ସମାଜସେବୀ ସନାତନ ମହାନ୍ତିଙ୍କ ପରଲୋକ
ଭଦ୍ରକ, ୨୨ ଡିସେମ୍ବର (ହି.ସ.) - ଭଦ୍ରକ ଜିଲ୍ଲା ବି.ଟିପୁର ପଚାଂୟତ ରାଉତରାପୁର ଗ୍ରାମର ସମାଜସେବୀ ସନାତନ ମହାନ୍ତି(୭୭) ଙ୍କ ଆଜି ପରଲୋକ ଘଟିଛି । ସେ ଜଣେ ପରୋପକାରୀ ଓ ଧର୍ମପ୍ରାଣା ବ୍ୟକ୍ତି ଥିବା ବେଳେ ରାଉତରାପୁର ସୁବର୍ଣ୍ଣେଶ୍ୱର ମହାଦେବ କମିଟିର ସକ୍ରିୟ ସଦସ୍ୟ ରହି ସେବା ଧର୍ମ କାର୍ଯ୍ୟ କରି
SANATAN MOHANTI SAMABEDANA PHOTO


ଭଦ୍ରକ, ୨୨ ଡିସେମ୍ବର (ହି.ସ.) - ଭଦ୍ରକ ଜିଲ୍ଲା ବି.ଟିପୁର ପଚାଂୟତ ରାଉତରାପୁର ଗ୍ରାମର ସମାଜସେବୀ ସନାତନ ମହାନ୍ତି(୭୭) ଙ୍କ ଆଜି ପରଲୋକ ଘଟିଛି । ସେ ଜଣେ ପରୋପକାରୀ ଓ ଧର୍ମପ୍ରାଣା ବ୍ୟକ୍ତି ଥିବା ବେଳେ ରାଉତରାପୁର ସୁବର୍ଣ୍ଣେଶ୍ୱର ମହାଦେବ କମିଟିର ସକ୍ରିୟ ସଦସ୍ୟ ରହି ସେବା ଧର୍ମ କାର୍ଯ୍ୟ କରି ଆସୁଥିଲେ । ଗ୍ରାମର ମୁରବୀ ଶ୍ରେଣୀ ଲୋକ ହିସାବରେ ତାଙ୍କୁ ସମସ୍ତେ ମାନି ଆସୁଥିଲେ । ମୃତ୍ୟୁ ଖବର ପ୍ରଚାରିତ ହେବା ପରେ ବିଜେପି ନେତା ଡ.ସୁଧାଂଶୁ ଶେଖର ନାୟକ, ବ୍ଲକ ଅଧ୍ୟକ୍ଷ ମନୋରଞ୍ଜନ ଘଡେଇ, ଛୟାଳସିଂ ସରପଚଂ ପ୍ରତିନିଧି ସନ୍ତୋଷ ନାୟକ, ମଣ୍ଡଳ ସଭାପତି ଅମୂଲ୍ୟ ରତ୍ନ ନନ୍ଦ, ବି.ଟି.ପୁର ସରପଚଂ ପ୍ରତିନିଧି ସପନ ସିଂହ, ମହାନ୍ତିପଡା ସମିତି ସଭ୍ୟ ନିର୍ମଳ ନାୟକ,ଗୋପାଳ କୃଷ୍ଣ ଦାଶ, ଚିନ୍ମୟ ମହାପାତ୍ର, ଆଇନଜିବୀ ମାଧବାନନ୍ଦ ଦାସ,ସୁବାଷ ପଣ୍ଡା, ବସନ୍ତ ପତି,ଟିକି ବେହେରା, ଚିନ୍ତାମଣି ମହାରଣା ପ୍ରମୁଖ ତାଙ୍କ ବାସ ଭବନରେ ପହଚିଂ ପରିବାର ବର୍ଗଙ୍କୁ ସମବେଦନା ଜଣାଇଥିଲେ । ଶ୍ରୀ ମହାନ୍ତିଙ୍କ ବିୟୋଗରେ ସଂପୃକ୍ତ ଅଚଂଳରେ ଶୋକର ଛାୟା ଖେଳିଯାଇଛି ।

ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ


 rajesh pande