନ ସଙ୍କ୍ରାନ୍ତୀୟ ପ୍ରସ୍ତାବକୁ ଅନୁମୋଦନ କରି ଥିବା ଜଣାପଡ଼ିଛି । ବିଭିନ୍ନ କାର୍ଯ୍ୟକ୍ରମରେ ସ୍ଥାନୀୟ ସାଂସଦ ଓ ବିଧାୟକଙ୍କ ପରାମର୍ଶ ଓ ସହଯୋଗ ଲୋଡିବାକୁ ସ୍ଥିର ହୋଇଛି । କାର୍ଯ୍ୟକ୍ରମରେ ଟ୍ରଷ୍ଟ ର ବରିଷ୍ଠ ସଦସ୍ୟ ଅନାଦି ସିଂହ, କୁଳମଣୀ ମଣ୍ଡଳ, ଚୈତନ୍ୟ ଚରଣ ଶାହ, ଡମ୍ବରୁଧର ରାଉତ, ଲଳିତ କୁମାର ରାଉତ, ଶେଖ୍ ଦାଉଦ, ଶତୃଘ୍ନ ବେହେରା, ସଞ୍ଜୟ ବିଶ୍ୱାଳ, ମଦନମୋହନ ରାଉତ, ସରପଂଚ ସୌମ୍ୟା ରାଉତ ଓ ରାମ ହେମ୍ବ୍ରମ ଯୋଗ ଦେଇ ସମାଜସେବୀ ଙ୍କ ଘଟଗାଁ ଅଂଚଳର ବିକାଶ ରେ ସ୍ୱର୍ଗତ ଭୀମସେନ ରାଉତଙ୍କ ନିଃସ୍ୱାର୍ଥ ଯୋଗଦାନ ସମ୍ବନ୍ଧୀୟ ଚର୍ଚ୍ଚା କରି ଆଗାମୀ ଦିନରେ ଘଟଗାଁ ମହାପୁରୁଷ ଙ୍କ ଜନ୍ମବାର୍ଷିକ ଆୟୋଜନକୁ ଉତ୍ସବରେ ପାଳନ କରିବା ପାଇଁ ମତବ୍ୟକ୍ତ କରିଥିଲେ । ଆବାହକ ଅଶୋକ କୁମାର ନାଥ ସମସ୍ତ ଉପସ୍ଥିତ ସଦସ୍ୟଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।
ହିନ୍ଦୁସ୍ଥାନ ସମାଚାର / ଘନଶ୍ୟାମ