ରାଜ୍ୟର ଚାଷୀଙ୍କ ସ୍ୱାର୍ଥ ପାଇଁ ରାଜରାସ୍ତାରେ ଲଢେଇ କରିବ ବିଜେଡି
ଭୁବନେଶ୍ୱର, 22 ଡିସେମ୍ବର (ହି.ସ.)- ଚାଷୀଙ୍କ ସମସ୍ୟା ନେଇ ସରକାରଙ୍କୁ ନିଶାନା କରିଛନ୍ତି ବିଜେଡି ଉପସଭାପତି ସଂଜୟ ଦାସବର୍ମା ପଶ୍ଚିମ ଓଡ଼ିଶାରେ ବର୍ତ୍ତମାନ ଭୟଙ୍କର ସ୍ଥିତି । ପ୍ରଥମ ଥର ପାଇଁ ଚାଷୀ ଧାରଣାରେ ବସିଛନ୍ତି ଭାଲିଡ ଟୋକନ ପାଇଁ । ଏପଟେ କେନ୍ଦ୍ର ସରକାର ଦେଉଥିବା
ସଂଜୟ ଦାସବର୍ମା


ଭୁବନେଶ୍ୱର, 22 ଡିସେମ୍ବର (ହି.ସ.)- ଚାଷୀଙ୍କ ସମସ୍ୟା ନେଇ ସରକାରଙ୍କୁ ନିଶାନା କରିଛନ୍ତି ବିଜେଡି ଉପସଭାପତି

ସଂଜୟ ଦାସବର୍ମା ପଶ୍ଚିମ ଓଡ଼ିଶାରେ ବର୍ତ୍ତମାନ ଭୟଙ୍କର ସ୍ଥିତି । ପ୍ରଥମ ଥର ପାଇଁ ଚାଷୀ

ଧାରଣାରେ ବସିଛନ୍ତି ଭାଲିଡ ଟୋକନ ପାଇଁ । ଏପଟେ କେନ୍ଦ୍ର ସରକାର ଦେଉଥିବା 79 ଟଙ୍କା ଏମଏସପି

ରାଜ୍ୟର ଚାଷୀ ପାଇଲେ ନାହିଁ । 2024-25ରେ 20 ପ୍ରତିଶତ ଧାନ ସଂଗ୍ରହ ବାକି ରହିଛି। ଧାନ

ସଂଗ୍ରହରେ ଡବଲ ଇଞ୍ଜିନ ସରକାର ସମ୍ପୂର୍ଣ୍ଣ ଭାବେ ବିଫଳ ବୋଲି କହି ବର୍ଷିଛନ୍ତି ବିଜେଡି ଉପସଭାପତି

ସଂଜୟ ଦାସବର୍ମା । ସାଟେଲାଇଟ ସର୍ଭେ ମାଧ୍ୟମରେ ଧାନ ଚାଷ ହୋଇଥିବା ସ୍ଥାନକୁ ମଧ୍ୟ କାଟି

ଦିଆଯାଉଛି। ମୁଖ୍ୟମନ୍ତ୍ରୀ ଓ ସମ୍ପୃକ୍ତ 3 ବିଭାଗକୁ ଡାକି ସମାଧାନ କରିବା ଉଚିତ।

ସଂଜୟ ଦାସବର୍ମା କହିଛନ୍ତି ସବୁଠାରୁ ଯନ୍ତ୍ରଣା ଦାୟିତ୍ୱ

ମନ୍ତ୍ରୀଙ୍କ ବୟାନ। କିଭଳି ଧାନ ସଂଗ୍ରହ ହେବ ସେଥିପାଇଁ ଧ୍ୟାନ ଦିଅନ୍ତୁ। ଟୋକାନ ପାଇଁ

ସମ୍ବଲପୁର ବନ୍ଦ ହେବା ଦଶନ୍ଧିରେ ପ୍ରଥମ । ଏବେ ଉଚିତ ଜବାବ ଚାଷୀ ଦେଉଛନ୍ତି। ଆଗକୁ ବିଜେଡି

ମଧ୍ୟ ବିଧାନସଭାରୁ ଆରମ୍ଭ କରି ରାଜରାସ୍ତା ପର୍ଯ୍ୟନ୍ତ ଲଢ଼େଇ କରିବ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande